କନକ ବ୍ୟୁରୋ : ସହରାଞ୍ଚଳ ବିକାଶ ପାଇଁ ଏଥର ବଜେଟରେ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଏନେଇ ଘୋଷଣା ହୋଇଛି ସିଟି ଇକୋନୋମିକ ରିଜିଅନ ବା ସିଇଆର । ଆଗାମୀ ୫ବର୍ଷ ପାଇଁ ୫ହଜାର କୋଟି ଟଙ୍କାର ବଜେଟ ଆଗତ କରାଯାଇଛି ।

Advertisment

କେନ୍ଦ୍ର ବଜେଟ୍‌ରେ ଏହି ବ୍ୟବସ୍ଥା ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସହାୟକ ହେବ। ବିଶେଷ କରି ନୂଆ ଯୋଜନା ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ ରିଜିଅନ ବିକାଶ କ୍ଷେତ୍ରରେ ବଡ଼ ଅବଦାନ ହେବ। ପୂର୍ବରୁ ସ୍ମାର୍ଟ ସିଟି ଯୋଜନା ଅଧୀନରେ ଭୁବନେଶ୍ୱରକୁ ୨୦୭୨ କୋଟି ଟଙ୍କା ମିଳିଥିଲା। କିନ୍ତୁ ବର୍ତ୍ତମାନ ସହରର ଅଭିବୃଦ୍ଧି ଅନୁସାରେ ପୁଞ୍ଜିର ଆବଶ୍ୟକତା ରହିଛି। ତେଣୁ ଏଭଳି ଏକ ବଡ଼ ଆର୍ଥିକ ଅନୁଦାନ ସହର ବିକାଶକୁ ଆଗକୁ ନେବାରେ ସହାୟକ ହେବ ବୋଲି କହିଛନ୍ତି ଅର୍ଥନୀତିଜ୍ଞ।

ଅଧିକ ପଢ଼ନ୍ତୁ : ଓଡ଼ିଶାକୁ ରେକର୍ଡ ରେଳ ବଜେଟ୍‌; ଓଡ଼ିଶାର ଭାଗ୍ୟ ବଦଳାଇବ ପୂର୍ବ-ପଶ୍ଚିମ ପରିବହନ କରିଡର

 ବିଶେଷ କରି ଟାୟାର-୨, ଟାୟାର-୩ ଏବଂ ମନ୍ଦିରମାଳିନୀ ସହରରେ ଅତ୍ୟାଧୁନିକ ଭିତ୍ତିଭୂମି ସହ ମୌଳିକ ଆବଶ୍ୟକତା ପୂରଣ ପାଇଁ ଲକ୍ଷ୍ୟ ରହିଛି। ସ୍ମାର୍ଟ ସିଟି ମିସନ ଅଧୀନରେ ସ୍ମାର୍ଟ ଟ୍ରାଫିକ ସିଗନାଲ୍‌ ସିଷ୍ଟମ୍‌, ସ୍ମାର୍ଟ ଜନପଥ, ମଲ୍‌ଟି ଲେଭଲ୍‌ କାର୍‌ ପାର୍କିଂ ବ୍ୟବସ୍ଥା, ସ୍ମାର୍ଟ ପାର୍କ, ଷ୍ଟ୍ରିଟ୍‌ ଭେଣ୍ଡର ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ବିଡ଼ମ୍ବନର କଥା ଯୋଜନାଗୁଡିକର ସଠିକ ରୂପାୟନ ହୋଇପାରିନି। ତେବେ ନୂଆ ଯୋଜନା କିଭଳି କାର୍ଯ୍ୟକାରୀ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅର୍ବାନ ପ୍ଲାନର।  ସିଟି ଇକୋନୋମିକ ରିଜିଅନ ଜରିଆରେ ଭୁବନେଶ୍ୱରକୁ ନିକଟସ୍ଥ ସହର ସହ ଯୋଗାଯୋଗ ସହଜ ହୋଇପାରିବ।