କନକ ବ୍ୟୁରୋ : ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଭଣ୍ଡାର ଖୋଲି ଦେଇଛି କେନ୍ଦ୍ର । ନୂଆ କରିଡର ସହ ପୁରୁଣା ପ୍ରକଳ୍ପ ଶେଷ କରିବା ଉପରେ ରହିଛି ଫୋକସ । ଏଥିପାଇଁ ପ୍ରାୟ ୧୧ ହଜାର କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ମୋଦୀ ସରକାର । ଯାହା ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ଆହୁରି ସୁଦୃଢ କରିବ ।
ଡବଲ ଇଞ୍ଜିନ ସରକାରରେ ଡବଲ ଫାଇଦା ପାଇଛି ଓଡ଼ିଶା । ଓଡ଼ିଶାକୁ ପୂର୍ବୋଦୟ ଭାରତର ଗେଟୱେ କରିବାକୁ ଯେଉଁ ପରିକଳ୍ପନା ହୋଇଛି ତାହାକୁ ବଳ ଦେଇଛି ଚଳିତବର୍ଷର ରେଳ ବଜେଟ । ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ୧୦ ହଜାର ୯୨୮ କୋଟି ଟଙ୍କାର ବଜେଟ ଅନୁଦାନ ଦେଇଛି କେନ୍ଦ୍ର । ଖୁବ୍ଶୀଘ୍ର ପୂର୍ବ-ପଶ୍ଚିମ ପରିବହନ କରିଡର ସହ ଯୋଡ଼ି ହେବ ଓଡ଼ିଶା । ଏହା ପଶ୍ଚିମବଙ୍ଗର ଦାନ୍ତକୁଣିରୁ ଓଡ଼ିଶା-ଛତିଶଗଡ଼-ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଗୁଜରାଟର ସୁରଟକୁ ସଂଯୋଗ କରିବ । ଯାହା ଓଡ଼ିଶାକୁ ଶିଳ୍ପ ଓ ବାଣିଜ୍ୟିକ କ୍ଷେତ୍ରରେ ଦୁଇ ପାଦ ଆଗରେ ରଖିବ । ଏହାବାଦ୍ ଓଡ଼ିଶାରେ ୯୦ ହଜାର ୯୫୯ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି । ଖୁବଶୀଘ୍ର ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଟାର୍ଗେଟ ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ରେଲବାଇରେ ଓଡ଼ିଶାକୁ ୧୦ ହଜାର ୯୨୮ କୋଟିର ଅନୁଦାନ, ପ୍ରେସମିଟ କରି ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରେଳ ଯୋଗାଯୋଗ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା । ରାଜ୍ୟରେ ଏବେ ୬ଟି ଲେଖାଏଁ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନ ଚାଲୁଛି । ଗତ ୧୧ ବର୍ଷରେ ରାଜ୍ୟରେ ୨୨ ଶହ କିଲୋମିଟର ରେଳ ଟ୍ରାକ ନିର୍ମାଣ ସରିଛି । ନିର୍ମାଣଧୀନ ପ୍ରକଳ୍ପକୁ ଶୀଘ୍ର ସାରିବାକୁ ଡେଡଲାଇନ ରଖିଛି ରେଳ ବିଭାଗ । ୨୦୨୬ ଶେଷ ସୁଦ୍ଧା ଖୋର୍ଦ୍ଧା ସହ ଯୋଡ଼ି ହେବ ବଲାଙ୍ଗୀର । ୨୨୬ କି.ମି ରେଳ ଲାଇନ ଶେଷ, ବଳକା ୭୫ କି.ମି ପାଇଁ ୭ଟି ଟନେଲ୍ ନିର୍ମାଣ ଶେଷ । ପାରଳାଖେମୁଣ୍ଡି, ତାଳଚେର, ବରପାଲିରେ ଅମୃତ ଭାରତ ଷ୍ଟେସନ୍ କାର୍ଯ୍ୟ ଶେଷ । ଟ୍ରେନ୍ ଧକ୍କାରେ ହେଉଥିବା ହାତୀ ମୃତ୍ୟୁକୁ ରୋକିବାକୁ ଲାଗିବ ଅପ୍ଟିକାଲ ଫାଇବର କେବୁଲ ଟେକ୍ନୋଲୋଜି । ଆଗାମୀ ୬ମାସରେ AI ବେସ୍ ଥର୍ମାଲ୍ କ୍ୟାମେରା ଲାଗିବ ।
ପ୍ରଧାନମନ୍ତ୍ରୀଙ୍କ ଫୋକସରେ ରହିଛି ଓଡ଼ିଶା । ପୂର୍ବ ଉପା ସରକାର ସମୟରେ ବାର୍ଷିକ ୧୦୦୦ ଟଙ୍କା ପାଉଥିବା ଓଡ଼ିଶାକୁ ଏବେ ବାର୍ଷିକ ପ୍ରାୟ ୧୧ ହଜାର କୋଟି ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/02/odisha-railway-development-2026-02-02-21-07-16.jpg)