କନକ ବ୍ୟୁରୋ : ବଡ଼ ଦିନ ଓ ନୂଆ ବର୍ଷରେ ସୂର୍ଯ୍ୟମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଧାଡିରେ ଶୃଙ୍ଖଳିତ ପ୍ରବେଶ ପାଇଁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ନିର୍ମାଣ ହେଲା ବ୍ୟାରିକେଟ୍ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପର୍ଯ୍ୟଟନ ଋତୁକୁ ନେଇ ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଆସୁଥିବା ଦେଶ ଓ ବିଦେଶ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼କୁ ନେଇ ବିଗତ ବର୍ଷ ମାନଙ୍କରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ବଡ଼ ଦିନ ଛୁଟି ଓ ନବ ବର୍ଷ ପାଇଁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଚଳିତ ବର୍ଷ ସୂର୍ଯ୍ୟମନ୍ଦିରର ପ୍ରବେଶ ପଥରେ ଏହି ବ୍ୟବସ୍ଥା ହେବ । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଏଏସଆଇ ପକ୍ଷରୁ ସ୍ବତନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକ ମାନେ ଧାଡିରେ ମନ୍ଦିର ପ୍ରବେଶ କରିବା ପାଇଁ ଅସ୍ଥାୟୀ ଭାବେ ଲୁହା ପାଇପି ଦ୍ୱାରା ୪ ଧାଡି ବିଶିଷ୍ଟ ୬୦ ମିଟର ଲମ୍ବର ବ୍ୟାରିକେଟ୍ ନିର୍ମାଣ କରାଯାଉଛି । ଏହି ବ୍ୟାରିକେଟ୍ ଟିକେଟ କାଉଣ୍ଟର ଠାରୁ ସୂର୍ଯ୍ୟ ମନ୍ଦିର ତନଖି ଫାଟକ ପର୍ଯ୍ୟନ୍ତ ଏହି ବ୍ୟାରିକେଟ୍ କାମ ଆରମ୍ଭ ହୋଇଛି । ଏହି ବ୍ୟାରିକେଟ୍ରେ ଏଏସ୍ଆଇ ପକ୍ଷରୁ ପ୍ରତେକ ସ୍ଥାନରେ ଗହଳିକୁ ସମ୍ଭାଳିବା ପାଇଁ ସ୍ବତନ୍ତ ପ୍ରଶିକ୍ଷିତ ସିକ୍ୟୁରିଟ ଗାର୍ଡ ନିଯୁକ୍ତି ଦିଆଯାଇଛି ।
ଅଧିକ ପଢ଼ନ୍ତୁ---‘ଆରାବଳୀର ଅସ୍ମିତା ସହ କେହି ଖେଳିପାରିବେନି’… ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ
ଏହି ବ୍ୟାରିକେଟ ମଧ୍ୟ ଦେଇ ପର୍ଯ୍ୟଟକ ମାନେ ଧାଡିରେ ଶୃଙ୍ଖଳିତ ଭାବେ ପ୍ରବେଶ କରି ସୂର୍ଯ୍ୟମନ୍ଦିର ବୁଲି ଦେଖିପାରିବେ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସୂର୍ଯ୍ୟମନ୍ଦିର ପ୍ରବେଶ କରି ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଏଏସ୍ଆଇର ସ୍ଥାନୀୟ ଅଧିକାରୀ ତ୍ରଇଲୋକ ନାଥ ବେହେରା ପ୍ରକାଶ କରିଛନ୍ତି । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟନ ଋତୁ ଓ ନବବର୍ଷ ଉପଲକ୍ଷେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମକୁ ନଜରରେ ରଖି କୌଣସି ଅଘଟଣ ନ ଘଟିବା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯିବାକୁ ସାଧାରଣରେ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/24/konarak-sun-temple-2025-12-24-11-23-27.jpg)