କନକ ବ୍ୟୁରୋ: ୧୩ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ଖୁବଶୀଘ୍ର କଢ଼ାଯିବ ବାଲି । ବାଲି କାଢ଼ିବା ନେଇ ଦୀର୍ଘଦିନ ବ୍ୟବଧାନ ପରେ ଏଏସ୍‌ଆଇ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସଆଇର ପୂର୍ବତନ ଡାରେକ୍ଟର ଜେନେରାଲ ଅଫ କଞ୍ଜରଭେସନ(ଡିଜି) ଏକେ.ବାସାଙ୍କ ସମେତ ୧୦ ଜଣିକିଆ ଟେକ୍‌ନିକାଲ କୋର କମିଟି କୋଣାର୍କ ଗସ୍ତରେ ଆସି ପହଁଛି ସୂର୍ଯ୍ୟମନ୍ଦିର ବାଲିକଢା ସ୍ଥିତି କୁ ଅନୁଧ୍ୟାନ କରିଥିଲେ । ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲି ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।

Advertisment

ଅଧିକ ପଢନ୍ତୁ :କୋଣାର୍କରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’, ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ମାତ୍ର ଏବେ ମନ୍ଦିର ର ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟର ର ଟନେଲ ନିର୍ମାଣ କରାଯିବ। ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତାରେ ଏହି ଟନେଲ ନିର୍ମାଣ କାମ ଆରମ୍ଭ ହୋଇଛି । ସର୍ବସମ୍ମତି ପରେ ଏହି ନିଷ୍ପତି ନିଆଯାଇଛି । ସ୍ୱତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟ ରେ ଏହି ଟନେଲ ଖୋଳା କାମ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲି ର ସ୍ଥିତି ଓ ଭିତରର ପଥର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ କଢ଼ାଯିବ ବାଲି। କୋଣାର୍କ ସୂର୍ୟ୍ୟମନ୍ଦିର ର ଜଗମୋହନ ମନ୍ଦିର ରୁ ପଥର ଗୋଟେ ପରେ ଗୋଟେ ଖସିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ୧୯୦୩ ମସିହାରୁ ୧୯୦୯ ମସିହା ମଧ୍ୟରେ  ଜଗମୋହନ ମନ୍ଦିର ର ଗର୍ଭଗୃହ ରେ ସମ୍ପୁର୍ଣ ବାଲି ପୁରାଇ ଦେଇଥିଲେ ତତ୍କାଳୀନ ବୈଷୟିକ ଟିମ୍ । ଏହାର ସମସ୍ତ ପ୍ରବେଶ ପଥ ଗୁଡିକୁ ବନ୍ଦ କରିଦେଇଥିଲେ ।