କନକ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୭୬ ରନ୍ରେ ଭାରତକୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛି । ନିଜ ମୈଦାନ ଓ ନିଜର ହଜାର ହଜାର ପ୍ରଶଂସକଙ୍କ ସମ୍ମୁଖରେ ଖେଳୁଥିଲେ ହେଁ ଭାରତୀୟ ଦଳ ଏହି ମୁକାବିଲାରେ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୧୮୭ ରନ୍ର ଏକ ବଡ଼ ସ୍କୋର ଛିଡ଼ା କରିଥିଲା, ଯାହା ଭାରତୀୟ ବୋଲରଙ୍କୁ ବେଶ୍ ଅଡୁଆରେ ପକାଇଥିଲା ।
୧୮୮ ରନ୍ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦକ୍ଷିଣ ଆଫ୍ରିକୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟରମାନେ ବେଶୀ ସମୟ ତିଷ୍ଠି ପାରିନଥିଲେ । ପୂରା ୨୦ ଓଭର ମଧ୍ୟ ଖେଳିପାରିଲାନି ଭାରତ ଏବଂ ମାତ୍ର ୧୧୧ ରନ୍ରେ ସମସ୍ତ ୱିକେଟ୍ ହରାଇ ପରାଜୟ ବରଣ କଲା । ଘରୋଇ ପରିସ୍ଥିତି ଅନୁକୂଳ ଥିଲେ ସୁଦ୍ଧା ଭାରତର ଏହି ଅପ୍ରତ୍ୟାଶିତ ପ୍ରଦର୍ଶନ ପ୍ରଶଂସକଙ୍କୁ ବେଶ୍ ନିରାଶ କରିଛି ।
୧୮୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳର ଆରମ୍ଭ ଅତି ନୈରାଶ୍ୟଜନକ ରହିଥିଲା । ପାୱାର-ପ୍ଲେ ମଧ୍ୟରେ ହିଁ ଦଳ ମାତ୍ର ୩୧ ରନ୍ରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ଲଗାତାର ତିନୋଟି ମ୍ୟାଚ୍ରେ ଶୂନରେ ଆଉଟ୍ ହେବାର ଚାପରେ ଥିବା ଅଭିଷେକ ଶର୍ମା ଏହି ମ୍ୟାଚ୍ରେ ଖାତା ଖୋଲିଥିଲେ ସୁଦ୍ଧା ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସହ ତିଳକ ବର୍ମା ଏବଂ ଇଶାନ କିଷାନ ମଧ୍ୟ ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ କ୍ରିଜ୍ରେ ରହି ଲଢ଼େଇ କରିଥିଲେ ହେଁ ଅନ୍ୟପଟୁ ସାଥ୍ ମିଳିନଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ ଫେରିବା ପରେ ଭାରତର ପରାଜୟ ପ୍ରାୟ ନିଶ୍ଚିତ ହୋଇଯାଇଥିଲା । ଦଳୀୟ ସ୍କୋର ୮୮ ରନ୍ ହେବା ବେଳକୁ ଭାରତ ୮ଟି ୱିକେଟ୍ ହରାଇ ସାରିଥିଲା । ୱାଶିଂଟନ୍ ସୁନ୍ଦର ମଧ୍ୟ କ୍ରିଜ୍ରେ ସେଟ୍ ହେବା ପରେ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ, ଯାହାଫଳରେ ଭାରତର ପରାଜୟ ବ୍ୟବଧାନ ବଢ଼ିଯାଇଥିଲା ।
ଏହା ବି ପଢ଼ନ୍ତୁ; ମୋର ବ୍ୟାଟିଂ ଶୈଳୀ ବଦଳିବ ନାହିଁ: ଅଭିଷେକ
ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ କେବଳ ଶିବମ ଦୁବେ ହିଁ ଦକ୍ଷିଣ ଆଫ୍ରିକୀୟ ବୋଲରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ । ସେ ୩୭ଟି ବଲ୍ରୁ ୪୨ ରନ୍ର ଏକ ସଂଘର୍ଷପୂର୍ଣ୍ଣ ପାରି ଖେଳିଥିଲେ । ଦୁବେ ୧୯ତମ ଓଭର ପର୍ଯ୍ୟନ୍ତ ଏକାକୀ କ୍ରିଜ୍ରେ ଲଢ଼େଇ ଜାରି ରଖିଥିଲେ ହେଁ, ଅନ୍ୟ କୌଣସି ବ୍ୟାଟରଙ୍କ ପକ୍ଷରୁ ତାଙ୍କୁ ସହଯୋଗ ମିଳିନଥିଲା । ଦଳୀୟ ବ୍ୟାଟିଂ ଲାଇନ୍-ଅପ୍ ଶେଷ ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିବାରୁ ତାଙ୍କର ଏହି ପ୍ରୟାସ ବେକାର ଯାଇଥିଲା ।
ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଭାରତୀୟ ଦଳର ଅଷ୍ଟମ ନମ୍ବର ପର୍ଯ୍ୟନ୍ତ ବ୍ୟାଟିଂ ଅର୍ଡର ଥିଲେ ସୁଦ୍ଧା କେହି ଦାୟିତ୍ୱବାନ ଖେଳ ପ୍ରଦର୍ଶନ କରିନଥିଲେ । ଦକ୍ଷ ଫିନିସର ଭାବେ ଜଣାଶୁଣା ରିଙ୍କୁ ସିଂ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ସେ ଶୂନ ରନ୍ରେ ଆଉଟ୍ ହୋଇ ପ୍ରଶଂସକଙ୍କୁ ବେଶ୍ ନିରାଶ କରିଥିଲେ । ରିଙ୍କୁଙ୍କ ଭଳି ଖେଳାଳି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ଦଳର ବ୍ୟାଟିଂ ବିଫଳତାକୁ ସ୍ପଷ୍ଟ ପ୍ରମାଣିତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/22/india-vs-south-africa-2026-02-22-23-43-11.jpg)