କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଦଳ ରବିବାରଠାରୁ ନିଜର ସୁପର-୮ ଅଭିଯାନ ଆରମ୍ଭ କରିଥିବାବେଳେ ଭାରତର ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ଉପରେ ପୁଣି ଥରେ ସମସ୍ତଙ୍କ ନଜର ରହିବ । କାରଣ ଆଇସିସି ମାନ୍ୟତା ଅନୁସାରେ ସେ ବିଶ୍ବର ନଂ.୧ ଟ୍ବେଣ୍ଟି-୨୦ ବ୍ୟାଟର୍‌ ଥିଲେ ବି ଚଳିତ ବିଶ୍ବକପ୍‌ରେ ତାଙ୍କର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି । ସେ କ୍ରମାଗତ ତିନୋଟି ମ୍ୟାଚ୍‌ରେ ଖାତା ଖୋଲିପାରିନାହାନ୍ତି । ତାଙ୍କର ଏହି ଖରାପ ପ୍ରଦର୍ଶନକୁ ଦେଖି ପାକିସ୍ତାନୀ ଖେଳା​ଳି ମହମ୍ମଦ ଅମୀର ତାଙ୍କୁ ବାରମ୍ବାର ‘ଚକର୍‌’ ବୋଲି ଡାକୁଛନ୍ତି । ସେହିପରି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କୁ କେତେକ ପରାମର୍ଶ ଦେଇଛନ୍ତି ।

Advertisment

ଏହା ବି ପଢ଼ନ୍ତୁ: ବିଶ୍ବକପ୍‌ ‘ପ୍ରି ସିଡିଂ’କୁ ନେଇ ଉଠିଲା ପ୍ରଶ୍ନ

ବାରମ୍ବାର ବ୍ୟାଟିଂ ବିଫଳତା ପାଇଁ ଏବେ ମୁହଁ ଖୋଲିଛନ୍ତି ଅଭିଷେକ । ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି ଯେ “ମୁଁ ମୋ ବ୍ୟାଟିଂକୁ ଉପଭୋଗ କରୁଛି । ଦୁଇ ବର୍ଷ ତଳେ ମୁଁ ଚାପରେ ରହିବା ବନ୍ଦ କରିଦେଇଥିଲି । କାରଣ ମୋ ନିୟନ୍ତ୍ରଣରେ କେବଳ ଅଭ୍ୟାସ ଓ ତାଲିମ ରହିଛି । କିନ୍ତୁ ମୋ ଉପରେ କୌଣସି ଚାପ ନାହିଁ । ବ୍ୟାଟର୍‌ମାନେ ନିଜ କ୍ୟାରିୟରରେ ଉପର ତଳ ଦେଇ ଗତି କରନ୍ତି । କେତେବେଳେ ରନ ଆସେ ତ କେତେବେଳେ ଆସେ ନାହିଁ । କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ନିର୍ଦ୍ଦିଷ୍ଟ ଶୈଳୀ ଓ ମନୋଭାବ ନେଇ ଖେଳିବି । ମୁଁ ମୋ ଶୈଳୀ ଓ ମନୋଭାବ ବଦଳାଇବି ନାହିଁ ।’’