କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକା ଅପରାଜେୟ ରହିଛି । ତା’ ସହିତ ଦୃଢ଼ ମନୋବଳ ନେଇ ସେମିଫାଇନାଲ୍ ଲାଗି ପ୍ରସ୍ତୁତ ହୋଇଛି । ଲିଗ୍ ପର୍ଯ୍ୟାୟରେ ୪ରୁ ୪ ମ୍ୟାଚ୍ ଜିତିଥିବା ଐଦେନ ମାର୍କରାମଙ୍କ ଦଳ ସୁପର୍-୮ ପର୍ଯ୍ୟାୟରେ ମଧ୍ୟ ୩ରୁ ୩ ଜିତି ଅପରାଜେୟ ଧାରା ଜାରି ରଖିଛି । ରବିବାର ଗ୍ରୁପ୍-୧ ମ୍ୟାଚ୍ରେ ଏହି ଦଳ ୫ ୱିକେଟ୍ରେ ଜିମ୍ବାୱେକୁ ପରାସ୍ତ କରିଛି । ପରାଜୟ ସତ୍ତ୍ବେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା (୭୩ ରନ୍, ୩/୨୯) ନିଜ ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।
ଏହା ବି ପଢ଼ନ୍ତୁ; ସୁଲକ୍ଷଣ ହେଲେ ଓମାନ୍ କ୍ରିକେଟ୍ ଦଳର ମୁଖ୍ୟପ୍ରଶିକ୍ଷକ
୧୫୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର୍ କ୍ବିଣ୍ଟନ ଡି’କକ୍ (୦) ଓ ମାର୍କରାମ (୪)ଙ୍କୁ ପ୍ୟାଭିଲିୟନ୍ ପଠାଇ ସିକନ୍ଦର ରାଜା ପ୍ରାରମ୍ଭିକ ଝଟକା ଦେଇଥିଲେ । ଏହି ଦୁଇ ବ୍ୟାଟର୍କୁ ମାତ୍ର ୧୪ ରନ୍ରେ ହରାଇ ସଙ୍କଟରେ ପଡ଼ିଥିଲା ଦକ୍ଷିଣ ଆଫ୍ରିକା । ତେବେ ଡିୱାଲ୍ଡ ବ୍ରେଭିସ୍ (୪୨), ରିଆନ୍ ରିକେଲଟନ୍ (୩୧), ଜର୍ଜ ଲିଣ୍ଡେ (୩୦*), ଡେଭିଡ ମିଲର (୨୨) ଓ ତ୍ରିଷ୍ଟ ଷ୍ଟବ୍ସ (୨୧*) ଭଲ ଖେଳି ଦଳକୁ ୧୩ ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲେ ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା । ଅଧିନାୟକ ସିକନ୍ଦର ରାଜା (୪୩ ବଲ୍ରୁ ୭୩) ଅର୍ଦ୍ଧଶତକ ଓ କ୍ଲାଇବ୍ ମଦାଣ୍ଡେଙ୍କ ଅପରାଜିତ ୨୬* ରନ୍ କରିବାରୁ ଜିମ୍ବୱେ ଏହି ସମ୍ମାନଜନକ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା । ଦକ୍ଷିଣ ଆଫ୍ରିକାର କ୍ବେନା ମାଫକା ଓ କର୍ବିନ ବସ୍ ୨ଟିଲେଖାଏଁ ୱିକେଟ୍ ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/01/01bbs_56_01032026_111-2026-03-01-23-00-11.jpg)