କନକ ବ୍ୟୁରୋ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ବୁଧବାର ଦେଖିବାକୁ ମିଳିଛି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଚରମ ରୋମାଞ୍ଚ । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପେକ୍ଷାକୃତ ଦୁର୍ବଳ ଲାଗୁଥିବା ସତ୍ତ୍ବେ ଦ୍ବିତୀୟ ସୁପର ଓଭର ପର୍ଯ୍ୟନ୍ତ ଲଢିଥିଲା ଆଫଗାନିସ୍ତାନ । ତେବେ ମୁକାବିଲାକୁ ଜିତି ନେଇଛି ଦକ୍ଷିଣ ଆଫ୍ରିକା, କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢେଇ କରି ହୃଦୟ ଜିତିଛି ଆଫଗାନ ଦଳ ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୧୮୬ ରନ କରିଥିଲା । ଅଧିନାୟକ ଆଇଡେନ ମାର୍କରାମ୍ ସହଳ ପାଭିଲିୟନ ଫେରିବା ପରେ କ୍ବିଣ୍ଟନ ଡିକକ୍ ( ୫୯) ଓ ରିୟାନ ରିକଲଟନ(୬୧) ଏକ ଶତକୀୟ ଭାଗୀଦାର କରି ସ୍କୋରକୁ ଏକ ସୁରକ୍ଷିତ ସ୍ତରକୁ ନେଇଯାଇଥିଲେ । ପରେ ଡେଓ୍ବାଲ୍ଡ ବ୍ରେଭିସ୍ (୨୩) ଡେଭିଡ୍ ମିଲର୍ (୨୦) ଉପଯୋଗୀ ପାଳି ଖେଳି ସ୍କୋରକୁ ୧୮୬ରେ ପହଞ୍ଚାଇଥିଲେ । ଆଫଗାନିସ୍ତାନ ପକ୍ଷରୁ ଅଜମାତୁଲ୍ଲା ଓମର୍ଜାଇ ୩ଟି ଓ ରସିଦ ଖାଁ ୨ଟି ୱିକେଟ୍ ନେଇଥିଲେ । ୧୮୭ ରନର ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନର ଦୁଇ ଓପନର ରହମାନୁଲ୍ଲା ଗୁରବାଜ (୮୪) ଓ ଇବ୍ରାହିମ ଜଦ୍ରାନ (୧୨) ପ୍ରଥମ ଓ୍ବିକେଟ୍ରେ ୫୧ ରନର ଭାଗୀଦାର କରିଥିଲେ । ମାତ୍ର ଦଳ ୫୧ ରନରେ ଲଗାତାର ୨ଟି ଓ ୫୨ ରନରେ ୩ୟ ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ଗୁରବାଜ ଓ ଜରଓ୍ବିସ ରସୁଲି (୧୫)ଙ୍କ ମଧ୍ୟରେ ହୋଇଥିବା ୬୯ ରନର ଏକ ଭାଗୀଦାର ବଲରେ ଦଳ ନିଜର ଲଢେି ଜାରି ରଖିଥିଲେ । ପରେ ଅଜମାତୁଲ୍ଲା ଓମର୍ଜାଇ (୨୨), ରସିଦ ଖାଁ(୨୦) ଓ ଶେଷ ଓଭରରେ ନୂର ଅହମ୍ମଦ(୧୫)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଦଳ ୧୮୭ ରନ କରିବା ସହ ମ୍ୟାଚ ଟାଇ ହୋଇଥିଲା ।
ଏହା ବି ପଢ଼ନ୍ତୁ: ଲକ୍ଷ୍ନୌରେ ଟ୍ରଫି ଜିତିଲା ଓଡ଼ିଶା ନାଭାଲ ଟାଟା ଗ୍ରାସ୍ରୁଟ୍ ଟିମ୍
ଡବଲ ସୁପର ଓଭର
ପ୍ରଥମ ସୁପର ଓଭରରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭ ରନ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ୧୭ ରନ କରିବାରୁ ଏକ ଦ୍ବିତୀୟ ସୁପର ଓଭର ଖେଳ ହୋଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଗୋଟିଏ ୱିକେଟ୍ ବିନିମୟରେ ୨୩ ରନ କରିଥିଲା । ୨୪ ରନ ଲକ୍ଷ୍ୟର ପିଛା କରିବାକୁ ଯାଇ ଆଫଗାନିସ୍ତାନ ଗୋଟିଏ ୱିକେଟ୍ ହରାଇ ୧୯ ରନ ହିଁ କରିପାରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/sa-vs-afg-2026-02-11-21-24-03.jpg)