କନକ ବ୍ୟୁରୋ: ଲକ୍ଷ୍ନୌରେ ଆୟୋଜିତ ୧୪ ବର୍ଷରୁ କମ୍‌ କେଡି ସିଂହ ବାବୁ ହକି ପ୍ରତିଯୋଗିତାରେ ଓଡ଼ିଶା ନାଭାଲ ଟାଟା ହକି (ଓଏନ୍‌ଟିଏଚ୍‌) ଗ୍ରାସ୍‌ରୁଟ୍‌ ଟିମ୍‌ ବିଜେତା ହୋଇଛି । ଫାଇନାଲ୍‌ରେ ଏହି ଓଡ଼ିଶା ଭିତ୍ତିକ ଦଳ ୨-୦ ଗୋଲ୍‌ରେ ଆୟୋଜକ ଉତ୍ତରପ୍ରଦେଶ ପରାସ୍ତ କରିଛି । ପୂର୍ବରୁ ଓଡ଼ିଶା ଗ୍ରୁପ୍‌ ପର୍ଯ୍ୟାୟରେ ତ୍ରିପୁରାକୁ ୧୦-୦, ତାମିଲନାଡ଼ୁକୁ ୫-୦ ଏବଂ ହୋଲି ୱାଲ୍ଡ ଏକାଡେମି ପଞ୍ଜାବକୁ ୫-୦ ଗୋଲ୍‌ରେ ହରାଇ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥିଲା । କ୍ବାର୍ଟରଫାଇନାଲ୍‌ରେ ଓଡ଼ିଶା ୪-୨ ଗୋଲ୍‌ରେ ଫ୍ଲିକର ବ୍ରଦର ହରିୟାଣାକୁ ଏବଂ ସେମିଫାଇନାଲ୍‌ରେ ରାଉଣ୍ଡ ଗ୍ଲାସ ଏକାଡେମି ପଞ୍ଜାବକୁ ପରାସ୍ତ କରି ଟ୍ରଫି ଲଢ଼େଇରେ ପହଞ୍ଚିଥିଲା । ‘ଓଏନ୍‌ଟିଏଚ୍‌’ ଗ୍ରାସ୍‌ରୁଟ୍‌ ଟିମ୍‌ର ଲଗାତାର ଏହି ସ୍ବର୍ଣ୍ଣ ବିଜୟରେ ମୁଖ୍ୟପ୍ରଶିକ୍ଷକ ତଥା ଗ୍ରାସ୍‌ରୁଟ୍‌ ସଂଯୋଜକ ସୁମନ କୁମାର ଚୌଧୁରୀ, ସହଯୋଗୀ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ବାରିକ, ପ୍ରବନ୍ଧକ ଅମିତ ଲୁଗୁନ ଓ ସପୋର୍ଟ ଷ୍ଟାଫ୍‌ ପୁରଣ କେରକେଟ୍ଟାଙ୍କ ଅବଦାନ ରହିଥିଲା ।

Advertisment

ଏହା ବି ପଢ଼ନ୍ତୁ: ଭାରତକୁ ତାରିକଙ୍କ ଚେତାବନୀ, ପ୍ରେସ୍‌ମିଟ୍‌ରେ ଟିମ୍‌ ଇଣ୍ଡିଆକୁ ତାଚ୍ଛଲ୍ୟ