କନକ ବ୍ୟୁରୋ: ରାଉରକେଲା ବିମାନ ଦୁର୍ଘଟଣାକୁ ଏହା ଭିତରେ ୨୪ ଘଣ୍ଟା ବିତିଛି। କିନ୍ତୁ କେମିତି ଓ କାହିଁକି ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାର କାରଣ ସ୍ପଷ୍ଟ ହୋଇନାହିଁ । କାରଣ ଜାଣିବା ପାଇଁ ଜାରି ରହିଛି ତଦନ୍ତ । କେନ୍ଦ୍ରୀୟ ଟିମ୍ ଦୁର୍ଘଟଣାସ୍ଥଳରେ ପହଁଚି ଛାନଭିନ୍ କରିଛନ୍ତି । ଅନ୍ୟପଟେ ସୌଭାଗ୍ୟ ବସତଃ ୬ଜଣଙ୍କ ଜୀବନ ବଂଚି ଯାଇଥିଲେ ବି ଦୁଇ ଗୁରୁତରଙ୍କୁ ମୁମ୍ବାଇର ଏକ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି ।
ଅଧିକ ପଢ଼ନ୍ତୁ :ସ୍ତ୍ରୀକୁ ଦୁବାଇରେ ବିକିଦେଲା ସ୍ବାମୀ
ରାଉରକେଲାରେ ଚାର୍ଟର ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା, ଆରମ୍ଭ ହୋଇଛି କାରଣ ଖୋଜା । ଦୁର୍ଘଟଣାସ୍ଥଳ ଜଲଦାରେ ପହଁଚି ତଦନ୍ତ କରିଛନ୍ତି ଡିଜିସିଏର ୫ଜଣିଆ ଟିମ୍ । ବିମାନ ପଡିଥିବା ସ୍ଥାନ ଓ ଆଖପାଖର ଫଟୋ ଓ ଭିଡିଓଗ୍ରାଫି କରିଛନ୍ତି । ବିମାନଟି ବାଜିଥିବା ଗଛ ପାଖରେ ମାପଚୁପ କରିଛନ୍ତି। ଅନୁଧ୍ୟାନ ପରେ ଡିଜିସିଏ ଟିମ୍ ବିମାନର ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶକୁ ସାଙ୍ଗରେ ନେଇଯାଇଛନ୍ତି । ଯାଂଚ ପରେ ପଦାକୁ ଆସିବ ଦୁର୍ଘଟଣାର କାରଣ । ବ୍ଲାକ୍ ବକ୍ସ ଅନୁଧ୍ୟାନ ପରେ ବିମାନ ଦୁର୍ଘଟଣାର ରହସ୍ୟ ଖୋଲିବ (ଏଏଆଇବି) ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ୪ଜଣିଆ ଟିମ୍ ବି ଦୁର୍ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀ ଜଲଦା ଯାଇ ସ୍ଥିତି ପରଖିଛନ୍ତି। କଟକ ଏସସିବି ଓ ଧରଣୀଧର ମେଡିକାଲ କଲେଜର ସ୍ନାୟୁ ବିଭାଗ କ୍ରିଟିକାଲ କେୟାରର ଦୁଇ ବରିଷ୍ଠ ଡାକ୍ତର ରାଉରକେଲା ଯାଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। .. ଅନ୍ୟପଟେ ଦୁଇ ଗୁରୁତର ସୁନୀଲ ଅଗ୍ରଓ୍ୱାଲ ଓ ସବିତା ଅଗ୍ରଓ୍ୱାଲଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି ।
ଅଧିକ ପଢ଼ନ୍ତୁ :ସ୍ବର୍ଗଦ୍ବାର ସାମ୍ନାରେ ଗଡ଼ିଲା ମୁଣ୍ଡ
ଏସବୁ ଭିତରେ ବିମାନ ଖସି ପଡିବା ପରର ସ୍ଥିତି ବଖାଣିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ପ୍ରଚଣ୍ଡ ଶବ୍ଦ କରି ବିମାନଟି ଖସି ପଡିବା ପରେ ସୃଷ୍ଟି ହୋଇଥିଲା ଭୟର ବାତବରଣ। ବିମାନ ପାଖକୁ ଯିବାକୁ ଭୟ କରିଥିଲେ ଲୋକେ । ପାଇଲଟ ବି ପାଖକୁ ଯିବାକୁ ମନା କରିଥିଲେ । ଏସବୁ ସତ୍ବେ କିଛି ସାହାସୀ ଯୁବକ ବିମାନ ଭିତରକୁ ଯାଇ ଫଶି ରହିଥିବା ଆହତଙ୍କୁ ଉଦ୍ଧାର କରିଥିଲେ । ବିମାନ ଦୁର୍ଘଟଣା ପରେ ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/11/33-2026-01-11-20-42-18.jpg)