ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା; କହିଲେ ଏସଓପିକୁ ମିଳିଛି ସରକାରଙ୍କ ଅନୁମୋଦନ

Advertisment

ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ଶେଷ ହୋଇଛି । ରାଜ୍ୟ ସରକାର ଏସଓପିକୁ ଅନୁମୋଦନ କରିବା ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହୋଇଥିଲା । ପ୍ରସ୍ତୁତ ଏସଓପିକୁ ହାଇଲେବୁଲ୍ କମିଟି, ବିଧି ସବକମିଟି ଏବଂ ପରେ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଏବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ।

ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ଶେଷ ହୋଇଛି । ରାଜ୍ୟ ସରକାର ଏସଓପିକୁ ଅନୁମୋଦନ କରିବା ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହୋଇଥିଲା । ପ୍ରସ୍ତୁତ ଏସଓପିକୁ ହାଇଲେବୁଲ୍ କମିଟି, ବିଧି ସବକମିଟି ଏବଂ ପରେ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଏବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ।

Ratnabhandar

Ratnabhandar Photograph: (kanak news)

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ଶେଷ ହୋଇଛି । ରାଜ୍ୟ ସରକାର ଏସଓପିକୁ ଅନୁମୋଦନ କରିବା ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହୋଇଥିଲା । ପ୍ରସ୍ତୁତ ଏସଓପିକୁ ହାଇଲେବୁଲ୍ କମିଟି, ବିଧି ସବକମିଟି ଏବଂ ପରେ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଏବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଅଳଙ୍କାର ଗଣତିମଣତି ନେଇ ତାରିଖ ଓ ମାହେନ୍ଦ୍ରବେଳାର ନିଷ୍ପତ୍ତି ନେବ ପରିଚାଳନା କମିଟି । ଗଣତିମଣତି ସମୟରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ତାଲିକା ପ୍ରସ୍ତୁତ ହୋଇଛି । 

ଆଜିଠାରୁ ନୀଳାଦ୍ରିବିଜେ ପୂର୍ବରୁ ଗଣତିମଣତି ପାଇଁ ତାଲିକା ପ୍ରସ୍ତୁତ ହୋଇଛି। ଗଣତିମଣତି ପ୍ରକ୍ରିୟାରେ ଦୁଇଟି ଟିମ୍ ରହିବେ। ଗୋଟିଏ ସୁପରଭାଇଜିଂ ଟିମ୍ ଓ ଅନ୍ୟଟି ହ୍ୟାଣ୍ଡେଲିଂ ଟିମ୍। ଉଭୟ ଟିମ୍ ରେ ମୁଖ୍ୟ ପ୍ରଶାସକ ରହିବେ। ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଦାରଖ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଉପମୁଖ୍ୟ ପ୍ରଶାସକ ଅନୁପସ୍ଥିତ ଥିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ତଦାରଖ କରିବେ। ସୁପରଭାଇଜିଂ ଟିମ୍ ରେ ତିନିଜଣ ରହିବେ। ହ୍ୟାଣ୍ଡେଲିଂ ଟିମ୍‌ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ପ୍ରଶାସକ ବା ଉପମୁଖ୍ୟ ପ୍ରଶାସକ,ହାଇଲେବୁଲ୍ କମିଟିର ଅଧ୍ୟକ୍ଷ ଦଳପତି ହିସାବରେ, ପରିଚାଳନା କମିଟିର ପାଞ୍ଚଜଣ ସେବକ ମଧ୍ୟରୁ ଜଣେ ରହିବେ,ଭଣ୍ଡାର ମେକାପ,ତଢାଉକରଣ, ବଣିଆ ସେବକ ରହିବେ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବଣିଆଙ୍କ ତାଲିକା ମଗାଯିବ। ତାମଧ୍ୟରୁ ଦୁଇଜଣ ଯାଇପାରିବେ। ବିଭିନ୍ନ ଅଳଙ୍କାର ଚିହ୍ନିବାକୁ ଜଣେ ରହିଵେ । RBI ରୁ ଜଣେ ରହିବେ । ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତିମଣତି ସମୟରେ ସାମିଲ କରାଯିବ । 

ଅଧିକ ପଢ଼ନ୍ତୁ---ଆଇଏଏସ୍ ଅଧିକାରୀଙ୍କୁ ବି ଛାଡ଼ିଲେନି ସାଇବର ଠକ, ଅରିନ୍ଦମ ଡାକୁଆଙ୍କ ନାଁରେ ଟଙ୍କା ମାଗୁଛନ୍ତି ଲୁଟେରା

ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ। ହ୍ୟାଣ୍ଡେଲିଂ ଟିମ୍ ରୁ ୧୦ଜଣ ରହିବେ। ଗଜପତି ମହାରାଜା କିମ୍ବା ପରିଚାଳନା କମିଟିର କାର୍ଯ୍ୟକାରୀ ଅଧକ୍ଷ ଚାହିଁଲେ ରହିପାରିବେ। ୧୯୭୮ ମସିହାରେ ୭୨ ଦିନ ଗଣତିମଣତି ତାଲିକା ସହ ୧୯୮୨,୯୧୮୫ରେ କିଛି ଅଳଙ୍କାର ବାହାରିଥିବାରୁ ମେଳକ କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି, ଦ୍ୱିତୀୟରେ ବାହାର ରତ୍ନଭଣ୍ଡାରର ଗଣତିମଣତି କରାଯିବ ଏବଂ ଶେଷରେ ଭିତର ରତ୍ନଭଣ୍ଡାରର ଗଣତିମଣତି କରାଯିବ। ଭିତର ରତ୍ନଭଣ୍ଡାରର ଚାବି ପ୍ରତ୍ୟକ ଦିନ ଗଣତିମଣତି ପରେ ଟ୍ରେଜେରୀରେ ଜମା ହେବ ଓ ପୁର୍ନବାର ଗଣତିମଣତି ସମୟରେ ଆସିବ। ସମସ୍ତେ ଗୋପନୀୟତା ବଜାୟ ରଖିବେ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତିମଣତି ହେବ। ଗଣତିମଣତି ପରେ ଅଳଙ୍କାର ସବୁ ଅଲଗା ଅଲଗା ପ୍ରସ୍ତୁତ ସିନ୍ଧୁକରେ ରହିବ। ଗଣତିମଣତି ସମୟରେ ସିସିଟିଭି ବ୍ୟବସ୍ଥା କରାଯିବ। ଗଣତିମଣତିର ତାଲିକାକୁ ପରିଚାଳନା କମିଟିକୁ ପ୍ରଦାନ କରାଯିବ ଓ ପରେ ରାଜ୍ୟ ସରକାରଙ୍କୁ ପଠାଯିବ। ଗଣତିମଣତି ସମୟରେ ଭକ୍ତମାନେ ବାହାରକାଠରୁ ଦର୍ଶନ କରିବେ। କେବଳ ପାଳିଆ ସେବାୟତ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ସେବାପୂଜା କରିବେ। ବିଶେଷ ଦିନ ମାନଙ୍କରେ ଗଣତିମଣତି ବନ୍ଦ ରହିବ। ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକରେ ଜଣାପଡିବ କେଉଁ ତାରିଖ ଓ ଶୁଭ ମୂହୁର୍ତ୍ତରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe