କନକ ବ୍ୟୁରୋ : ମା'ଙ୍କ ଚିକିତ୍ସା ପାଇଁ ଆସି ଜୀବନ ହାରିଲା ପୁଅ । ଆମେ ସବୁବେଳେ ଦେଖିଥାଉ ନିଜ ପିଲା ଟିକିଏ ଅସୁସ୍ଥ ହେଲେ ବାପା ମାଆ ସହିପାରନ୍ତିନି , କିନ୍ତୁ ଏଠି ପୁଅଟିଏ ନିଜ ମାଆର ଅସୁସ୍ଥ ହେବା ଦେଖି ସହିପାରିଲେନି । ସବୁଦିନ ପାଇଁ ଦୁନିଆ ଚାଡ଼ି ଚାଲିଗଲା । ଭିମସାର ଡାକ୍ତରଖାନାକୁ ମା 'ଙ୍କୁ ଚିକିତ୍ସା ପାଇଁ ଆଣିଥିବା ଯୁବକ ନିଖୋଜ ହୋଇଯାଇଥିଲେ । ସେ ତାଙ୍କ ମା’ଙ୍କ ମୋବାଇଲକୁ ପଠାଇଥିବା ଏକ ବାର୍ତ୍ତାକୁ ଆଧାର କରି ଶୁକ୍ରବାର ସକାଳୁ ତାଙ୍କୁ ପାୱାର କେନାଲରେ ଖୋଜା ଚାଲିଥିଲା । ଆଜି ସକାଳେ କେନାଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ଅଧିକ ପଢ଼ନ୍ତୁ..ORS ପିଉଥିଲେ ସାବଧାନ ! ବଜାରରେ ବୁଲୁଛି ନକଲି ORS , ଡାକ୍ତର କଲେ ସାଙ୍ଘାତିକ ଖୁଲାସା
ସୂଚନା ଅନୁସାରେ ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀଙ୍କ ମା’ ରୋଗରେ ଆକ୍ରାନ୍ତ ହୋଇ ଭିମସାରରେ ଚିକିତ୍ସିତ ହେଉଛନ୍ତି । ମା’ଙ୍କ ଅବସ୍ଥା ଦେଖି ସୌରଭ ଭାଙ୍ଗିପଡ଼ିଥିଲେ । ବୁଧବାର ରାତି ୧୦ଟାରେ ସେ ଡାକ୍ତରଖାନାରୁ କେଉଁଆଡ଼େ ଚାଲି ଯାଇଥିଲେ । ଯିବା ପୂର୍ବରୁ ମା’ଙ୍କ କଷ୍ଟ ତାଙ୍କ ପାଇଁ ଅସହ୍ୟ ହେଉଥିବା ନେଇ ଏକ ବାର୍ତ୍ତା ଅସୁସ୍ଥ ମା’ଙ୍କ ମୋବାଇଲକୁ ପଠାଇଥିବା ଜଣାଯାଇଛି । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, ବାପା ଓ ବୋଉ ମୁଁ ତୁମକୁ ବହୁତ ଭଲ ପାଉଛି । ମୁଁ କେନାଲରେ ମୋ ଜୀବନ ହାରିବାକୁ ଯାଉଛି । ମୁଁ କୌଣସି ଟଙ୍କା ନେଇନାହିଁ । ମୋ ବ୍ୟାଗରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏଟିଏମରେ ୧୨ ହଜାର ଟଙ୍କା ରହିଛି ଉଠାଇଦେବ ବୋଲି କହିଛନ୍ତି ସୁରଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/25/20-2025-10-25-12-00-03.jpg)