ତଣ୍ଟି କାଟି ମାଆକୁ ହତ୍ୟାକଲା ପୁଅ,  କୋରାପୁଟ ସୁନାବେଡା ଅମ୍ବେଦକର ନଗର ଉପର ସାହିରେ ଚାଞ୍ଚଲ୍ୟ

Advertisment

ଅନେକ ସମୟରେ ମାଆଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲା ସଇତାନ ପୁଅ

ଅନେକ ସମୟରେ ମାଆଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲା ସଇତାନ ପୁଅ

murder

murder Photograph: (Google)

କନକ ବ୍ୟୁରୋ: ତଣ୍ଟି କାଟି ମାଆକୁ ହତ୍ୟାକଲା ପୁଅ । କୋରାପୁଟ ସୁନାବେଡା ଅମ୍ବେଦକର ନଗର ଉପର ସାହିରେ ଚାଞ୍ଚଲ୍ୟ । ଭାନୁ ଖରା ନାମକ ମହିଳାଙ୍କୁ ହତ୍ୟା କରିଛି ପୁଅ ବଳରାମ ଖରା । ବଳରାମ ଅନେକ ସମୟରେ ମାଆଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲା । ଗତକାଲି ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଭାନୁଙ୍କୁ ଆକ୍ରମଣ କରି ହତ୍ୟ କରିଛି ବଳରାମ । 

ଆଦିବାସୀ ଛାତ୍ରୀ ଗର୍ଭବତୀ ଅଭିଯୋଗ; ଥାନାରେ ମାମଲା, ସଂପୃକ୍ତ ଯୁବକକୁ ଚାଲିଛି ଜେରା

ସକାଳୁ ଘଟଣା ଜଣାପଡିବା ପରେ ପଡ଼ୋଶୀ ସେମିଳିଗୁଡା ପୁଲିସ୍‌କୁ ଖବର ଦେଇଥିଲେ । ସୁନାବେଡା ଏସ୍ଡ଼ିପିଓ ସଦଳବଳ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ବଳରାମର ମାନସିକ ବିକୃତି ରହିଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe