କନକ ବ୍ୟୁରୋ;  ମହାରାଷ୍ଟ୍ରର ସତାରା ଜିଲ୍ଲା ଫଲତାନରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ଜଣେ ଗିରଫ।  ସଫ୍ଟୱେର୍ ଇଞ୍ଜିନିୟର ପ୍ରଶାନ୍ତ ବନକରଙ୍କୁ ଗିରଫ କରିଛି ପୁଲିସ । ମହିଳା ଡାକ୍ତରଙ୍କୁ ପ୍ରଶାନ୍ତ ମାନସିକ ନିର୍ଯାତନା ଦେଇଥିବା ସୁଇସାଡ୍ ନୋଟରେ ଉଲ୍ଲେଖ ଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏସଆଇ ଗୋପାଳ ବଦନେ ଫେରାର ଅଛନ୍ତି। ତାଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି ।

Advertisment

ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା; କାଲି ସରୁଛି ରିମାଣ୍ଡ, ଅଭିଯୁକ୍ତଙ୍କର ହେବ ଟିଆଇ ପରେଡ୍

ସେପଟେ ଗିରଫ ହୋଇଥିବା ସଫ୍ଟୱେର୍ ଇଞ୍ଜିନିୟର ପ୍ରଶାନ୍ତ ବନକରଙ୍କ ଭଉଣୀ ସ୍ବାତିଙ୍କ  ବୟାନ ଘଟଣାକୁ ନୂଆମୋଡ଼ ଦେଇଛି । ସ୍ବାତି ଗଣମାଧ୍ୟମକୁ କହିଛନ୍ତି, ସମ୍ପୃକ୍ତ ମହିଳା ଡାକ୍ତର  ପ୍ରଶାନ୍ତଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ରାଜି ନଥିଲେ ପ୍ରଶାନ୍ତ । ଦୁଇଜଣଙ୍କ ମଧ୍ୟରେ ଏବେ ଭଲ ପଡୁ ନଥିଲା । ସୁଇସାଇଡ୍ ନୋଟ୍ ଅନୁସାରେ,  ମହିଳା ଡାକ୍ତରଙ୍କୁ ପୁଲିସ ଏସଆଇ ଗୋପାଳ ବଦନେ ୫ ମାସରେ ୪ ଥର ଦୁଷ୍କର୍ମ କରିଥିଲେ ।

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ନୂଆ ମୋଡ଼, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୁଲିସର ଚଢ଼ାଉ ବେଳେ ସେକ୍ସ ରାକେଟ ଲିଙ୍କ୍

ଇଞ୍ଜିନିୟର ପ୍ରଶାନ୍ତ ମାନସିକ ନିର୍ଯାତନା ଦେଇଥିବା ଲେଖି  ତାଙ୍କ ଆତ୍ମହତ୍ୟା ପାଇଁ ଦୁଇଜଣଙ୍କୁ ଦାୟୀ କରିଥିଲେ  ମହିଳା ଡାକ୍ତର । ଏକ ହୋଟେଲ ରୁମ୍‌ରୁ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ତାଙ୍କ ହାତ ପାପୁଲିରେ ଲେଖାଥିବା ସୁଇସାଇଡ୍ ଆଧାରରେ ପ୍ରଶାନ୍ତ ବନକରଙ୍କୁ  ପୁଲିସ ଗିରଫ କରିଛି । ତେବେ ତାଙ୍କ ଭଉଣୀଙ୍କ ବୟାନ ପରେ ମାମାଲା ନୂଆମୋଡ଼ ନେଇଛି । ଅଧିକ ତଦନ୍ତ କରୁଛି ପୁଲିସ ।