କନକ ବ୍ୟୁରୋ : ଏଲନ ମସ୍କଙ୍କ ମାଲିକାନାରେ ପରିଚାଳିତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ ଶୁକ୍ରବାର ସନ୍ଧ୍ୟାରେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ଡାଉନ୍ ରହିଛି। ଏହା କାମ କରୁ ନଥିବା ସଂପର୍କରେ ଅଭିଯୋଗ ମିଳିଛି। ଚଳିତ ସପ୍ତାହରେ ଦ୍ବିତୀୟ ଥର ପାଇଁ ‘ଏକ୍ସ’ରେ ଏଭଳି ସମସ୍ୟା ଦେଖାଦେଇଛି। ସର୍ଚ୍ଚ ବିଫଳ ହେଉଛି ଏବଂ ଏରର୍ ମେସେଜ୍ ଆସୁଛି। ଇଣ୍ଟରନେଟ୍ ସେବା ଉପରେ ନଜର ରଖୁଥିବା ଡାଉନଡିଟେକ୍ଟର ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି ଅନେକ ମିନିଟ ଧରି ଏହି ସମସ୍ୟା ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଏ ନେଇ ୫୧୫୫ରୁ ଅଧିକ ରିପୋର୍ଟ ମିଳିଛି। ବ୍ୟବହାରକାରୀମାନେ ଅଭିଯୋଗ କରିଛନ୍ତି ଯେ ଆପ୍ କିମ୍ବା ୱେବସାଇଟ୍କୁ ଆକ୍ସେସ୍ କରି ହେଉନାହିଁ।
ଅଧିକ ପଢ଼ନ୍ତୁ : କେନ୍ଦ୍ର ସରକାରଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ: ସାମାଜିକ ଗଣମାଧ୍ୟମ ବ୍ୟବହାରର ସର୍ବନିମ୍ନ ବୟସ ଧାର୍ଯ୍ୟ କର
ଏହା ପୂର୍ବରୁ ଚଳିତ ସପ୍ତାହରେ ‘ଏକ୍ସ’ରେ ଆଉ ଏକ ବଡ଼ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। ୨୮ ହଜାରରୁ ଅଧିକ ରିପୋର୍ଟ ଏନେଇ ଆସିଥିଲା। ସମସ୍ୟା ସଂପର୍କରେ ଏକ୍ସ ପକ୍ଷରୁ ସାଧାରଣରେ କିଛି କୁହାଯାଇ ନାହିଁ। କିନ୍ତୁ ସର୍ଭର କିମ୍ବା ଅନ୍ୟ କୌଣସି ବୈଷୟିକ ସମସ୍ୟା ପାଇଁ ଏହା ହୋଇଥିବା ଅନୁମାନ କରାଯାଉଛି।
Follow Us