ସଭ୍ୟ ସମାଜରେ କୁତ୍ସିତ ବାସନ୍ଦ ପ୍ରଥା : ପୁଣି ଛତ୍ରପୁର ଥାନା ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମରୁ ଆସିଛି ସାମାଜିକ ବାସନ୍ଦର ଚିତ୍ର

Advertisment

ଛତ୍ରପୁର ଥାନା ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମରୁ ଆସିଛି ପୁଣି ସାମାଜିକ ବାସନ୍ଦର ଚିତ୍ର । ଗାଁର ପି. ନାରାୟଣ ରେଡ୍ଡୀ ଓ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ଛତ୍ରପୁର ଥାନା ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମରୁ ଆସିଛି ପୁଣି ସାମାଜିକ ବାସନ୍ଦର ଚିତ୍ର । ଗାଁର ପି. ନାରାୟଣ ରେଡ୍ଡୀ ଓ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

16

Photograph: (KANAKNEWS)

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ପ୍ରଥା ଥମିବାରେ ନା ନେଉନି । ଛତ୍ରପୁର ଥାନା ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମରୁ ଆସିଛି ପୁଣି ସାମାଜିକ ବାସନ୍ଦର ଚିତ୍ର । ଗାଁର ପି. ନାରାୟଣ ରେଡ୍ଡୀ ଓ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନାରାୟଣଙ୍କ ପତ୍ନୀ, ପୁଅ ଏବଂ ତାଙ୍କ ବୋହୁଙ୍କ ସହ ଦୀର୍ଘ ଦିନ ଧରି ଗ୍ରାମରେ ବସବାସ କରି ଆସୁଛନ୍ତି ।  ୨୦୨୩ ମସିହା ଅକ୍ଟୋବର ମାସରେ ଗ୍ରାମର କିଛି ମହିଳା ନାରାୟଣଙ୍କ ଘରେ ଏକତ୍ରିତ ହୋଇ ବନ୍ଧାଥିବା ଚିଠି ପଇସା ଉଠାଇବା ପାଇଁ ବସିଥିଲେ ।

ସେତେବେଳେ ଗ୍ରାମର ବନ୍ଦନା ଚୌଧୁରୀ ନାମକ ମହିଳା ସେହି ଟଙ୍କାରୁ ୧୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ପରେ ନାରାୟଣଙ୍କ ପରିବାରକୁ ଗ୍ରାମବାସୀ ମାନେ ଟଙ୍କା ମାଗିବା ସହିତ ଘର ସମ୍ମୁଖରେ ଝଗଡା ଏବଂ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ନାରାୟଣ ଟଙ୍କା ଦେବାକୁ ମନା କରିଥିଲେ । ପରେ ଉଭୟ ଗ୍ରାମବାସୀ ଓ ନାରାୟଣଙ୍କ ପରିବାର ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରତ୍ୟାହାର ପାଇଁ ଗ୍ରାମବାସୀ ନାରାୟଣଙ୍କ ପରିବାରକୁ ବାଧ୍ୟ କରିଥିଲେ । ରାଜି ନହେବାରୁ ନାରାୟଣଙ୍କ ପରିବାରକୁ ଗତ ୨୦୨୫ ମସିହା ନଭେମ୍ବର ମସିହା ସାମାଜିକ ବାସନ୍ଦ କରିଥିଲେ ଗ୍ରାମବାସୀ ।

ଅଧିକ ପଢନ୍ତୁ : ବୃଦ୍ଧାଙ୍କ ମୃତ୍ୟୁ ପରେ ୨୦ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ; ସାମାଜିକ ବାସନ୍ଦ ଉଠାଇବାକୁ ଅଡ଼ିବସିଛନ୍ତି ମୃତକଙ୍କ ପରିବାର

ଏନେଇ ମାଇକ ଯୋଗେ ଗ୍ରାମରେ ପ୍ରଚାର କରାଯାଇଥିଲା । ଗ୍ରାମ ପରିସରରେ କୌଣସି ଭୋଜିଭାତର ଆୟୋଜନ ହେଲେ ନାରାୟଣଙ୍କ ପରିବାରକୁ ସାମିଲ କରାଯାଉନାହିଁ । ଏମିତିକି ନାରାୟଣଙ୍କ ଘରେ ଭୋଜିଭାତ ଆୟୋଜିତ ହେଲେ ମଧ୍ୟ କେହି ଆସୁନାହାନ୍ତି । ଏଣୁ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସେମାନେ ଅନୁରୋଧ କରିଛନ୍ତି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe