କନକ ବ୍ୟୁରୋ :ଦୁଇ ପରିବାରକୁ ସାମାଜିକ ବାସନ୍ଦ ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଷ୍ଟ୍ରପତି । ଗଞ୍ଜାମ ଥାନା ଝରାପଦର ଗାଁର ଏଚ.ସାବିତ୍ରୀ ରେଡ୍ଡୀ ଓ ତାଙ୍କ ଭାଇ ଏନ ଅଶନ୍ତା ରେଡ୍ଡୀଙ୍କ ପରିବାରକୁ ବାସନ୍ଦ ଘଟଣାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ୫ ମାସ ଧରି ଉଭୟ ପରିବାରକୁ ଗାଁ ଲୋକ ବାସନ୍ଦ କରିଛନ୍ତି । ଏନେଇ ସେମାନେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଅଭିଯୋଗ କରିଥିଲେ । ମାମଲା ହାଇକୋର୍ଟରେ ବି ପହଞ୍ଚି ଥିଲା । ହେଲେ ସବୁ ଆଡୁ ନିରାଶ ହେବା ପରେ ସାବିତ୍ରୀ ଏନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ସବୁ କଥା ଜଣାଇ ଥିଲେ । ଏଇ ନିକଟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ମଗାଯାଇଛି ।
ରାଷ୍ଟ୍ରପତିଙ୍କ ସଚିବଙ୍କ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି । ଗତ ସେପ୍ଟେମ୍ବର ମାସରେ ଏମାନଙ୍କୁ ବାସନ୍ଦ କରାଯାଇଥିବା ବେଳେ ଏଚ. ସାବିତ୍ରୀ ରେଡ୍ଡୀଙ୍କ ସ୍ୱାମୀ ଏଚ. ରାମଚନ୍ଦ୍ର ରେଡ୍ଡୀ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ଗ୍ରାମବାସୀଙ୍କ ସହ ତାଙ୍କ ଝଗଡା ହୋଇଥିଲା । ଏନେଇ ଗାଁରୁ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା । ଜରିମାନା ନଦେବାରୁ ପ୍ରଥମେ ଭଉଣୀଙ୍କୁ ବାସନ୍ଦ କରାଯିବା ପରେ ଭାଇର ପରିବାରକୁ ମଧ୍ୟ ବାସନ୍ଦ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏନ. ଅଶନ୍ତା ଓ ଏଚ. ସାବିତ୍ରୀ ଦୁହେଁ ମୁଲ ଲାଗି ଚଳନ୍ତି । ଏପରିକି ତାଙ୍କ ପିଲାଙ୍କୁ ଗାଁ ସ୍କୁଲରେ ପାଠ ପଢା ଯାଉ ନଥିବା ବେଳେ ଗଞ୍ଜାମ ସହରରେ ଥିବା ବିଦ୍ୟାଳୟରେ ପାଠ ପଢିବାକୁ ପଡୁଛି ।
ଅଧିକ ପଢ଼ନ୍ତୁ--ବିନା ତାର୍ପୋଲିନ୍ କଭର୍ରେ ଏଣିକି ଯାଇ ପାରିବନି କୌଣସି ବାଲି ବୋଝେଇ ଟ୍ରକ୍: ନିୟମ ଉଲ୍ଲଙ୍ଘନ କଲେ ଗଣିବେ ତଣ୍ଡ
ଗାଁରେ ଦୋକାନ, ବଜାର ଆଦି ସେମାନଙ୍କ ପାଇଁ ବନ୍ଦ କରାଯାଇଥିବାରୁ ସେମାନେ ବାଧ୍ୟ ହୋଇ ଅନ୍ୟତ୍ର ଯିବାକୁ ପଡୁଥିବା କହିଛନ୍ତି । ଗଞ୍ଜାମ ଥାନାରେ ରାମଚନ୍ଦ୍ରଙ୍କ ସ୍ତ୍ରୀ ଏଚ. ସାବିତ୍ରୀ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲେ । ପରେ ଏସ୍ପି, ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସମାଧାନର ବାଟ ଫିଟି ନଥିଲା । ଏହାପରେ ହାଇକୋର୍ଟ ଓ ମାନବାଧିକାର କମିସନଙ୍କ ନିକଟରେ ମାମଲା ପହଞ୍ଚିଥିଲା । ଏବେ ରାଷ୍ଟ୍ରପତି ଏହି ଅଭିଯୋଗ ପାଇବା ପରେ ରାଷ୍ଟ୍ରପତିଙ୍କ ସଚିବ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/10/ganjam-2026-01-10-11-29-16.jpg)