ଅଟକିଗଲା ସ୍ମୃତି ମନ୍ଧାନାଙ୍କ ବିବାହ : ହସ୍ପିଟାଲରେ ଭର୍ତ୍ତି ହେଲେ ବାପା

ବିବାହର ମାହୋଲ୍ ଥିଲା .. ହଳଦୀ , ମେହେନ୍ଦି ସବୁ ସରିଥିଲା ବାକି ଥିଲା ଅଗ୍ନିଙ୍କୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବାର ସଂକଳ୍ପ । କିନ୍ତୁ ବିବାହର କେଇ ଘଣ୍ଟା ପୂର୍ବରୁ ହିଁ କନ୍ୟାପିତାଙ୍କ ଦେହ ହେଲା ଅସୁସ୍ଥ । ଫୁଲରେ ସଜେଇ ହୋଇଥିବା ଘରୁ ଝିଅବିଦା ଗାଡ଼ି ବଦଳରେ ବାହାରିଥିଲା ଆମ୍ବୁଲାନ୍ସ ଗାଡ଼ି ।

Smriti-Mandhana-Palaash-Muchhal

Smriti-Mandhana-Palaash-Muchhal Photograph: (Google)

କନକ ବ୍ୟୁରୋ : ବିବାହର ମାହୋଲ୍ ଥିଲା .. ହଳଦୀ , ମେହେନ୍ଦି ସବୁ ସରିଥିଲା ବାକି ଥିଲା ଅଗ୍ନିଙ୍କୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବାର ସଂକଳ୍ପ । କିନ୍ତୁ ବିବାହର କେଇ ଘଣ୍ଟା ପୂର୍ବରୁ ହିଁ କନ୍ୟାପିତାଙ୍କ ଦେହ ହେଲା ଅସୁସ୍ଥ । ଫୁଲରେ ସଜେଇ ହୋଇଥିବା ଘରୁ ଝିଅବିଦା ଗାଡ଼ି ବଦଳରେ ବାହାରିଥିଲା ଆମ୍ବୁଲାନ୍ସ ଗାଡ଼ି ।  

smriti-palash-
smriti-palash- Photograph: (google)

ବାହା ହେବା ସ୍ମୃତି ମନ୍ଧାନା : ଗାୟିକାଙ୍କ ଭାଇ ସହ ପଡ଼ିବ ହାତଗଣ୍ଠି , ନୂଆ ଇନିଂସ୍ ଆରମ୍ଭ କରିବେ ମହିଳା ବ୍ୟାଟର୍

ଆମେ କହୁଛୁ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ପଳାଶ ମୁଛଲଙ୍କ ବିବାହ ବିଷୟରେ । ଯାହା ବର୍ତ୍ତମାନ ପୋଷ୍ଟପୋନ୍ ହୋଇଯାଇଛି । ଏହି ମହିଳା କ୍ରିକେଟରଙ୍କ ବାପାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଚାନକ ଖରାପ ହୋଇପଡ଼ିଲା ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାପାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବାରୁ ସ୍ମୃତି ବିବାହ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । ସ୍ମୃତିଙ୍କ ମ୍ୟାନେଜର୍ ତୁହିନ୍ ମିଶ୍ରା ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏହାର ସୂଚନା ଦେଇଛନ୍ତି । 

Smriti Father
Smriti Father Photograph: (Google)

ତେବେ ବର୍ତ୍ତମାନ ସ୍ମୃତି ଏବଂ ପଳାଶଙ୍କ ସଙ୍ଗୀତର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଦୁହେଁ ସାଙ୍ଗ ହୋଇ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ସ୍ମୃତିଙ୍କ ବାପା,ମା’ ମଧ୍ୟ ନାଚୁଥିବାର ନଜର ଆସୁଛନ୍ତି । ଟିମ୍ ଇଣ୍ଡିଆ ମହିଳା କ୍ରିକେଟ୍ ଟିମର ଅନ୍ୟ ସଦସ୍ୟ ମଧ୍ୟ ଏହି ସ୍ମୃତିଙ୍କ ସଙ୍ଗୀତରେ ସ୍ପେଶାଲ୍ ଡ୍ୟାନ୍ସ କରୁଛନ୍ତି । ତେବେ ବର୍ତ୍ତମାନ ସ୍ମୃତି ଏବଂ ପଳାଶଙ୍କ ବିବାହ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । କ୍ରିକେଟରଙ୍କ ମ୍ୟାନେଜର୍ କହିଥିଲେ ଯେ ସକାଳ ଜଳଖିଆ ସମୟରେ ବାପାଙ୍କ ସ୍ବାସ୍ଥ୍ୟ ଅଚାନକ ବିଗିଡ଼ିଗଲା । ପ୍ରାରମ୍ଭିକ ଚିକିତ୍ସା ପରେ ମଧ୍ୟ କିଛି ବିଶେଷ ପ୍ରଭାବ ନ ଦେଖାଯିବା ପରେ ପରିବାର ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନେଇଯାଇଥିଲେ । ଯେପର୍ଯ୍ୟନ୍ତ ବାପାଙ୍କ ସ୍ବାସ୍ଥ୍ୟରେ ସୁଧାର ନ ଆସିଛି ସ୍ମୃତିଙ୍କ ବିବାହ ପୋଷ୍ଟପୋନ୍ କରିବ ବୋଲି ସୂଚନା ମିଳୁଛି  । ବାପାଙ୍କ ବିନା ବିବାହ କରିବାକୁ ସଫା ସଫା ମନା କରିଛନ୍ତି ସ୍ମୃତି । 

ତେବେ ସ୍ମୃତି ମନ୍ଧାନା ଏବଂ ପଳାଶ ମୁଛଲ ୨୦୧୯ ମସିହାରୁ ଡେଟିଂ କରୁଛନ୍ତି ଏବଂ ୨୦୨୪ ରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିଛି ଦିନ ପୂର୍ବରୁ ସ୍ମୃତିଙ୍କୁ ପଳାଶ ଷ୍ଟାଡିୟମରେ ପ୍ରପୋଜ୍ ମଧ୍ୟ କରିଥିଲେ ଯାହାର ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଥିଲା । ନିଜ ସାଥୀ ଖେଳାଳିଙ୍କ ସହ ବିବାହକୁ ନେଇ କ୍ରିକେଟର୍ ଏକ ମଜାଳିଆ ରିଲ୍ ମଧ୍ୟ କରିଥିଲେ ଯାହା ଭାଇରାଲ୍ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe