କନକ ବ୍ୟୁରୋ : ସ୍ମାର୍ଟ ସିଟି ଭୁବନେଶ୍ୱରରେ କାମ କରୁନି ୱାଟର ଏଟିଏମ୍ । କେଉଁଠି ଶିଉଳି ଲାଗି ଗଲାଣି ତ କେଉଁଠି ପାଣି ଆସୁନି । ଟିକିଏ ବିଷୁଦ୍ଧ ପାଣି ପିଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀ ବାସିନ୍ଦା । ଦିଲ୍ଲୀ ପରେ ଦେଶର ଦ୍ବିତୀୟ ସହର ଭାବେ ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ଵରରେ ଏହି ବ୍ୟବସ୍ଥା କରିଥିଲେ । ହେଲେ ଫେଲ୍ ମାରିଛି ଯୋଜନା ।
ରାଜଧାନୀରେ ଅଚଳ ୱାଟର ଏଟିଏମ୍ , ଭୁବନେଶ୍ୱରର ବିଭିନ୍ନ ଛକ ବଜାରେ ବସିଥିଲା ୱାଟର ଏଟିଏମ୍ । ଲକ୍ଷ୍ୟ ଥିଲା ଖୁବ୍ କମ୍ ଟଙ୍କାରେ ରାଜଧାନୀ ବାସିନ୍ଦାଙ୍କୁ ମିଳବ ଶୁଦ୍ଧ ପାନୀୟ ଜଳ । ଏହି ୱାଟର୍ ଏଟିଏମ୍ ମେସିନ୍ ଏକ ଅତ୍ୟାଧୁନିକ ଡିଜିଟାଲ୍ ବ୍ୟବସ୍ଥା ଥିଲା ଓ ଏଥିପାଇଁ ୱାଟର୍ କାର୍ଡ ବି ଜାରି କରାଯାଇଥିଲା । କାର୍ଡ ନ ଥିଲେ କଏନ୍ ପକାଇ ପିଇବା ପାଣି ପାଇ ପାଉଥିଲେ ଲୋକେ । ପାଣି ଲିଟର ପିଛା ୩୦ ପଇସା ନେଉଥିଲା ବିଏମ୍ସି । ହେଲେ ୱାଟର୍ ଏଟିଏମ୍ ସବୁ ଏବେ ଅଚଳ ଅବସ୍ଥାରେ ପଡ଼ିଛି । ୬ ବର୍ଷ ଭିତରେ ସବୁ ଭିତ୍ତଭୂମି ଉଜୁଡ଼ିଗଲାଣି । ଏଟିଏମ୍ର ସୁଇଚ୍ କାମ କରୁନି। କଏନ ପକାଇଲେ ବି ପାଣି ବାହାରୁନି କି କାର୍ଡ ବ୍ୟବହାର କଲେ ବି ପାଣି ଆସୁନି ।
ଅଧିକ ପଢ଼ନ୍ତୁ--ଶିକୁଳିରେ ବନ୍ଧାପଡ଼ିଛି ଜୀବନ ; ନାତୁଣୀର ଲାଳନପାଳନ କରୁଛନ୍ତି ଅଜା
୨୦୧୯-୨୦ରେ ୱାଟର୍ ଏଟିଏମ୍ ବ୍ୟବସ୍ଥା ଆପଣାଇଥିଲା ବିଏମସି । ସର୍ବ ଜଳ ପିରାମଲ୍ କମ୍ପାନୀ ସହଭାଗିତାରେ ବିଏମ୍ସି ଭୁବନେଶ୍ଵରର ଝରଣା ସାହିରେ ପ୍ରଥମ ୱାଟର ଏଟିଏମ୍ ବସାଇଥିଲା । ପରବର୍ତ୍ତୀ ସମୟରେ ରାଜଧାନୀର ପ୍ରମୁଖ ୪୦ଟି ସ୍ଥାନରେ ୪୦ଟି ୱାଟର ଏଟିଏମ୍ ବସାଯାଇଥିଲା । ପ୍ରତି ମେସିନ୍ ପିଛା ପ୍ରାୟ ୧୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏପରି ୪୦ଟି ମେସିନ୍ ବାବଦରେ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । କିନ୍ତୁ ମାତ୍ର କେଇ ବର୍ଷରେ ଏଟିଏମ୍ ର ରକ୍ଷଣ ବେକ୍ଷଣ ଦାୟିତ୍ଵ ଭୁଲିଗଲା ବିଏମସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/03/water-atm-2025-12-03-18-48-09.png)