ସ୍ମାର୍ଟ ମିଟର ଦ୍ୱନ୍ଦ୍ୱ ବଢ଼ୁଛି; ସ୍ୱଚ୍ଛତା ଆଣିବାରେ କର୍ତ୍ତୃପକ୍ଷ ବିଫଳ, ଉପଭୋକ୍ତାଙ୍କ ଅଧିକାର ଗଲା ଚୁଲିକୁ

Advertisment

ଘରେ ଘରେ ଲାଗିବ ସ୍ମାର୍ଟ ମିଟର । ଏମିତି ନିଷ୍ପତ୍ତି ନେଇ ସରକାର ଲଗାଇସାରିଲେଣି ପ୍ରାୟ ୧୩ଲକ୍ଷ ସ୍ମାର୍ଟ ମିଟର । ପୁରୁଣା ମିଟର ବାହାର କରି ନୂଆ ସ୍ମାର୍ଟ ମିଟର ଲଗାଇଛି ଟାଟା ପାଓ୍ୱାର । ସ୍ମାର୍ଟ ମିଟର ପ୍ରିପେଡ ଲଗାଇବେ କି ପୋଷ୍ଟପେଡ ତାହା ଉପଭୋକ୍ତାଙ୍କ ନିଜସ୍ୱ ମତ ।

ଘରେ ଘରେ ଲାଗିବ ସ୍ମାର୍ଟ ମିଟର । ଏମିତି ନିଷ୍ପତ୍ତି ନେଇ ସରକାର ଲଗାଇସାରିଲେଣି ପ୍ରାୟ ୧୩ଲକ୍ଷ ସ୍ମାର୍ଟ ମିଟର । ପୁରୁଣା ମିଟର ବାହାର କରି ନୂଆ ସ୍ମାର୍ଟ ମିଟର ଲଗାଇଛି ଟାଟା ପାଓ୍ୱାର । ସ୍ମାର୍ଟ ମିଟର ପ୍ରିପେଡ ଲଗାଇବେ କି ପୋଷ୍ଟପେଡ ତାହା ଉପଭୋକ୍ତାଙ୍କ ନିଜସ୍ୱ ମତ ।

Smart Meters Controversy

Smart Meters Controversy Photograph: (Kanak News)

କନକ ବ୍ୟୁରୋ : ସ୍ମାର୍ଟ ମିଟରକୁ ନେଇ ଗର୍ଜୁଛନ୍ତି ଉପଭୋକ୍ତା । ଜନ ଅସନ୍ତୋଷକୁ ଦେଖି ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ସବୁ ଜିଲ୍ଲାରେ ଆଜି ଦଳୀୟ ନେତା ଏହା ବିରୋଧରେ ନାରାବାଜି କରିଛନ୍ତି । ଏହି ମିଟରକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାର ଅନ୍ୟ କାରଣ ହେଉଛି ଏହି ସମ୍ୱେଦନଶୀଳ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ଟାଟା ପାଓ୍ୱାର କର୍ତ୍ତୃପକ୍ଷ କିମ୍ୱା ସରକାର । ଓଲଟା ରାତିପାହିଲେ ସ୍ମାର୍ଟ ମିଟର ଲଗାଇବାକୁ ପହଞ୍ଚୁଛନ୍ତି ବାବୁ ।

ଘରେ ଘରେ ଲାଗିବ ସ୍ମାର୍ଟ ମିଟର । ଏମିତି ନିଷ୍ପତ୍ତି ନେଇ ସରକାର ଲଗାଇସାରିଲେଣି ପ୍ରାୟ ୧୩ଲକ୍ଷ ସ୍ମାର୍ଟ ମିଟର । ପୁରୁଣା ମିଟର ବାହାର କରି ନୂଆ ସ୍ମାର୍ଟ ମିଟର ଲଗାଇଛି ଟାଟା ପାଓ୍ୱାର । ସ୍ମାର୍ଟ ମିଟର ପ୍ରିପେଡ ଲଗାଇବେ କି ପୋଷ୍ଟପେଡ ତାହା ଉପଭୋକ୍ତାଙ୍କ ନିଜସ୍ୱ ମତ । କେଉଁ କଂପାନିର ମିଟର ଲଗାଯିବ, ତାହାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅନୁମତି ଦେଇଛନ୍ତି ନା ନାହିଁ, ଏକଥା ଉପଭୋକ୍ତା ଜାଣିବ କେମିତ ? ଉପଭୋକ୍ତା ସଂଘ କହିଛି, ଲୋକଙ୍କ ଅଧିକାରର ହନନ ଚାଲିଛି । ଓଡିଶାରେ ମିଟର ଯାଞ୍ଚ ପାଇଁ କୌଣସି ଲ୍ୟାବ ନାହିଁ । ଏବେ ଏହାକୁ କିଏ, କେଉଁଠି ଟେଷ୍ଟିଂ କରୁଛନ୍ତି, ସେ କଥା କର୍ତ୍ତୃପକ୍ଷ ଆଗ କୁହନ୍ତୁ ।

ଅଧିକ ପଢ଼ନ୍ତୁ : ସ୍ମାର୍ଟ ମିଟରକୁ ନେଇ ଅସନ୍ତୋଷ ଝାଡ଼ିଲେଣି ଗ୍ରାହକ : ପ୍ରଶ୍ନବାଣରେ ଅତିଷ୍ଠ କଲେଣି ଉପଭୋକ୍ତା

ସ୍ମାର୍ଟ ମିଟର ପ୍ରସଙ୍ଗରେ ଜନ ଅସନ୍ତୋଷକୁ ଦେଖି ରାଜନୈତିକ ଫାଇଦା ହାସଲ ଲାଗି କଂଗ୍ରେସ ତୟାର । ଦଳ ଆଜି ରାଜଧାନୀ ସମେତ ସବୁ ଜିଲ୍ଲାରେ ରାସ୍ତାକୁ ଓହ୍ଲାଇଛି । ଦାବି କରିଛି, ସ୍ମାର୍ଟ ମିଟର ଓ ଅତିରିକ୍ତ ସୁରକ୍ଷା ଜମା ରାଶି ନିଷ୍ପତ୍ତି ପ୍ରତ୍ୟାହାର କର । ଟିପିସିଓଡିଏଲ କର୍ପୋରେଟ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ କଂଗ୍ରେସ କର୍ମୀ । ଟିପିସିଓଡିଏଲର କୌଣସ ଅଧିକାରୀ ଆଲୋଚନା ପାଇଁ ନଆସିଥିବାରୁ ଶେଷରେ ଫାଟକରେ ତାଲା ଲଗାଇଥିଲେ କଂଗ୍ରେସ କର୍ମୀ । ପିସିସି ସଭାପତି କହିଛନ୍ତି, ମାସେ ଭିତରେ ଉପଭୋକ୍ତାଙ୍କୁ ସୁରକ୍ଷା ନ ମିଳିଲେ, ଲୋକସେବା ଭବନ ଘେରାଉ କରିବୁ ।

ସ୍ମାର୍ଟ ମିଟର ନେଇ ଲୋକଙ୍କ ଅସନ୍ତୋଷ ଏବେ ଆନ୍ଦୋଳନ ରୂପ ନେବାକୁ ବସିଲାଣି । ହେଲେ ଶକ୍ତି ମନ୍ତ୍ରୀ ଏ ପ୍ରସଙ୍ଗରେ ଥରୁଟିଏ ସମୀକ୍ଷା କରିନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe