କନକବ୍ୟୁରୋ : ସ୍ମାର୍ଟ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ଏ ମିଟର ଲଗାଯିବା ଘଟଣା ଓଡ଼ିଶାରେ ନୂଆ ବିବାଦ ସୃଷ୍ଟି କଲାଣି । କେଉଁ କଂପାନିର ମିଟର ଲଗାଇବେ କର୍ତ୍ତୃପକ୍ଷ? ଘରୋଇ କମ୍ପାନୀ ପାଇଁ ରାଜ୍ୟବାସୀ କାହିଁକି କ୍ଷତି ସହିବେ ? ଏମିତି ମାଳ ମାଳ ପ୍ରଶ୍ନରେ ଛନ୍ଦି ହୋଇଗଲାଣି ସ୍ମାର୍ଟ ମିଟର । ଉପଭୋକ୍ତା ମହାସଂଘର ଏସବୁ ପ୍ରଶ୍ନର କିନ୍ତୁ ଏଯାଏଁ ଉତ୍ତର ଦେଇନାହାନ୍ତି ସରକାର ।
ଦିଲ୍ଲୀ ମୁଣ୍ଡରେ ଏବେ ପ୍ରଦୂଷଣର କଳଙ୍କ : ଅନେକ ମୁଣ୍ଡ ନେଲାଣି ସିରିଜ୍ ଦୁର୍ଘଟଣା
ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା-ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ହେଲେ ଉପଭୋକ୍ତା ମହାସଂଘ କହୁଛି ଯେ ଅନେକ ଦିନ ପୂର୍ବରୁ ଲାଗିଲାଣି ସ୍ମାର୍ଟ ମିଟର । କେବଳ ସେତିକି ନୁହେଁ, ଟାଟା ପାଓ୍ବାର ଲଗାଉଥିବା ମିଟରର ବିଶ୍ବନିୟତା ଉପରେ ବି ଉଠାଇଛନ୍ତି ପ୍ରଶ୍ନ । ମିଟର କିଏ ଦେଉଛି ? ଏଥିପାଇଁ ଖୋଲା ଟେଣ୍ଡର ହୋଇଥିଲା ତ?
ଏସବୁ କେତେ ଉପଯୁକ୍ତ, କିଏ ଯାଞ୍ଚ କରିଛି? ବୋଲି ପ୍ରଶ୍ନ କରିଛି ଉପଭୋକ୍ତା ସଂଘ । ଟାଟା ପୁଞ୍ଜିନିବେଶ ନକରି ରାଜ୍ୟ ବଜେଟ ଅନୁଦାନ ମାଧ୍ୟମରେ ସ୍ମାର୍ଟ ମିଟର ଲଗାଉଛି । ଏଥିପାଇଁ ରାଜ୍ୟ କ୍ୟାବିନେଟ ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରସ୍ତାବରେ ମୋହର ମାରିଛି । ସ୍ମାର୍ଟ ମିଟର ପାଇଁ ଅନ୍ୟ ରାଜ୍ୟ କେନ୍ଦ୍ରୀୟ ଅନୁଦାନ ପାଉଥିଲାବେଳେ ଓଡିଶା ସରକାର କାହିଁକି ନିଜେ ଖର୍ଚ୍ଚ କରିବେ ବୋଲି ପଚାରିଛନ୍ତି ଶକ୍ତି ସମୀକ୍ଷକ । କିଛି ବିଶେଷଜ୍ଞ ପରାମର୍ଶ ଦେଇ କହିଛନ୍ତି ସ୍ମାର୍ଟ ମିଟର ଲଗାଇବା ବେଳେ ଉପଭୋକ୍ତାଙ୍କ ଘରେ ଥିବା ପୁରୁଣା ମିଟରକୁ ମଧ୍ୟ ଚାଲୁ ରଖାଯାଉ, ଫଳରେ ସ୍ମାର୍ଟ ମିଟରର କାର୍ଯ୍ୟଦକ୍ଷତା ବୁଝାପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/27/7pm1-2025-12-27-21-11-28.jpg)