କନକ ବ୍ୟୁରୋ: ଶହଶହ ବର୍ଷ ପୂର୍ବେ ପାରଳାଖେମୁଣ୍ଡିରରେ ୭ଟି ସାଗର ଖୋଳିଥିଲେ ତତ୍କାଳୀନ ପାରଳା ଶାସକ । ଅଞ୍ଚଳର ବିକାଶ ପାଇଁ ସାଗର ଖୋଳି ମହେନ୍ଦ୍ରତନୟା ନଦୀ ସହ ସଂଯୋଗ କରିଥିଲେ । ଚାଷ ଜମିକୁ ଜଳସେଚନର ସୁବିଧା ସହ ବନ୍ୟା ନିୟନ୍ତ୍ରଣ ହୋଇପାରୁଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ୬୫ ହେକ୍ଟର ପରିସୀମା ବିଶିଷ୍ଟ ସୀତା ସାଗର ପୋତି ହୋଇଗଲାଣି । କେନାଲଗୁଡ଼ିକ ବି ପୋତିହେବା ସ୍ଥିତିରେ । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମନରେ ଖେଳପଡ଼ିଆ ଭ୍ରମ ସୃଷ୍ଟି ହେଉଛି । ସୀତା ସାଗରର ପୁନଃରୁଦ୍ଧାର ଦିଗରେ ଜଳସେଚନ ବିଭାଗ କି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ଆସିଛି ।
ସୀତା ସାଗର ଦ୍ଵାରା ପ୍ରାୟ ୧୩୨.୩୭ ହେକ୍ଟର ଚାଷ ଜମିକୁ ପାଣି ମାଡ଼ୁଥିଲା । ବର୍ଷକ ବାର ମାସ ପାଣି ଭର୍ତ୍ତି ହୋଇ ରହୁଥିଲା । ସାଗର ତଳେ ଥିବା ଚାଷ ଜମି ଜଳସେଚିତ ହେବା ସହ ବଳକା ପାଣି ନଦୀରେ ମିଶିବାର ବ୍ୟବସ୍ଥା ଥିଲା । ଫଳରେ ଚାଷୀଙ୍କ ସହ ଶତାଧିକ ମତ୍ସ୍ୟଜୀବୀ ଜୀବିକା ନିର୍ବାହ କରୁଥିଲେ । ରାମ ସାଗର, କୃଷ୍ଣ ସାଗର ଓ ଗଜପତି ସାଗରର ପୁନଃରୁଦ୍ଧାର ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ହେଲେ ସୀତା ସାଗରକୁ ଭୁଲିଯାଇଥିବା ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଗତ ଜୁନ ୧୭ରେ ଜଳସେଚନ ବିଭାଗ ପକ୍ଷରୁ ଦଳଭର୍ତ୍ତି ସୀତା ସାଗରର ସ୍ଥିତି ଅନୁଧ୍ୟାନ କରାଯାଇଛି । ୨ କୋଟି ବ୍ୟୟରେ ପରିସୀମା ପୁନଃନିର୍ଦ୍ଧାରଣ । ହିଡ଼ ମରାମତି ସହ ସାଗର ପୁନରୁଦ୍ଧାର କରାଯିବ ବୋଲି ସୂଚନା ଦେଇଛନ୍ତି କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ । ଗୋଟିଏ ପଟେ ପ୍ରାଶାସନିକ ଅବହେଳା ଅନ୍ୟପଟେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସୀତା ସାଗରକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି । ଏଭଳି ସ୍ଥିତିରେ ସତରେ ସୀତା ସାଗର ତା’ ପୂର୍ବ ପରିଚୟ ଫେରିପାଇବ? ସ୍ଥାନୀୟ ଲୋକଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/19/punascha-pruthibi-2025-12-19-15-59-57.png)