କନକ ବ୍ୟୁରୋ : ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଆଗାମୀ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ୍ପେଶାଲ୍ ଇଣ୍ଟେନ୍ସିଭ ରିଭିଜନ ବା ଏସଆଇଆର ପ୍ରକ୍ରିୟା। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ୨୦୨୫ ଭୋଟର ତାଲିକାକୁ ୨୦୦୨ ରୋଲ ସହିତ ମ୍ୟାପିଂ କରାଯାଉଛି । ଏପର୍ଯ୍ୟନ୍ତ ୯୦% ଭୋଟରଙ୍କ ନାମ ଓ ପିତାଙ୍କ ନାମ ୨୦୦୨ ରୋଲ ସହିତ ମାପିଙ୍ଗ ସରିଛି। ଏପ୍ରିଲ ୧ ତାରିଖ ଭିତରେ ୮% ଲୋକଙ୍କ ମାଫିଙ୍ଗ କରାଯିବ। ବାକି ୧୦% ଭୋଟରଙ୍କ ମାପିଙ୍ଗ କରିବାକୁ କଷ୍ଟ ହେଉଛି। ୯୫% ଲୋକଙ୍କୁ ମାପିଙ୍ଗ କରିଦେଲେ ଏସଆଇଆର ପାଇଁ ସୁବିଧା ହେବ। ଓଡ଼ିଶାରେ ଏସଆଇଆରକୁ ନେଇ ୯୦% ଲୋକଙ୍କ ପାଇଁ କିଛି ସମସ୍ୟା ନାହିଁ। ସହରାଞ୍ଚଳରେ ମାପିଙ୍ଗ ପାଇଁ ସମସ୍ୟା ହେଉଛି। ଇସିଆଇଏନଇଟି ମୋବାଇଲ ଆପ୍ସ - କ୍ୟୁଆର କୋର୍ଡ ଆଧାରରେ ଭୋଟର, ନିଜ ବିବରଣୀ ଖୋଜି ପାରିବେ।
ଅଧିକ ପଢ଼ନ୍ତୁ : ଏସଆଇଆର ଭୟରେ ପଶ୍ଚିମବଙ୍ଗରେ ଜଣେ ବୃଦ୍ଧଙ୍କ ଆତ୍ମହତ୍ୟା, ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ
ଏପ୍ରିଲରୁ ଓଡ଼ିଶାରେ ଏସଆଇଆର
- ଏପ୍ରିଲ ୧ରୁ ରାଜ୍ୟରେ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା
- ଦୀର୍ଘ ୨୪ ବର୍ଷ ପରେ ଏହି ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା କରାଯାଉଛି
- ଶେଷଥର ୨୦୦୨ ମସିହାରେ ଭୋଟର ତାଲିକା ପ୍ରସ୍ତୁତ ହୋଇଥିଲା
- ୨୦୦୨ ତାଲିକାରେ ଅନେକ ମୃତ ବ୍ୟକ୍ତି ବା ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ନାମ ରହିଛି
- ଏସଆଇଆର ମାଧ୍ୟମରେ ତାଲିକାରେ ସଂଶୋଧନ କରାଯିବ
- ନକଲି ଭୋଟରଙ୍କୁ ବାଦ୍ ଦିଆଯିବ
- ନୂତନ ଯୋଗ୍ୟ ଭୋଟରଙ୍କ ନାମ ପଞ୍ଜିକରଣ କରାଯିବ
- ଭୋଟର ମଧ୍ୟ ଆପ୍ ମାଧ୍ୟମରେ ନିଜ ନାମ ଯାଞ୍ଚ କରିପାରିବେ
- ଇସିଆଇଏନଇଟି ମୋବାଇଲ ଆପ୍ସ - କ୍ୟୁଆର କୋର୍ଡ ଜରିଆରେ ଯାଞ୍ଚ କରିପାରିବେ ଭୋଟର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/2a-2026-03-06-17-20-40.jpg)