କନକ ବ୍ୟୁରୋ; କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ମୃତ୍ୟୁକୁ ନେଇ ନୂଆ ଟ୍ବିଷ୍ଟ । ହ୍ୟୁମାନଙ୍କ ମା’ ଯେଉଁ ୯ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ସେମାନଙ୍କ ମଧ୍ୟରୁ ମୁହଁ ଖୋଲିଛନ୍ତି ଅର୍କେଷ୍ଟ୍ରା ମାଲିକ ମହମ୍ମଦ ଆବିଦ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେଲେ, ଅନେକ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ମହମ୍ମଦ ଆବିଦ୍ । କଣ୍ଠଶିଳ୍ପୀ ଅର୍ପିତା, ମ୍ୟାନେଜର ଦିନେଶ ଓ ଷ୍ଟୁଡିଓ ମାଲିକ ସୋମେଶ ଶତପଥୀଙ୍କ ସହ ପୁଲିସ ଆଗରେ ରହସ୍ୟ ଖୋଲିବେ ସିଧାସିଧା କହିଛନ୍ତି । ହ୍ୟୁମାନଙ୍କ ସହ ଅର୍ପିତାଙ୍କର କ’ଣ ସମ୍ପର୍କ ଥିଲା ?
ହ୍ୟୁମାନ ଚାଲିଯିବା ପରେ ଚର୍ଚ୍ଚାରେ ନ୍ୟୁମାନ : ଦେହାନ୍ତ ପରେ ଦୁଇଭାଇଙ୍କୁ ଝୁରୁଛନ୍ତି ଲୋକେ
ଟଙ୍କା କାରବାର ହୋଇଛି କି ନାହିଁ? ଷ୍ଟୁଡିଓ ପାଇଁ ହ୍ୟୁମାନଙ୍କ କେତେ ଟଙ୍କା ବିନିଯୋଗ ହୋଇଛି? ମ୍ୟାନେଜର ଦିନେଶ କେବେଠାରୁ ହ୍ୟୁମାନ ସହ ରହୁଥିଲେ ? ସ୍ବାସ୍ଥ୍ୟ ଖରାପ ସତ୍ତ୍ବେ ପ୍ରୋଗ୍ରାମ କରାଇବା ପଛରେ ହ୍ୟୁମାନଙ୍କ ଉପରେ ଚାପ ଥିଲା? ସେସବୁର ଖୁଲାସା ପୁଲିସ ଆଗରେ କହିବେ ଆବିଦ । ଏମିତି ଅନେକ ରହସ୍ୟ ପୁଲିସ ଆଗରେ ଉନ୍ମୋଚନ କରିବେ ଆବିଦ୍। ତେବେ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ। ଏଥିରେ ଯାହାର ଭୁଲ ଥିବ, ତାଙ୍କ ଉପରେ ଆକ୍ସନ ନେବାକୁ ଅପିଲ କରିଛନ୍ତି ଆବିଦ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/27/humane-sagar-death-reason-2025-12-27-14-02-42.jpg)