ଭାରତକୁ ଫେରିବ ପାକିସ୍ତାନର ସିନ୍ଧ୍ ପ୍ରଦେଶ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୟାନ

୧୯୪୭ ପୂର୍ବରୁ ଅବିଭକ୍ତ ଭାରତର ଅଂଶ ଥିଲା ସିନ୍ଧ୍

Rajnath

Rajnath Photograph: (KanakNews)

କନକ ବ୍ୟୁରୋ:  ଭାରତକୁ ଫେରିବ ପାକିସ୍ତାନର ସିନ୍ଧ ପ୍ରଦେଶ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୟାନ। ରାଜନାଥଙ୍କ ମନ୍ତବ୍ୟ ପାକିସ୍ତାନରେ ବଡ଼ ଧରଣର ପ୍ରତିକ୍ରିୟା ସୃଷ୍ଟି କରିବାକୁ ଯାଉଛି। ସେ କହିଛନ୍ତି ଯେ ଆଜି ସିନ୍ଧୁ ଭାରତର ଅଂଶ ନହେଲେ ମଧ୍ୟ, ଏହି ଅଞ୍ଚଳ ଭାରତର ସଭ୍ୟତାଗତ ଐତିହ୍ୟ ସହ ଗଭୀର ଭାବେ ଜଡ଼ିତ। ୧୯୪୭ ପୂର୍ବରୁ ଅବିଭକ୍ତ ଭାରତର ଅଂଶ ଥିବା ସିନ୍ଧୁ, ବିଭାଜନ ପରେ ପାକିସ୍ତାନକୁ ଚାଲିଯାଇଥିଲା, କିନ୍ତୁ ଭବିଷ୍ୟତରେ ଏହା ପୁଣି ଭାରତକୁ ଫେରି ଆସିପାରେ ।

କର୍ଣ୍ଣାଟକ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଉପରେ ବିରାମ : ବଦଳିବନି କ୍ୟାବିନେଟ

ନିକଟରେ ‘ଅପରେସନ ସିନ୍ଦୁର’ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଥିବା ବେଳେ ରାଜନାଥଙ୍କ ଏଭଳି ବୟାନ ଆସିଛି । ନୂଆଦିଲ୍ଲୀରେ ରବିବାର ଅନୁଷ୍ଠିତ ସିନ୍ଧୀ ସମାଜ ସମ୍ମିଳନୀକୁ ସମ୍ବୋଧିତ କରି ସିଂହ କହିଛନ୍ତି, ସଭ୍ୟତାଗତ ଦୃଷ୍ଟିରୁ ସିନ୍ଧୁ ସବୁବେଳେ ଭାରତର ଅଂଶ ରହିବ। ଆଉ ଭୂମି ସମ୍ପର୍କରେ କହିବାକୁ ଗଲେ, ସୀମାରେଖା ସ୍ଥାୟୀ ନୁହେ। କିଏ ଜାଣେ, ଆସନ୍ତାକାଲି ସିନ୍ଧୁ ପୁଣି ଭାରତକୁ ଫେରି ଆସିପାରେ। ବର୍ତ୍ତମାନର ପାକିସ୍ତାନର ସିନ୍ଧୁ ପ୍ରଦେଶ ହେଉଛି ସିନ୍ଧୀ ସମ୍ପ୍ରଦାୟର ମୂଳ ସ୍ଥାନ। ସିନ୍ଧୁ ହେଉଛି ସିନ୍ଧୁ ସଭ୍ୟତାର ଉତ୍ପତ୍ତି ସ୍ଥାନ। ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ବାଣୀଙ୍କୁ ଉଦ୍ଧୃତ କରି ରାଜନାଥ ସିଂ କହିଛନ୍ତି, ଅନେକ ସିନ୍ଧୀ ହିନ୍ଦୁ ଏ ପର୍ୟ୍ୟନ୍ତ ସିନ୍ଧୁର ଭାରତଠାରୁ ବିଚ୍ଛେଦକୁ ପୂରାପୂରି ଗ୍ରହଣ କରିପାରିନାହାନ୍ତି ।

ଭାରତକୁ ଫେରିବ ସିନ୍ଧ୍
ଭାରତକୁ ଫେରିବ ପାକିସ୍ତାନର ସିନ୍ଧ୍ ପ୍ରଦେଶ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୟାନୟ 
ସିନ୍ଧ୍ ଭାରତର ଅଂଶ ନହେଲେ ମଧ୍ୟ ଭାରତ ସହ ଜଡିଡ଼
ସିନ୍ଧ୍ ଅଞ୍ଚଳ ଭାରତର ସଭ୍ୟତାଗତ ଐତିହ୍ୟ ସହ ଗଭୀର ଭାବେ ଜଡ଼ିତ
୧୯୪୭ ପୂର୍ବରୁ ଅବିଭକ୍ତ ଭାରତର ଅଂଶ ଥିଲା ସିନ୍ଧୁ
ବିଭାଜନ ପରେ ପାକିସ୍ତାନକୁ ଚାଲିଯାଇଥିଲା ସିନ୍ଧ୍
କିନ୍ତୁ ଭବିଷ୍ୟତରେ ଏହା ପୁଣି ଭାରତକୁ ଫେରି ଆସିପାରେ
‘ଅପରେସନ ସିନ୍ଦୁର’ କୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଭିତରେ ବଡ଼ ବୟାନ
ସିନ୍ଧୀ ସମାଜ ସମ୍ମିଳନୀକୁ ସମ୍ବୋଧିତ କରି ରାଜନାଥ ଏଭଳି କହିଛନ୍ତି
ରାଜନାଥ କହିଛନ୍ତି, ସଭ୍ୟତାଗତ ଦୃଷ୍ଟିରୁ ସିନ୍ଧ୍ ସବୁବେଳେ ଭାରତର ଅଂଶ ରହିବ
ସୀମାରେଖା ସ୍ଥାୟୀ ନୁହେଁ। କିଏ ଜାଣେ, ଆସନ୍ତାକାଲି ସିନ୍ଧୁ ପୁଣି ଭାରତକୁ ଫେରିପାରେ
ବର୍ତ୍ତମାନର ପାକିସ୍ତାନର ସିନ୍ଧୁ ପ୍ରଦେଶ ହେଉଛି ସିନ୍ଧୀ ସମ୍ପ୍ରଦାୟର ମୂଳ ସ୍ଥାନ।
ସିନ୍ଧ୍ ହେଉଛି ପ୍ରଚୀନ ସିନ୍ଧୁ ସଭ୍ୟତାର ଉତ୍ପତ୍ତି ସ୍ଥାନ
     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe