Photograph: (KANAKNEWS)
କନକବ୍ୟୁରୋ : କୁଆଡେ ଗଲା ଜଗତସିଂହପୁରର ସିକନ୍ଦ ଆଲମ । ଜଗତସିଂହପୁରରେ ବାଂଲାଦେଶୀଙ୍କୁ ଆଶ୍ରୟ ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମ୍ ଓରଫ ସିକୋ ଗତ ୪ ଦିନ ହେବ ଫେରାର୍ ରହିଛି । ସିକୋ ଓ ତାର ସାନ ଭାଇ ଅବଦୁଲ ମୋତାଲିଫ୍ ଖାନ୍ ଓରଫ ଟିକିକୁ ଖୋଜୁଛି ଜଗତସିଂହପୁର ପୁଲିସ । ଦୁଇ ଭାଇଙ୍କ ବିରୋଧରେ ମାନବ ଚାଲାଣ, ଫରେନର ଆଇନ ଧାରା, ଦାଦନ ଖଟାଇବା ଆଦି ଦଫା ଲଗାଇଛି ପୁଲିସ । ଏହାକୁ ନେଇ ୨ ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଦୁଇଟି ଟିମ୍ କେନ୍ଦ୍ରାପଡ଼ା, ଭଦ୍ରକ ଯାଇ ଯାଞ୍ଚ କରୁଛି ।
ଅଧିକ ପଢନ୍ତୁ... ବିହାରରେ ସରକାର ଗଠନ ପାଇଁ ଆଜି ବସିବ ଏନଡିଏ ବିଧାୟକ ଦଳ ବୈଠକ
ପଶ୍ଚିମବଙ୍ଗ ଖସି ପଳାଇଲା ସିକନ୍ଦର!
କୁଆଡ଼େ ଗଲା ସିକନ୍ଦର ଆଲମ୍ ଓରଫ ସିକୋ?
ପଶ୍ଚିମବଙ୍ଗ ଖସି ପଳାଇଥିବା ସନ୍ଦେହ
ବାଂଲାଦେଶୀଙ୍କୁ ଶରଣ ଦେଇଥିବା ନେଇ ରହିଛି ସାଂଘାତିକ ଅଭିଯୋଗ
ସେପଟେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅନୁପ୍ରବେଶକାରୀଙ୍କୁ ବାହାର କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ବାଂଲାଦେଶୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କ ବିରୋଧରେ ସରକାର ଆଭିମୁଖ୍ୟ କଠୋର କରିଛନ୍ତି ।
ଏହି ପ୍ରକ୍ରିୟା ଆଗକୁ ଜାରି ରହିବ। ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବ ଓ ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ। ସେମାନଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ସରକାର ଏନେଇ ସବୁ ବ୍ୟବସ୍ଥା ଗ୍ରହଣ କରିବେ । ଏ ବାବଦରେ କେନ୍ଦ୍ର ସରକାରର ଯାହା ଭୂମିକା ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି। ରାଜ୍ୟ ସରକାର ସବୁବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ।
ଅଧିକ ପଢନ୍ତୁ... ସେ ପୁରୁଷ : ପଥର ନୁହେଁ ....
ରାଜ୍ୟବାସୀଙ୍କୁ ଆହୁରି ସୁରକ୍ଷିତ ରଖିବାକୁ ସରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ସେଥିପାଇଁ ଅନୁପ୍ରବେଶକାରୀ , ଉଗ୍ରବାଦୀଙ୍କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି। ତଟବର୍ତ୍ତୀ ଅଞ୍ଚଳର ପୁଲିସକୁ ସଶକ୍ତ କରାଯାଇଛି । କୋଷ୍ଟଗାର୍ଡ ନିରୀକ୍ଷଣ କରୁଛନ୍ତି, ତେଣୁ ଓଡ଼ିଶାର ତଟ ସମ୍ପୂର୍ଣ ସୁରକ୍ଷିତ । ତାହା ସତ୍ତ୍ବେ ଯେଉଁମାନେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରକାର ହାତକୁ ନେଇଥିବା ଶ୍ରୀ ହରିଚନ୍ଦନ କହିଛନ୍ତି ।
ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ଦେଶରୁ ବିତାଡ଼ିତ କରାଯିବ: ଆଇନ ମନ୍ତ୍ରୀ
ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିପାରିଲାନି ଯୋଗାଣ ବିଭାଗ
ଅନ୍ୟପକ୍ଷରେ ଦେଶର ବିଭିନ୍ନ ସରକାର ଏବେ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଧରପଗଡ଼ ଭୟରେ ଅନ୍ୟ ରାଜ୍ୟରୁ ପଳାଇ ଆସୁଥିବା ଏହି ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶା ଆଡ଼କୁ ମୁହାଁଇବା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର) ଫଳରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ଏବେ ଦେଶ ଛାଡ଼ୁଥିବାର ଭିଡିଓ ନଜରକୁ ଆସୁଛି। ଏହି ଅନୁପ୍ରବେଶକାରୀମାନେ ପ୍ରକୃତରେ ବାଂଲାଦେଶକୁ ଫେରିବେ ନା ଅନ୍ୟ ଗଳା ବାଟ ଦେଇ ଓଡ଼ିଶାକୁ ପଶି ଆସିବେ? ଏଭଳି ସ୍ଥିତିରେ ସେମାନଙ୍କୁ ରୋକିବା ଏବେ ପ୍ରଶାସନ ପାଇଁ ପ୍ରମୁଖ ଆହ୍ବାନ ହୋଇଛି।
ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁସାରେ, ଓଡ଼ିଶାରେ ୩୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି। କେନ୍ଦ୍ରାପଡ଼ାରେ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫, ନବରଙ୍ଗପୁରରେ ୧୦୬, ଭଦ୍ରକରେ ୧୯୯ ଓ ଭୁବନେଶ୍ବରରେ ୧୭ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଗତ ୧୦ ବର୍ଷରେ ୪୧ ଜଣ ବାଂଲାଦେଶୀ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ନେଇ ମାମଲା ରୁଜୁ ହୋଇଛି । ସରକାର ବାଂଲାଦେଶୀଙ୍କ ସଂପର୍କରେ କଠୋର ହେଉଥିଲେ ହେଁ ଭୋଟ ବ୍ୟାଙ୍କ ରାଜନୀତି ସେମାନଙ୍କୁ ଓଡ଼ିଶାରେ ନିଜ ଆଡ୍ଡା ଜମାଇବା ଲାଗି ସୁହାଇଛି । ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଭୋଟର କାର୍ଡ, ଆଧାର ଓ ରାସନ କାର୍ଡ ହାତେଇଥିବା ବାରମ୍ବାର ଅଭିଯୋଗ ହେଉଛି ।
ରାସନ କାର୍ଡ ପାଇଥିବା ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଲାଗି ଯୋଗାଣ ମନ୍ତ୍ରୀ କିଛିମାସ ତଳେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାସନ କାର୍ଡରେ କିଏ ସ୍ଥାନୀୟ କିମ୍ବା ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ବ୍ୟବସ୍ଥା ନ ଥିବାରୁ ଜଣେ ହେଲେ ଅନୁପ୍ରବେଶକାରୀଙ୍କୁ ସରକାର ଚିହ୍ନଟ କରିପାରିନାହାନ୍ତି। ବରଂ, ଏହା ଗୃହ ବିଭାଗର କାମ ବୋଲି ଯୋଗାଣ ବିଭାଗର ଅଧିକାରୀମାନେ ଦାୟିତ୍ବ ଠେଲି ଦେଉଛନ୍ତି ।
Follow Us