କନକ ବ୍ୟୁରୋ : ଏସ୍ଆଇ ଚାକିରି ନାଁରେ ଦେଢ଼କୋଟି ଠକେଇ ମାମଲା । ପୁଣେରୁ ବନ୍ଧାହେଲା ମାଷ୍ଟରମାଇଣ୍ଡ କାଳନ୍ଦୀ ରାଉତ । ୨୦୧୫- ୧୬ ମସିହାରେ ସବଇନ୍ସପେକ୍ଟର ଚାକିରୀ କରାଇ ଦେବା ନାଁରେ ଠକେଇ ମାମଲାରେ ଠକ କାଳନ୍ଦୀ ରାଉତକୁ ଗିରଫ କରାଯାଇଛି । ପୁଣେରୁ ଏହି ଠକକୁ ଉଠାଇଆଣିଛି ଅର୍ଥ ନୈତିକ ଅପରାଧ ଶାଖା । ୨୦୨୧ ମସିହାରୁ ଇଓଡବ୍ଲୁ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ । ସବଇନ୍ସପେକ୍ଟର ଚାକିରୀ କରାଇ ଦେବା ନାଁରେ ୨୦୨୦ ମସିହାରେ ୩୮ ଜଣଙ୍କ ଠାରୁ ପ୍ରାୟ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିଲ । ଭ୍ୟାକେନ୍ସି ଥିବା ଲିଷ୍ଟରେ ନାଁ ଯୋଡି ଦେବାକୁ କହି ଜଣଙ୍କ ଠାରୁ ୫ ଲକ୍ଷ ଲେଖାଏଁ ଠକିନେଇଥିଲା ଏହି ଠକ ।
ନିଜକୁ ଗୃହ ବିଭାଗର ସର୍ବେସର୍ବା କହି ବିଶ୍ୱାସ ଜନ୍ମାଇ ଲୁଟି ଥିଲା ଟଙ୍କା । କାଳନ୍ଦୀ ନିକଟରୁ ଲାପଟପ, ବେଆଇନ ସିମକାର୍ଡରେ ବ୍ୟବହୃତ ମୋବାଇଲ ଫୋନ ଓ ୭ ରୁ ଅଧିକ ବେନାମୀ ଏଟିଏମ୍ କାର୍ଡ ମିଳିଛି । ପୂର୍ବରୁ ୨୦୨୨ ମସିହାରେ ଅଭିଯୁକ୍ତ ବୈକୁଣ୍ଠ ନାୟକକୁ ନବରଙ୍ଗପୁରରୁ, ଭିମସେନ ମହାରଣାକୁ ଭୁବନେଶ୍ୱରରୁ ଏବଂ ଜୟନ୍ତ ମହାନ୍ତିକୁ ବାଲେଶ୍ଵରରୁ ବନ୍ଧାଯାଇଥିବା ବେଳେ କାଳନ୍ଦୀ ଫେରାର ରହିଥିଲା I
ଅଧିକ ପଢ଼ନ୍ତୁ---ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ ; ନବୀନଙ୍କୁ ଛାଡ଼ିଲେ ଦଳ ରହିବନି
ଅନ୍ୟପଟେ ସିବିଆଇ ହାତରେ ଆନ୍ତଃରାଜ୍ୟ ଲିଙ୍କ । ଆଉ ଜଣେ ମାଷ୍ଟରମାଇଣ୍ଡ ଅମିତ ଭାରତୀକୁ ବିହାରରୁ ଉଠାଇ ଆଣିଲା ସିବିଆଇ । ମେଡିକାଲ ଯାଞ୍ଚ ପରେ ଅମିତ ଭାରତୀକୁ ଚାଲିଛି ଜେରା । ମୋଡ୍ୟୁଲର ମାଷ୍ଟର ମାଇଣ୍ଡ ଅମିତକୁ ପଚରାଉଚରା କରୁଛନ୍ତି ସ୍ୱତନ୍ତ୍ର ସିବିଆଇ ଅଧିକାରୀ । ତାକୁ ରିମାଣ୍ଡରେ ନେବାକୁ ସ୍ଵତନ୍ତ୍ର ସିବିଆଇ କୋର୍ଟ ରେ ଆବେଦନ କରିଥିଲା ସିବିଆଇ । ପୂର୍ବରୁ ବିହାରରୁ ନୀତିଶ କୁମାରକୁ ସିବିଆଇ ଗିରଫ କରିବା ପରେ, ସ୍କାନରରେ ଥିଲା ଅମିତ ଭାରତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/25/si-sacm-2025-12-25-13-44-36.jpg)