କନକ ବ୍ୟୁରୋ : ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ତଦନ୍ତ ଯେତିକି ଆଗକୁ ବଢୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଏବେ ମିଛ ଧରା ପରୀକ୍ଷା କରାଯିବ । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିସହ, ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କର ମଧ୍ୟ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି । କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ଜେରା କରୁଥିବାବେଳେ ସେମାନେ ସନ୍ତୋଷଜନକ ଉତ୍ତର ଦେଉନଥିବା ଜଣାପଡ଼ିଛି । ତେଣୁ ଏହି ପରୀକ୍ଷା ଦ୍ୱାରା ଅଧିକ ତଥ୍ୟ ହାସଲ କରିବାକୁ କ୍ରାଇମ୍ବ୍ରାଞ୍ଚ ଲକ୍ଷ୍ୟ ରଖିଛି ।
ଶଙ୍କର ପୃଷ୍ଟି ଏବଂ ସୁରେଶ ନାୟକଙ୍କୁ ଜେରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ ସିଧାସଳଖ ଉତ୍ତର ଦେବାକୁ କୁଣ୍ଠାବୋଧ କରୁଛନ୍ତି । ଏହି କେଳେଙ୍କାରୀରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଟଙ୍କା କାରବାର କିପରି ହୋଇଛି ଏବଂ ଏହାର ଚେର କେତେଦୂର ଲମ୍ବିଛି, ତାହା ଜାଣିବାକୁ କ୍ରାଇମ୍ବ୍ରାଞ୍ଚ ଚେଷ୍ଟା କରୁଛି । ମିଛ ଧରା ପରୀକ୍ଷା ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି । ଏହି କେଳେଙ୍କାରୀକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି ଏବଂ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଅଧିକ ପଢ଼ନ୍ତୁ--ଭୋଟରଙ୍କ ନଖରେ କାହିଁକି ଲଗାନ୍ତି ନୀଳ କାଳି? ଆଶ୍ଚର୍ଯ୍ୟ କରିଦେବ ଲିଟର ପିଛା ଦାମ୍
ତେବେ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କରକୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଅପରାଧିକ ପୃଷ୍ଠା ଭୂମି ରହିଛି । ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲେ । ପରୀକ୍ଷା ଦୁର୍ନୀତି ଧରାପଡ଼ିବା ପରେ ସେ ଫେରାର ହୋଇଯାଇଥିଲେ । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା କ୍ରାଇମବ୍ରାଞ୍ଚ ଶେଷରେ ସଫଳ ହୋଇଥିଲା । ତେବେ ଶଙ୍କରର ମିଛ ଧରା ପରୀକ୍ଷା ପରେ ଏଥିରେ ଅନ୍ୟ ରାଜୈନତିକ ବ୍ୟକ୍ତି ଅବା ଏହା ପଛରେ କିଏ ତାହା ଜଣାପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/07/shankar-prusti-accuse-2025-11-07-12-50-24.jpg)