କନକବ୍ୟୁରୋ : ଗତ ୧୯ ଡିସେମ୍ବର ୨୦୨୫ରେ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପରିସରରେ ଓଏସବିଏ (OSBA) ଦ୍ୱାରା ସମର୍ଥିତ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ 'ସଟଲ୍ ସ୍ମାସର୍ସ- ହ୍ଵାକ୍ ଆଣ୍ଡ ୱିନ୍' (Shuttle Smashers- Whack n’ Win) ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଞ୍ଚମୁଖୀ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ରୋଟାରିଆନ୍ ବିଜୟ କୁମାର ପାତ୍ର, ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ବଙ୍କିମ ମହାନ୍ତି, SPECର ଟ୍ରଷ୍ଟି ଶ୍ରୀ ସନ୍ତୋଷ କୁମାର ଜେନା, ସେଫ୍ ଏକ୍ସପ୍ରେସ୍ ପ୍ରାଇଭେଟ୍ ଲିମିଟେଡର ଏଜିଏମ ଅପରେସନ୍ସ ଶ୍ରୀ ହିତେଶ କୁମାର ବାଲ୍ ଏବଂ ଏସଏସ ଗ୍ରୁପ୍ ଅଫ୍ କନଷ୍ଟ୍ରକ୍ସନର ସହ-ପ୍ରତିଷ୍ଠାତା ଶ୍ରୀ ଅଭିନବ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ସିବିଆଇ ଜାଲରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା : ବାସଭବନରୁ ଜବତ ହେଲା ୨.୨୩ କୋଟି ନଗଦ ଟଙ୍କା
ଏହି ପ୍ରତିଯୋଗିତାରେ ପ୍ରାୟ ୩୦ଟି ସ୍ନାତକ (Undergraduate) ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ସ୍ୱତନ୍ତ୍ର ଦଳ ପକ୍ଷରୁ ଏକ ଆକର୍ଷଣୀୟ ପ୍ୟାରେଡ୍ (March past) ପ୍ରଦର୍ଶିତ ହୋଇଥିଲା । ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରଥମ ବର୍ଷର ଛାତ୍ର କମଳାକାନ୍ତ ମହାପାତ୍ର ଏହି ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପ୍ରଫେସର ଜିନାଶିଷ ମହାନ୍ତି , ପ୍ରଫେସର ମହମ୍ମଦ ଆସିଫ ଖାନ ଏବଂ ପ୍ରଫେସର ଅନନ୍ୟା ସ୍ୱାଇଁ ସୂଚାରୁରୂପେ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଶର୍ମିଳା ସୁବ୍ରମଣ୍ୟମ ନିଜର ଅଭିଭାଷଣ ମାଧ୍ୟମରେ ସମସ୍ତ ଅଂଶ ଗ୍ରହଣକାରୀ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ସଫଳତା କାମନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/21/shuttle-2025-12-21-08-56-17.jpg)