s gill out Photograph: (kanak news)
କନକ ବ୍ୟୁରୋ: "ହ୍ୟାଲୋ ଶୁଭମନ୍ ଗିଲ୍, ଆପଣ ଏଥର ଟିମରେ ନାହାଁନ୍ତି । ଓ୍ୱାଲ୍ଡକପ୍ ଟିମରୁ ଆପଣଙ୍କୁ ବାଦ୍ ଦିଆଯାଇଛି" ଟିମ୍ ଇଣ୍ଡିଆର ଓ୍ୱାଲ୍ଡକପ୍ ଟିମ୍ ଘୋଷଣା ହେବା ପୂର୍ବରୁ ଶୁଭମନ୍ ଗିଲଙ୍କ ପାଖକୁ ଆସିଥିଲା , ଏମିତି ଗୋଟିଏ ଫୋନ୍ କଲ୍ । ଯେଉଁଥିରେ ତାଙ୍କୁ ସଫା ସଫା କହିଦିଆଯାଇଥିଲା, ଆପଣଙ୍କୁ ବିଶ୍ୱକପ୍ ଟିମରେ ଜାଗା ମିଳିନି । ବାସ୍, ଏହି ଫୋନ୍ କଲର କିଛି ମିନିଟରେ ପ୍ରେସ୍ କନଫରେନ୍ସ ହେଲା, ଆଉ ବିଶ୍ୱକପ୍ ଟିମ୍ ବି ଘୋଷଣା ହେଲା । ଆଉ ସତକୁ ସତ ଟି-୨୦ ବିଶ୍ୱକପ୍ ଟିମରେ ନଥିଲେ ଟିମ୍ ଇଣ୍ଡିଆର ଓ୍ୱାନଡେ ଆଉ ଟେଷ୍ଟ କ୍ୟାପଟେନ୍ ଶୁଭମନ୍ ଗିଲ୍ ।
ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇସାରିଛି ଟିମ୍ ଇଣ୍ଡିଆ । ସୂର୍ୟ୍ୟକୁମାର ଯାଦବଙ୍କୁ ଏହି ଟିମର କ୍ୟାପଟେନ୍ କରାଯାଇଥିବାବେଳେ, ଅକ୍ଷର ପଟେଲ୍ ହେଇଛନ୍ତି ଟିମର ଭାଇସ୍ କ୍ୟାପଟେନ୍ । ହେଲେ ମୂଳ କଥା ହେଲା, ଏହି ଟିମରୁ ବାଦ୍ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଓ୍ୱାନଡେ ଆଉ ଟେଷ୍ଟ କ୍ୟାପଟେନ୍ ଶୁଭମନ୍ ଗିଲ୍ । ବିଶ୍ୱକପ୍ ଦଳରୁ ତାଙ୍କୁ ଆଉଟ୍ କରିବା ପରେ ଏବେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଗୋଟିଏ ଫୋନ୍ କଲ୍, କେମିତି ଟିମ୍ ଇଣ୍ଡିଆର ବିଶ୍ୱକପ୍ ଟିମକୁ ବଦଳାଇ ଦେଇଛି, ସେନେଇ ସାମ୍ନାକୁ ଆସିଛି ଚମକାଇଦେଲା ଭଳି ଖବର ।
ମିଳିଥିବା ରିପୋର୍ଟ ଅନୁସାରେ, ଶନିବାର ଦ୍ୱି ପହରେ ଯେତେବେଳେ ଟିମ୍ ଇଣ୍ଡିଆ ସିଲେକ୍ସନ କମିଟିର ମିଟିଂ ବସିଥିଲା । ଆଉ ବିଶ୍ୱକପ୍ ଟିମକୁ ନେଇ ଚର୍ଚ୍ଚା କରାଯାଉଥିଲା । ସେତେବେଳେ ଶୁଭମନ୍ ଗିଲଙ୍କ ପାଖକୁ ଯାଇଥିଲା ଗୋଟିଏ ଫୋନ୍ କଲ୍ । ଏହି ଫୋନ କଲରେ ତାଙ୍କୁ ବିଶ୍ୱକପ୍ ଦଳରେ ରଖାଯାଉନଥିବା ନେଇ ଶୁଭମନ୍ ଗିଲଙ୍କୁ ସିଧା ସିଧା କହି ଦିଆଯାଇଥିଲା । ଯାହା କେବେ ସେ କଳ୍ପନା ବି କରିନଥିଲେ ।
ଆହୁରି ପଢ଼ନ୍ତୁ: ବଢ଼ିବ ଜମି ବେଞ୍ଚମାର୍କ ମୂଲ୍ୟ! ରାଜସ୍ବ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି
ଶୁଭମନ ଗିଲଙ୍କ ପାଖକୁ ଏହି ଫୋନ୍ କଲ୍ ଯିବାର , ବାସ୍ କିଛି ମିନିଟ୍ ପରେ ଅଫିସିଆଲ୍ ଭାବେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଟିମ୍ ଘୋଷଣା କରାଯାଇଥିଲା । ଆଉ ଏହି ଟିମରେ ଶୁଭମନ୍ ଗିଲଙ୍କୁ ସ୍ଥାନ ମିଳିନଥିଲା । କୁହାଯାଉଛି, ଶେଷ ମୁହୂର୍ତ୍ତରେ ଶୁଭମନ୍ ଗିଲଙ୍କୁ ବିଶ୍ୱକପ୍ ଦଳରୁ ଆଉଟ୍ କରାଯାଇଥିଲା । ଯାହାର ସେ ସୁରାକ୍ ବି ଟିକେ ପାଇନଥିଲେ । ମିଳିଥିବା ରିପୋର୍ଟ ଅନୁସାରେ, ଗିଲ୍ ବିଶ୍ୱକପ୍ ଖେଳିବାକୁ ପ୍ରସ୍ତୁତ ହେଉଥିଲେ । ଆଉ ନ୍ୟୁଜିଲାଣ୍ଡ ବିରୋଧରେ ମ୍ୟାଚ୍ ଖେଳିବାକୁ ମଧ୍ୟ ଉତ୍ସୁକ ଥିଲେ । ହେଲେ ତା ପରେ ବି ସିଲେକ୍ସନ କମିଟି ତାଙ୍କୁ ଦଳରୁ ବାହାରେ ରଖିଛି । ଯାହାକି ତାଙ୍କ ପାଇଁ ଏକ ବଡ଼ ଝଟକା କୁହାଯାଇପାରେ । ତାଙ୍କ ବଦଳରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିଛି । ଆଉ ରିଙ୍କୁ ସିଂହଙ୍କୁ ମଧ୍ୟ ଟିମ୍ ଇଣ୍ଡିଆକୁ ରିଟର୍ଣ୍ଣ କରିଛନ୍ତି ।
ଟିମ୍ ଇଣ୍ଡିଆର ପ୍ରେସ୍ କନଫରେନ୍ସରେ କୁହାଯାଇଥିଲା ଯେ, ଟିମର କମ୍ବିନେସନକୁ ଦେଖି ଏହି ଟିମରେ ଶୁଭମନ୍ ଗିଲଙ୍କୁ ଜାଗା ମିଳିନି । ତାଙ୍କ ବଦଳରେ ସଞ୍ଜୁ ସାମସନ୍ ଏବଂ ଅଭିଷେକ ଶର୍ମାଙ୍କୁ ଓପନର ଭାବେ ରଖାଯାଇଛି । ସେହିଭଳି ରିଜର୍ଭ ଓପନର ଆଉ ଓ୍ୱିକେଟ୍ କିପର ଭାବେ ଇଶାନ କିଷାନ ଟିମରେ ଅଛନ୍ତି । ଯାହାକି ଭେରାଇଟି କମ୍ବିନେସନ୍ ଖେଳାଇବାରେ କ୍ୟାପଟେନକୁ ସାହାଯ୍ୟ କରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ କିଛି ମ୍ୟାଚରେ ଶୁଭମନ୍ ଗିଲଙ୍କ ବ୍ୟାଟ୍ ଶାନ୍ତ ରହିଛି । ଖାସ୍ କରି ଟି-୨୦ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି । ଯେଉଁ କାରଣରୁ ତାଙ୍କୁ ବିଶ୍ୱକପ୍ ଦଳରୁ ବାଦ୍ ଦେଇ, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କୁ ବିଶ୍ୱକପ୍ ଦଳରେ ଜାଗା ଦିଆଯାଇଛି ।
Follow Us