କନକବ୍ୟୁରୋ : ବଢ଼ିବ ଜମି ବେଞ୍ଚମାର୍କ ମୂଲ୍ୟ । ରାଜସ୍ବ ବିଭାଗ ପକ୍ଷରୁ ଜମି ଓ ସ୍ଥାବର ସମ୍ପତ୍ତିର ମୂଲ୍ୟ ବୃଦ୍ଧି କରାଯିବ । ଜମିଗୁଡ଼ିକ ସ୍ଥିତି ଓ କିସମ ଦେଖି ଏହାର ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି କରାଯିବ । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ଏସ୍ଓପି ଜାରି କରାଯାଇଛି । ସବୁ ଜିଲ୍ଲାକୁ ଚିଠି ହୋଇଛି । କେଉଁ ଜମି ଜାତୀୟ ରାଜପଥ କଡ଼ରେ ରହିଛି ବା ଦୂରରେ ରହିଛି ତାର ସ୍ଥିତି ଦେଖି ଜମିର ନୂତନ ବେଞ୍ଚମାର୍କ ମୂଲ୍ୟାୟନ କରାଯିବ ।
ଅଧିକ ପଢନ୍ତୁ... ଅନୁଗୁଳ ସାଇବର ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ମାମଲା ରୁଜୁ କରି ଛାନଭିନ୍ କରୁଛି ପୁଲିସ
ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜସ୍ବ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧୯ରେ ରାଜସ୍ବ ବିଭାଗ ପକ୍ଷରୁ ଜାରି ସଂକଳ୍ପରେ ଜମି ମୂଲ୍ୟାୟନବେଳେ ବିଭାଗ ପକ୍ଷରୁ ଜାରି ଏସ୍ଓପିକୁ ଅନୁସରଣ କରାଯିବ । ଓଡ଼ିଶା ଷ୍ଟାମ୍ପ ରୁଲ୍ସ-୧୯୫୨ ଅନୁଯାୟୀ, ପ୍ରତି ଦୁଇ ବର୍ଷରେ ଥରେ ଜମି ଓ ସ୍ଥାବର ସମ୍ପତ୍ତିର ମୂଲ୍ୟାୟନ ହେବା କଥା । ଏହି କ୍ରମରେ ଜମି ଓ ସମ୍ପତ୍ତିକ ଦର ନିର୍ଦ୍ଧାରଣବେଳେ କେତେକ ଦିଗକୁ ଗୁରୁତ୍ବ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/22/jami-2025-12-22-09-56-21.jpg)