କନକ ବ୍ୟୁରୋ: ଆପଣ ଯଦି ଅନଲାଇନରୁ ଖାଇବା ମଗାଇ ଖାଉଛନ୍ତି? ନଚେତ୍ ଅନଲାଇନ୍ ଫୁଡ୍ ଡେଲିଭରି ଉପରେ ଭରସା କରି ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ମିଳିଥିବା ସୂଚନା ଅନୁସାରେ, ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ଜେପ୍ଟୋର ଗିଗ୍ ଡେଲିଭରି କର୍ମଚାରୀମାନେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୩୧ ତାରିଖରେ ଧର୍ମଘଟ କରିବାକୁ ଯୋଜନା କରୁଛନ୍ତି । ତେଣୁ ଯଦି ସେମାନେ ଏହି ଧର୍ମଘଟ କରନ୍ତି, ତେବେ ଏହି କମ୍ପାନିଗୁଡ଼ିକ ଗୋଟିଏ ଦିନରେ କୋଟି କୋଟି ଟଙ୍କାର କ୍ଷତି ସହିପାରନ୍ତି । ଖାଲି ସେତିକି ନୁହେଁ, କୋଟି କୋଟି ଲୋକମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି ।
ତେବେ ଉପରୋକ୍ତ କମ୍ପାନିଗୁଡ଼ିକ ଅନଲାଇନରେ ଖାଦ୍ୟ ଏବଂ ସାମଗ୍ରୀ ବିତରଣ କରନ୍ତି । ଏବଂ ଖାସ୍ କରି ନୂଆବର୍ଷ ସମୟରେ ଏହି ସବୁ ପ୍ଲାଟଫର୍ମରେ ଅର୍ଡର ସଂଖ୍ୟା ବହୁତ ଅଧିକ ରହିଥାଏ । ତେଣୁ ଏପରି ସମୟରେ ଯଦି ଏହି ଡେଲିଭରି ବୟ ଧର୍ମଘଟ କରନ୍ତି, ତେବେ ଏହା ଲକଡାଉନ୍ ଭଳି ସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ କହିବା ଆରମ୍ଭ କଲେଣି ।
କାହିଁକି ଏ ହରତାଳ?
ଡେଲିଭରି ବୟମାନେ ବହୁତ ଦିନ ଧରି କମ ଦରମା ପାଉଛନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି । ସେମାନଙ୍କ ପାଖରେ ଢେର ଅଧିକ କାମ ଅଛି ଏବଂ କୌଣସି ପ୍ରକାର ସୁରକ୍ଷା ବି ନାହିଁ । ତେଣୁ ଯଦି ସେମାନେ ଡିସେମ୍ବର ୩୧ ତାରିଖରେ କାମ ବନ୍ଦ କରନ୍ତି, ତେବେ ଏହି କମ୍ପାନିଗୁଡ଼ିକର ଆପ୍ସରେ ଅର୍ଡର ଆସିବ, କିନ୍ତୁ ସାମଗ୍ରୀ ପହଞ୍ଚାଇବା ପାଇଁ କେହି ରହିବେ ନାହିଁ । ଯାହାଫଳରେ ଏହି କମ୍ପାନିଗୁଡ଼ିକର ଲାଭ ହ୍ରାସ ପାଇବ ।
ଆହୁରି ପଢ଼ନ୍ତୁ : ୩୧ଡିସେମ୍ବର ପରେ ବେକାର ହୋଇଯିବ ପାନ୍କାର୍ଡ! ସରକାର କହିଲେ ଏହା ଶେଷ ସୁଯୋଗ
କେତେ ହେବ କ୍ଷତି?
ସ୍ୱିଗି ଭାରତର ସବୁଠାରୁ ବଡ଼ ଖାଦ୍ୟ ବିତରଣ କମ୍ପାନି। ଏହାର ବାର୍ଷିକ ରାଜସ୍ୱ ପ୍ରାୟ ୧୫ ହଜାର ୨୨୭ କୋଟି । ତେଣୁ ଦେଖିବାକୁ ଗଲେ ସ୍ୱିଗିରେ ଦିନକୁ ହାରାହାରି ପ୍ରାୟ ୪୧୭ ନିୟୁତ ଟଙ୍କାର ଜିନିଷ ବିକ୍ରି ହେଉଛି । ତେଣୁ ବଡ଼ କମ୍ପାନି ହେଇଥିବା ଦୃଷ୍ଟିରୁ ଏହି ହରତାଳ ସ୍ୱିଗି ଉପରେ ସେତେଟା ପ୍ରଭାବ ପକାଇବାକୁ ନଥିବାବେଳେ, ଅନ୍ୟ ଛୋଟ ଛୋଟ କମ୍ପାନି କିନ୍ତୁ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି ।
ସେହିଭଳି ଦେଖିବାକୁ ଗଲେ, ଜୋମାଟୋର ବାର୍ଷିକ ରାଜସ୍ୱ ପ୍ରାୟ ୧୫ ହଜାର ୩୭ କୋଟି । ତେଣୁ ଦୈନିକ ଭାବେ ଦେଖିବାକୁ ଗଲେ ଏହାର ମୂଲ୍ୟ ହାରାହାରି ୪୧୨ ନିୟୁତ । ଯଦିଓ କିଛି ଦିନର ହରତାଳ କମ୍ପାନି ଉପରେ ଯଥେଷ୍ଟ ପ୍ରଭାବ ପକାଇବ ନାହିଁ, କିନ୍ତୁ ଅନେକ ଛୋଟ ଛୋଟ ରେସ୍ତୋରାଁ ଏବଂ ହୋଟେଲ୍ କିନ୍ତୁ ଏହାଦ୍ୱାରା ପ୍ରଭାବିତ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/30/swiggy-2025-12-30-12-28-14.png)