କନକ ବ୍ୟୁରୋ : ପୂର୍ବରୁ ଶ୍ରୀମନ୍ଦିର ଚାରିପାଖେ ଲାଗିଥିବା ଫୋକସ୍ ଲାଇଟ୍, ଠିକା ସଂସ୍ଥା ଖୋଲିଦେବାରୁ ସବୁରି ମହଲରେ ପ୍ରକାଶ ପାଇଥିଲା ଅସନ୍ତୋଷ । ଏବେ ପୁର୍ନବାର ଶ୍ରୀମନ୍ଦିର ମେଘନାଦ ପାଚେରୀ, ସମସ୍ତ ପାର୍ଶ୍ୱଦେବଦେବୀ ମନ୍ଦିର, ଆନନ୍ଦବଜାର ଓ କୁରୁମବେଢା ଆଲୋକୀକରଣ ହେବାକୁ ଯାଉଛି । ନିଷ୍ପତ୍ତିକୁ ସବୁରି ମହଲରେ ସ୍ୱାଗତ କରାଯାଇଥିବା ବେଳେ ତର୍ଜମା କରି ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ।
ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିର ନାଁରେ ବିବାଦୀୟ ଟିପ୍ପଣୀ : ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଗଲେ ପ୍ରେମ ହୁଏନି ସଫଳ
ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର । ରାତିରେ ଝଲସିବ ମନ୍ଦିର ପରିସର । ଏଥିଲାଗି ଅବଢ଼ା ଯୋଜନାରେ ଟଙ୍କା ଖର୍ଚ୍ଚ କରିବାକୁ ସରକାରଙ୍କୁ ଅନୁରୋଧ କରିବ ଶ୍ରୀମନ୍ଦିର ପ୍ରଶାସନ । ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପ୍ରସ୍ତୁତ କରିଥିବା ଡିପିଆର୍କୁ ମୋହର ମାରିଛି ପରିଚାଳନା କମିଟି । ଶ୍ରୀମନ୍ଦିର ପରିସର ସହ ଫୋକସ୍ ଲାଇଟ୍ ସ୍ଥାୟୀ ଭାବେ ଲଗାଇବାକୁ ନିଷ୍ପତ୍ତି ହୋଇଛି ।
ଅଧିକ ପଢ଼ନ୍ତୁ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ପୂର୍ବରୁ ୨୦୨୧ରେ ଶୀମନ୍ଦିର ଭିତରେ ଆଲୋକୀକରଣ ଲାଗି ଦାମୀ ଥ୍ରି-ଡି ଲାଇଟ୍ ଲାଗିଥିଲା । ଏଥିପାଇଁ ଦେଢ଼ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା। ମାତ୍ର ନାନା କାରଣରୁ ଏ ପ୍ରକଳ୍ପ ଫେଲ୍ ମାରିଥିଲା । ଏବେ ପୁଣି ୧୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଛି ମନ୍ଦିର ପ୍ରଶାସନ । ଏହା ସ୍ଥାୟୀ ଭାବରେ ହେବାକୁ ଯାଉଥିବାରୁ ଶ୍ରୀମନ୍ଦିର ଅନ୍ଧାରରେ ବି ଉଜ୍ଜ୍ବଳ ଦିଶିବ ବୋଲି କୁହାଯାଉଛି । ଅନ୍ୟପଟେ ଏହାର ସମୀକ୍ଷା କରି ତର୍ଜମା କରିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ।
ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିର ଚାରିପଟେ ଆଉ ଦେଖାଯାଉନାହାନ୍ତି ଗାଈଗୋରୁ, ପ୍ରଭାବିତ ହେଲାଣି ଶ୍ରୀମନ୍ଦିର ନୀତିକାନ୍ତି
ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ନେଇ ଅନେକ ଦିନରୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏଏସଆଇ ପକ୍ଷରୁ ସ୍ବୀକୃତି ବି ମିଳିଛି। ଏଥିରେ ହେବାକୁ ଥିବା ଖର୍ଚ୍ଚକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କୁନ୍ଥକୁନ୍ଥ ହେଉଥିବା ବେଳେ ଆଲୋକୀକରଣ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ଦେଖିବାର କଥା ।
Follow Us