ଗ୍ରାମାଞ୍ଚଳରେ ବିକାଶ ବାଟବଣା; ସରକାରୀ ଯୋଜନାଠୁ ଢେର ଦୂରରେ ଅନୁଗୁଳର ନୂଆଖୁଲାରେଗଡ଼ା

Advertisment

ବିକଶିତ ଗାଁ, ବିକଶିତ ଓଡ଼ିଶା । ସରକାରଙ୍କ ଏଇ ଘୋଷଣାକୁ ଉପହାସ କରୁଛି ଏଇ ଗାଁ । ଗାଁ ସାରା ଯୁଆଡ଼େ ଆଖି ବୁଲାଇଲେ, ଖାଲି ଚାଳ ଛପର ମାଟିଘର । ସତେ ଯେମିତି ଏଠିକାର ଲୋକଙ୍କୁ ଆବାସ ଯୋଗାଇବାକୁ ଭୁଲି ଯାଇଛନ୍ତି ସରକାର ! ଗାଁର ନାଁ ନୂଆଖୁଲା ରେଗଡ଼ା ।

ବିକଶିତ ଗାଁ, ବିକଶିତ ଓଡ଼ିଶା । ସରକାରଙ୍କ ଏଇ ଘୋଷଣାକୁ ଉପହାସ କରୁଛି ଏଇ ଗାଁ । ଗାଁ ସାରା ଯୁଆଡ଼େ ଆଖି ବୁଲାଇଲେ, ଖାଲି ଚାଳ ଛପର ମାଟିଘର । ସତେ ଯେମିତି ଏଠିକାର ଲୋକଙ୍କୁ ଆବାସ ଯୋଗାଇବାକୁ ଭୁଲି ଯାଇଛନ୍ତି ସରକାର ! ଗାଁର ନାଁ ନୂଆଖୁଲା ରେଗଡ଼ା ।

Village

Village Photograph: (Kanak News)

କନକ ବ୍ୟୁରୋ : ରାଜ୍ୟର ଗ୍ରାମାଞ୍ଚଳରେ ବିକାଶ ବାଟବଣା । ମୌଳିକ ସୁବିଧା ସାତସପନ । ଯୋଜନାଠୁ ଢେର୍‌ ଦୂରରେ ଲୋକେ। ନା ରହିବା ପାଇଁ ମୁଣ୍ଡ ଉପରେ ପକ୍କା ଘର ଅଛି, ନା ପିଇବା ପାଇଁ ଭଲ ପାଣି ମୁନ୍ଦେ ମିଳୁଛି। ପିଲାଙ୍କ ପାଠପଢ଼ା ନକହିଲେ ଭଲ । ଏକଥା ଆମର ନୁହେଁ, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ନୂଆଖୁଲାରେଗଡ଼ା ଗାଁର । ଗାଁର ନଗ୍ନ ଚିତ୍ର ବଖାଣୁଛି ସରକାରୀ ଯୋଜନା କାର୍ଯ୍ୟକାରିତାର ଅସଲ ସତ ।

ବିକଶିତ ଗାଁ, ବିକଶିତ ଓଡ଼ିଶା । ସରକାରଙ୍କ ଏଇ ଘୋଷଣାକୁ ଉପହାସ କରୁଛି ଏଇ ଗାଁ । ଗାଁ ସାରା ଯୁଆଡ଼େ ଆଖି ବୁଲାଇଲେ, ଖାଲି ଚାଳ ଛପର ମାଟିଘର । ସତେ ଯେମିତି ଏଠିକାର ଲୋକଙ୍କୁ ଆବାସ ଯୋଗାଇବାକୁ ଭୁଲି ଯାଇଛନ୍ତି ସରକାର ! ଗାଁର ନାଁ ନୂଆଖୁଲା ରେଗଡ଼ା । ଅନୁଗୁଳ କିଶୋରନଗର ବ୍ଲକ୍‌ କାର୍ଯ୍ୟାଳୟଠୁ ୧୬ କିମି ଓ ଏନ୍‌ଏଚ୍‌-୫୫ରୁ ମାତ୍ର ୪ କିଲୋମିଟର ଦୂରରେ ବସବାସ କରନ୍ତି ପ୍ରାୟ ୩୫ ପରିବାର । ଗାଁ ଲୋକଙ୍କ ଅଭିଯୋଗ, ଆବାସ ଯୋଜନାରେ ଘରଖଣ୍ଡେ ପାଇବାକୁ ଅନେକ ଥର ଆବେଦନ କରିଛନ୍ତି । ଆବଶ୍ୟକୀୟ କାଗଜପତ୍ର ବି ଜମା କରିଛନ୍ତି । ହେଲେ ବାବୁଙ୍କ ନଜର ପଡ଼ୁନି କି ସେମାନଙ୍କ ଭାଗରେ ଘରଟିଏ ପଡ଼ୁନାହିଁ ।

ଏଇ ଗାଁଟି କେବଳ ଆବାସରେ ଅବହେଳିତ ନୁହେଁ, କେବଳ ଯେ ପକ୍କାଘର ମିଳିନି ତା’ ନୁହେଁ, ସ୍କୁଲ କି ଅଙ୍ଗନବାଡ଼ିଟିଏ ନାହିଁ । ଯାହାଫଳରେ ପାଠ ପଢ଼ିବା ପାଇଁ ପିଲାଙ୍କୁ ୩ଟି ନାଳ ପାର୍ ହୋଇ ପ୍ରାୟ ୨-୩ କିଲୋମିଟର ଦୂର ନୂଆ ବାଲିଖମଣ ଗାଁକୁ ଯିବାକୁ ପଡ଼େ । ଅନେକ ପିଲା ତ ପାଠଠୁ ଦୂରେଇ ଯାଇ ଗାଁରେ ବୁଲୁଛନ୍ତି । ଆଉ ଯେଉଁମାନେ ପଢ଼ନ୍ତି, ବର୍ଷାଦିନେ ସେମାନଙ୍କ ବସ୍ତାନିରେ ଡୋରି ବନ୍ଧାହୁଏ ।

ଅଧିକ ପଢ଼ନ୍ତୁ : ଖରା ଆରମ୍ଭରୁ ଉତ୍କଟ ଜଳକଷ୍ଟ; ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ଯନ୍ତ୍ରଣାର ଚିତ୍ର

ଏଠି ଆବାସ ଆଉ ଶିକ୍ଷା ଭଳି ପାନୀୟ ଜଳ ସମସ୍ୟା ବି ଉତ୍କଟ । ଗାଁରେ ଥିବା ଏକମାତ୍ର ନଳକୂଅରୁ ନାଲିଆ ପାଣି ବାହାରୁଥିବାରୁ ତାହା ପାନୀୟ ଅନୁପଯୋଗୀ । ତେଣୁ ଗାଁ ପାଖ ନାଳରେ ଚୁଆ ଖୋଳି ବର୍ଷତମାମ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଶୀତ କି ଖରା ଦିନେ ଯାହା ଯେମିତି କଷ୍ଟେମଷ୍ଟେ ଚଳିଯାଆନ୍ତି । ବର୍ଷାଦିନେ ନାଳ ବଢ଼ିଲେ ଚୁଆ ପାଣି ବି ଗୋଳିଆ ହୋଇଯାଏ । ଫଳରେ ପିଇବା ତ’ ଦୂରର କଥା ରୋଷେଇ ବି ବନ୍ଦ କରିବାକୁ ପଡ଼େ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ନୂଆଖୁଲାରେଗଡ଼ାବାସୀଙ୍କୁ କାହିଁକି ମିଳୁନି ମୌଳିକ ସୁବିଧା ? କେବେ ସେମାନଙ୍କ ପାଖରେ ପହଞ୍ଚିବ ସରକାରୀ ଯୋଜନା ? କେବେ ଘର ପାଖରେ ପ୍ରାଥମିକ ଶିକ୍ଷା ପାଇବେ କୁନିକୁନି ପିଲା ? ଆଉ କେତେ ବର୍ଷ ନାଳ ପାଣି ଭରସାରେ ବଞ୍ଚିବେ ଗ୍ରାମବାସୀ ? ସ୍ଥାନୀୟ ଲୋକଙ୍କ ମନରେ ଉଠୁଥିବା ଏଭଳି ପ୍ରଶ୍ନ ଉତ୍ତର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe