କନକ ବ୍ୟୁରୋ : ଆଇସିୟୁରେ କେମିତି ହେଉଛି ଚିକିତ୍ସା ତାର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ନିଜ ବେଡ୍ରୁ ତଳେ ପଡ଼ି ଯାଇଛନ୍ତି । ଅଥଚ ସେଠାରେ ଡ୍ୟୁଟିରେ ନିୟୋଜିତ ହୋଇଥିବା କର୍ମଚାରୀ କରୁଛନ୍ତି କଣ । ବେଡ୍ର ଦୁଇ ପାର୍ଶ୍ଵରେ ସାଇଡ୍ ୱାଲ୍ ରହିଛି । ଅଥଚ ରୋଗୀ ଜଣକଙ୍କ ଗୋଡ଼ ଫଶି ରହିଛି । ଶରୀରର ଅଧା ଭାଗ ବେଡ୍ ଉପରେ ଅଛି । ରୋଗୀ ଜଣକ ଏପରି ବିପଦସଙ୍କୁଳ ଅବସ୍ଥାରେ ରୋଗୀ ପଡ଼ିଯିବା ସତ୍ତ୍ୱେ ଦାୟିତ୍ବରେ ଥିବା ଷ୍ଟାଫ୍ କେହି ହେଲେ ଜାଣି ପାରୁନାହାନ୍ତି । ଏଭଳି ଏକ ସାଂଘାତିକ ଦୃଶ୍ୟ ଆସିଛି ରାଜ୍ୟର ସବୁଠାରୁ ବଡ଼ ସରକାରୀ ମେଡିକାଲ କଟକ ଏସ୍ସିବି ମେଡିସିନ୍ ବିଭାଗ ଆଇସିୟୁରୁ ।
ପ୍ରଶ୍ନ ଉଠୁଛି କଣ ଏମିତି ଚାଲିଛି ଆଇସିୟୁରେ ଚିକିତ୍ସା ? ରୋଗୀ ସମ୍ପର୍କୀୟ ଭିତରକୁ ଯାଇପାରିବ ନହିଁ ଅଥଚ ଡ୍ୟୁଟି ରେ ଥିବା ଷ୍ଟାଫ ନିଜ ଦାୟିତ୍ୱ ଠିକ୍ ରୂପେ ତୁଲାଉଛନ୍ତି ତ ? ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । କେହି ଜଣେ ରୋଗୀଙ୍କ ସମ୍ପର୍କୀୟ ନିଜ ଲୋକକୁ ଆଇସିୟୁକୁ ଯାଇ ଭେଟିବା ସମୟରେ ତାଙ୍କ ନଜରକୁ ଆସିଚି । ଆଉ ସେ ଏହି ଭିଡିଓ କରିଥିବା ଜଣାପଡିଛି । ତେବେ ଏହାର ସତ୍ୟ ସତ୍ୟ ଜାଣିବା ଲାଗି ଆମେ ଏସ୍ସିବି ଅତିରିକ୍ତ ଅଧିକ୍ଷକଙ୍କ ସହ ଯୋଗ ଯୋଗ କରିଥଲୁ । ସେ କହିଲେ, ଭିଡିଓ ଏସ୍ସିବିର କି ନୁହେଁ ପ୍ରଥମେ ଯାଞ୍ଚ କରିବାକୁ ପଡ଼ିବ । ତେବେ ଏତେ ଆଇସିୟୁ ରୋଗୀଙ୍କୁ ଦେଖିବା ଲାଗି ସେତେ କର୍ମଚାରୀ ନାହାନ୍ତି ବୋଲି କହିଛନ୍ତି । ସେପଟେ ଆଇସିୟୁ ବେଡରୁ ରୋଗୀ ପଡ଼ିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏସସିବି ଅତିରିକ୍ତ ଅଧିକ୍ଷକ । ଏହି ଘଟଣାର ଯାଞ୍ଚ କରାଯିବ । ଉକ୍ତ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଜାରି ରହିବ। ତଦନ୍ତ ସାରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ--ଜଙ୍ଗଲରେ ଦନ୍ତାର ଆତଙ୍କ; କାଠ ଗୋଟାଇବାକୁ ଯାଇଥିବା ବେଳେ ତିନି ଜଣଙ୍କ ମୃତ୍ୟୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/scb-2026-02-10-17-02-45.jpg)