ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା, ଝିଅ ଜନ୍ମ ହେଲା ବୋଲି ବୋହୂକୁ ପୋଡ଼ିଦେଲେ ଶ୍ୱଶୁର ଘର ଲୋକ

Advertisment

ଅଳ୍ପକେ ବର୍ତିଲେ ବୋହୂ ଓ ନାତୁଣୀ। ଗତକାଲି ବିଳମ୍ବିତ ରାତିରେ ବୋହୂ ଶୋଇଥିବା ସମୟରେ ଶ୍ବଶୁର ଗାଁ ଛକରୁ ଏକ ଲିଟର ପେଟ୍ରୋଲ କିଣି ଆଣି ବିଛଣାରେ ଢାଳି ନିଆଁ ଲଗେଇ ଦେଇଥିଲେ। ଘର ଭିତରେ ଥିବା ସମସ୍ତ ଆସବାପତ୍ର ପୋଡି ଯାଇଥିବା ବେଳେ ବୋହୂ ଖସି ଆସି ରାତିଯାକ ବାହାରେ ସମୟ କାଟିଥିଲେ

kendrapada

କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଅଭାବନୀୟ ଘଟଣା। ଝିଅ ହେବାରୁ ବୋହୂକୁ ପୋଡ଼ି ମାରିଦେବାକୁ ଉଦ୍ୟମ । ଅଳ୍ପକେ ବର୍ତିଲେ ବୋହୂ ଓ ନାତୁଣୀ। ଗତକାଲି ବିଳମ୍ବିତ ରାତିରେ ବୋହୂ ଶୋଇଥିବା ସମୟରେ ଶ୍ବଶୁର ଗାଁ ଛକରୁ ଏକ ଲିଟର ପେଟ୍ରୋଲ କିଣି ଆଣି ବିଛଣାରେ ଢାଳି ନିଆଁ ଲଗେଇ ଦେଇଥିଲେ। ଘର ଭିତରେ ଥିବା ସମସ୍ତ ଆସବାପତ୍ର ପୋଡି ଯାଇଥିବା ବେଳେ ବୋହୂ ଖସି ଆସି ରାତିଯାକ ବାହାରେ ସମୟ କାଟିଥିଲେ। ସୂଚନା ଅନୁସାରେ ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ। ସୁଶାନ୍ତଙ୍କର ପ୍ରଥମ ପତ୍ନୀର ଦୁଇଟି ଝିଅ ଥିଲା। ଦ୍ଵିତୀୟ ପତ୍ନୀର ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶାଶୁ, ଶ୍ବଶୁର, ସ୍ୱାମୀ ଶାରୀରିକ ମାନସିକ ନିର୍ଯାତନା  ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe