କନକ ବ୍ୟୁରୋ : ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ବଳଙ୍ଗାରେ ଝିଅ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଝିଅ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁର ନାବାଳିକା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଘଟଣାସ୍ଥଳରୁ ପୀଡ଼ିତାଙ୍କ ଚପଲ, ପେଟ୍ରୋଲ୍ ବୋତଲ ସହ ଦିଆସିଲି ପଡ଼ିଥିବା ଦେଖିବାକୁ ମିଳିଛି । ଘର ପାଖ ପଡ଼ିଆରୁ ଗତକାଲି ସକାଳେ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ ପଦ୍ମପୁରରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Advertisment

ନାବାଳିକାଙ୍କ ଶରୀର ଶତ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତ ପରେ ଏହା ପାରିବାରିକ କଳହରୁ ଆତ୍ମହତ୍ୟା ବୋଲି ପଶ୍ଚିମାଞ୍ଚଳ ଆଇଜି କହିଛନ୍ତି । କିଛି ଲୋକଙ୍କୁ ପଚରାଉଚରା ଚାଲିଛି । ତେବେ ଆତ୍ମହତ୍ୟା ପାରିବାରିକ କଳହରୁ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି । କିରୋସିନ କିମ୍ବା ପେଟ୍ରୋଲ ଢାଳି ଜଳିଯିବା ଘଟଣା ରାଜ୍ୟରେ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଗୋଟିଏ ମାମଲାର ତଦନ୍ତ ସରୁନି ଆଉ ଗୋଟିଏ ଘଟଣା ଘଟୁଛି । ଜଳି ଯାଉଛନ୍ତି ଝିଅ । ଯାହା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।