ହିମାଚଳରେ ଅଭାବନୀୟ ଘଟଣା, ସ୍କୁଲ ଭିତରେ ମଧ୍ୟାହ୍ନଭୋଜନ କର୍ମୀଙ୍କୁ ହତ୍ୟା

Advertisment

ଅଭିଯୁକ୍ତ ରାକେଶ କୁମାର (୪୮) ଏକ ଧାରୁଆ ଅସ୍ତ୍ରରେ ସୁଲୋଚନାଙ୍କୁ ହତ୍ୟା କରିଥିବାବେଳେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍କୁଲ ପାକଶାଳା ନିକଟରେ ପଡ଼ିରହିଥିବା ପୁଲିସକୁ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଶିକ୍ଷକମାନେ ଅଭିଯୁକ୍ତକୁ ସେଠାରୁ ଚାଲି ଯିବାକୁ କହିଥିଲେ ମଧ୍ୟ ସେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା।

ଅଭିଯୁକ୍ତ ରାକେଶ କୁମାର (୪୮) ଏକ ଧାରୁଆ ଅସ୍ତ୍ରରେ ସୁଲୋଚନାଙ୍କୁ ହତ୍ୟା କରିଥିବାବେଳେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍କୁଲ ପାକଶାଳା ନିକଟରେ ପଡ଼ିରହିଥିବା ପୁଲିସକୁ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଶିକ୍ଷକମାନେ ଅଭିଯୁକ୍ତକୁ ସେଠାରୁ ଚାଲି ଯିବାକୁ କହିଥିଲେ ମଧ୍ୟ ସେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା।

A5

କନକ ବ୍ୟୁରୋ : ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲା ଡେରାର ଚିନୌର ଗାଁରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫୮ ବର୍ଷୀୟ ମଧ୍ୟାହ୍ନଭୋଜନ କର୍ମୀଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଗୁରୁବାର ସ୍କୁଲ ଚାଲିଥିବାବେଳେ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତକୁ ଗୁରୁବାର ଗିରଫ କରାଯାଇଥିଲା। ମୃତ ମଧ୍ୟାହ୍ନଭୋଜନ କର୍ମୀ ଚିନୌରର ବାସିନ୍ଦା ସୁଲୋଚନା ଦେବୀ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ସୁଲୋଚନା ଦେବୀଙ୍କୁ ଏକ ଦାଆ ସାହାଯ୍ୟରେ ଆକ୍ରମଣ କରୁଥିବାବେଳେ ପିଲାମାନଙ୍କ ଚିତ୍କାର ଶୁଣି ଶିକ୍ଷକଶିକ୍ଷୟିତ୍ରୀ ବାହାରକୁ ଚାଲି ଆସିଥିଲେ। 

ଅଧିକ ପଢ଼ନ୍ତୁ : ଅସ୍ତିତ୍ବ ହରାଇଦେବ କି ହିମାଚଳ ? ହିମାଚଳ ଉପରେ ରାଗିଛି କି ପ୍ରକୃତି ? ୩୨୦ ଜଣଙ୍କ ଜୀବନ ନେଲାଣି ବର୍ଷା

ଅଭିଯୁକ୍ତ ରାକେଶ କୁମାର (୪୮) ଏକ ଧାରୁଆ ଅସ୍ତ୍ରରେ ସୁଲୋଚନାଙ୍କୁ ହତ୍ୟା କରିଥିବାବେଳେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍କୁଲ ପାକଶାଳା ନିକଟରେ ପଡ଼ିରହିଥିବା ପୁଲିସକୁ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଶିକ୍ଷକମାନେ ଅଭିଯୁକ୍ତକୁ ସେଠାରୁ ଚାଲି ଯିବାକୁ କହିଥିଲେ ମଧ୍ୟ ସେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା। ସୁଲୋଚନାଙ୍କୁ ନିକଟସ୍ଥ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଅଭିଭାବକମାନେ ବାହାର ଲୋକଙ୍କୁ ସ୍କୁଲ ପରିସରକୁ ନ ଛାଡ଼ିବାକୁ ଦାବି କରିଥିଲେ। ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ହତ୍ୟାକାଣ୍ଡର କାରଣ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe