କନକ ବ୍ୟୁରୋ : କଟକ ବଡ ମେଡିକାଲରେ ସୁରକ୍ଷିତ ନୁହଁନ୍ତି ରୋଗୀ । ଆଇସିୟୁ ଭଳି ସମ୍ବେଦନଶିଳ ଜାଗାରେ ଯୁବତୀଙ୍କୁ କରାଯାଉଛି ଅସଦାଚରଣ । ଏତେ ସୁରକ୍ଷା ବ୍ୟବସ୍ଥା ଥାଇବି ଜଣେ କିପରି ଏଭଳି ଅମାନୁଷିକ କାର୍ଯ୍ୟ କରିପାରିଲା ତାହା ଏବେ ବଡ଼ ପ୍ରଶ୍ନ ।
ଏସସିବି ଆଇସିୟୁରେ ଚିକିତ୍ସିତ ମହିଳା ରୋଗୀକୁ ଅସଦାଚରଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ରବିବାର ରାତିରେ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତ ମାନସ ରଞ୍ଜନ ପତି ଆଇସିୟୁରେ ଚିକିତ୍ସିତ ଯୁବତୀଙ୍କୁ ପାଣି ଦେବା ବାହାନାରେ କରିଥିଲା ଅସଦାଚରଣ । ଘଟଣା ଘଟିବା ପରେ ପରିବାର ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା । ଗିରଫ ବ୍ୟକ୍ତି ଜଣକ ହେଲେ ଥାର୍ଡ ପାର୍ଟି ଦାୟିତ୍ଵ ନେଇଥିବା ଏକ ସଂସ୍ଥାର ଜଣେ କର୍ମଚାରୀ ।
ଚିନାବାଦାମ ଚାଷୀଙ୍କୁ ଠକିଦେଲେ ସରକାର, ମିଳିଲାନି ସରକାରୀ ବିହନ, ଫାଇଦା ନେଉଛନ୍ତି ଘରୋଇ ବ୍ୟବସାୟୀ
ଏଭଳି ଘଟଣା ଘଟିବା ପରେ ଏସସିବିକୁ ଆସୁଥିବା ହଜାର ହଜାର ରୋଗୀଙ୍କ ସୁରକ୍ଷା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଇଏ ଘଟଣା ଲୋକ ଲୋଚନକୁ ଆସିଥିବା ବେଳେ ଆହୁରି ଅନେକ ସମ୍ବେଦନଶୀଳ ଘଟଣାକୁ ଲୁକ୍କାୟିତ ରଖିଛି ଏସସିବି । ଯେମିତିକି ବିଗତ ବର୍ଷରେ କାର୍ଡ଼ିଓଲୋଜି ବିଭାଗରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ କରିଥିଲେ ଜଣେ ଡ଼ାକ୍ତର । ଆଉ ଏବେ ବର୍ତ୍ତମାନ ଏ ଘଟଣା । ଅନ୍ୟପଟେ ମଙ୍ଗଳାବାଗ ପୁଲିସ ଏଭଳି ଘଟଣା ଯେପରି ପୁନରାବୃତ୍ତି ନଘଟେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ହେଲେ କର୍ତ୍ତୃପକ୍ଷଙ୍କ ନିଘା ନାହିଁ ।
ସାମନାକୁ ଆସିଲା ଆତଙ୍କବାଦୀ ଡାକ୍ତରର ଭିଡିଓ; ବିସ୍ଫୋରଣ ପୂର୍ବରୁ ଭିଡିଓରେ କହିଥିଲା ଏମିତି
ତେବେ ଠିକା ସଂସ୍ଥା ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଚରିତ୍ର ପଞ୍ଜିକା ଯାଞ୍ଚ କରୁଛନ୍ତି ତ ଏସସିବି କତ୍ତୃପକ୍ଷ ?
Follow Us