ପରିବା ଚାଷରୁ ପୁଞ୍ଜିପତି, ଶିବନାରାୟଣପୁର ଗାଁ ସ୍ବତନ୍ତ୍ର ପରିଚୟ

Advertisment

କେନ୍ଦୁଝର ହାଟଡ଼ିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର । ପନିପରିବା ପାଇଁ ଏହି ଗାଁ ସମଗ୍ର ରାଜ୍ୟରେ ଖ୍ୟାତିଲାଭ କରିଛି । ଏଠାରୁ ଉତ୍ପାଦିତ ପରିବା ପାଖ ଜିଲ୍ଳା ଯାଜପୁର, ଭଦ୍ରକ, ବାଲେଶ୍ବର ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ ହୋଇଥାଏ । 

କେନ୍ଦୁଝର ହାଟଡ଼ିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର । ପନିପରିବା ପାଇଁ ଏହି ଗାଁ ସମଗ୍ର ରାଜ୍ୟରେ ଖ୍ୟାତିଲାଭ କରିଛି । ଏଠାରୁ ଉତ୍ପାଦିତ ପରିବା ପାଖ ଜିଲ୍ଳା ଯାଜପୁର, ଭଦ୍ରକ, ବାଲେଶ୍ବର ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ ହୋଇଥାଏ । 

Punjipati

କନକ ବ୍ୟୁରୋ: କିଏ ବିଲରୁ କାକୁଡ଼ି, କୋବି, ମୂଳା, ଝୁଡ଼ଙ୍ଗ ଭଳି ପରିବା ଅମଳ କରୁଛି । କେହି କେହି ବିଲରେ ପାଣି ମଡ଼ାଉଥିବା ବେଳେ ଆଉ କିଏ କୋଡ଼ି, କୋଦାଳ ଧରି ଚାଷ ଜମିରୁ ଘାସ ବଛାବଛି କରୁଛି । କେନ୍ଦୁଝର ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗାଁର ନିତି ଦିନିଆ ସକାଳର ଦୃଶ୍ୟ । ମାଟି ଖୋଳିବା ଠାରୁ ଆରମ୍ଭ କରି ଗଛ ଲଗାଇବା, କୋଡାଖୋସା କରିବା, ପାଣି ଦେବା ଆଦି ସମସ୍ତ କାମ କୌଣସି ଶ୍ରମିକ ଦ୍ବାର ନୁହେଁ ଖୋଦ ଚାଷ ଜମିର ମାଲିକ ଓ ପରିବାର ଲୋକ କରିଥାନ୍ତି । ବିଭିନ୍ନ ପ୍ରକାର ଶାଗ ସହ ବାଇଗଣ, ବିଲାତି, ଭେଣ୍ଡି, ଜହ୍ନି, କଲରା, କାକୁଡ଼ି, ଗାଜର, ପୋଟଳ, କୋବି ଭଳି ପନିପରିବା ଏଠାରେ ଚାଷ କରାଯାଇଥାଏ । ପାଖ ଜିଲ୍ଲା ଏଠାରେ ଉତ୍ପାଦିତ ପରିବା ନିକଟସ୍ଥ ଛେନାପଦି ବଜାରରେ ବିକ୍ରି ହେବା ସହ ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ରାଞ୍ଚି, କୋଲକାତା ଆଦି ଅଞ୍ଚଳକୁ ରପ୍ତାନୀ ହୋଇଥାଏ ।

ଏହା ବି ପଢ଼ନ୍ତୁ: ବାପା, ଜେଜେବାପା ଅମଳର ବ୍ୟବସାୟ: ଆରିସା ପିଠା ବିକିଲେ ଚଳୁଛି ପରିବାର

ଶିବନାରାୟଣପୁରର ୪ଟି ୱାର୍ଡରେ ପ୍ରାୟ ୭ଶହ ପରିବାର ବସବାସ କରନ୍ତି । ଗାଁର କାଁ ଭାଁ ଲୋକ ଚାକିରି କରିଥିବା ବେଳେ, ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଉଚ୍ଚଶିକ୍ଷିତ ଯୁବପୀଢି ମାନେ ଉନ୍ନତ ପ୍ରଣାଳୀରେ ପରିବା ଚାଷ କରି ଲାଭାନ୍ବିତ ମଧ୍ୟ ହେଉଛନ୍ତି ।  ସରକାରଙ୍କ ତରଫରୁ ଗାଁରେ ଏକ ପରିବା ମଣ୍ଡି ସହିତ ଶୀତଳ ଭଣ୍ଡାର ସ୍ଥାପନ ହୋଇପାରିଲେ ଚାଷୀମାନେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।  ଆଜିକାଲିର ଯୁବପିଢ଼ି ଚାଷ ଠାରୁ ଧୀରେ ଧୀରେ ଦୂରେଇ ଯାଉଥିବା ବେଳେ ଶିବନାରାୟଣପୁର ଗାଁର ଚାଷୀ ଭାଇ ମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe