କନକ ବ୍ୟୁରୋ: ଆରିସା ପିଠା, ପ୍ରତି ଓଡ଼ିଆ ଘରର ଲୋକପ୍ରିୟ ପିଠା । ଚାଉଳ ଚୁନା, ଗୁଡ଼ ଓ ଚିନିରେ ତିଆରି ହୋଇଥାଏ ଏହି ପିଠା । ବିଭିନ୍ନ ପର୍ବପର୍ବାଣିରେ ଏହି ପିଠା ଘରେ ଘରେ ତିଆରି କରାଯାଏ । ମହାପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଏ ଆରିସା । ତେବେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବ୍ରହ୍ମପୁର ଗାଁର ରଞ୍ଜନ କୁମାର ସାହୁ ସୁଆଦିଆ ଆରିସା ପିଠା ତିଆରି କରିବା ସହିତ ଏହାକୁ ବିକ୍ରିୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ୫୦ ବର୍ଷ ହେଲା ଆରିସା ପିଠା ତିଆରି କରି କେନ୍ଦ୍ରାପଡ଼ା ଜିଲ୍ଲା ସହିତ କଟକ, ଜଗତସିଂହପୁର ଓ ଭୁବନେଶ୍ବର ଇତ୍ୟାଦି ଅଞ୍ଚଳକୁ ବିକ୍ରି ପାଇଁ ପଠାଉଛନ୍ତି । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ରଂଜନଙ୍କୁ ଜେତେବେଳେ ୧୫ ବର୍ଷ ହୋଇଥିଲା ସେ ତାଙ୍କ ବାପାଙ୍କ ନିକଟରୁ ଆରିସା ପିଠା ତିଆରି କରିବାର କୌଶଳ ଶିଖିଥିଲେ। ସେଇଦିନ ଠାରୁ ଆରିସା ପିଠା ତିଆରି କରି ଚାଲିଛନ୍ତି ରଞ୍ଜନ ମଉସା । ଏହି କାମରେ ତାଙ୍କ ପୁଅ ଏବଂ ପତ୍ନୀ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ।
ଏହା ବି ପଢ଼ନ୍ତୁ: ରୋଜଗାର ଦେଇଛି ଫୁଲଝାଡ଼ୁ, ପରିବାର ମୁହଁରେ ଫୁଟାଇଛି ହସ
ବାହାଘର ହେଉ ଅବା ବ୍ରତଘର ପାଇଁ ଆବଶ୍ୟକ ପଡ଼େ ଆରିସା ପିଠା । ଏଥିପାଇଁ ପାଖ ପଡ଼ୋଶୀ ମାନଙ୍କ ଠାରୁ ଅର୍ଡର ମିଳିଥାଏ । ଅର୍ଡର ମୁତାବକ ରଞ୍ଜନ ମଉସା ପିଠା ପ୍ରସ୍ତୁତ କରି ବିକ୍ରି କରନ୍ତି । ରଞ୍ଜନଙ୍କ ଗରଦପୁର ହାଟରେ ଏକ ଦୋକାନ ମଧ୍ୟ ରହିଛି । ରଞ୍ଜନ ମଉସାଙ୍କ ଦୋକାନର ଆରିସ ପିଠା ଭାରି ଲୋକପ୍ରିୟ । ତେଣୁ ପିଠା କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଜମେ । ପିଠା ବ୍ୟତିତ ମିଠା ମଧ୍ୟ ପ୍ରସ୍ତୁତ କରି ସେ ବିକ୍ରି କରନ୍ତି । ଗୋଟିଏ ଆରିସା ପିଠାକୁ ୫ ଟଙ୍କା, ମିଠା ଗୋଟାକ ୫ଟଙ୍କା ଓ ୧୦ଟଙ୍କାରେ ବିକ୍ରି କରି ସେ ଲାଭବାନ ହେଉଛନ୍ତି । ଆରିସା ପିଠା ପାଇଁ ଚାଉଳ ୪୮ ଘଣ୍ଟା ଭିଜେଇବାକୁ ପଡ଼ିଥାଏ । ପରେ ଚାଉଳକୁ ପାଣିରୁ ଛାଣି ଚୂନା କରାଯାଏ । ଚୂନାକୁ ଗୁଡ଼ରେ ପାଗ କରି ଗୁଜୁରାତି, ପାନମଧୁରୀ, ନଡ଼ିଆ ଉତ୍ୟାଦି ମିଶାଇ ଛୋଟ ଛୋଟ ଗୋଲ ଆକୃତିର କରି ତେଲରେ ଛାଣିବାକୁ ପଡ଼ିଥାଏ । ଏହା ପରେ ପ୍ରସ୍ତୁତ ହୁଏ ଆରିସା ପିଠା । ରଞ୍ଜନ ମଉସାଙ୍କ ଆରିସା ପିଠାର ମହକ କେବଳ ଜିଲ୍ଲା ଭିତରେ ନୁହେଁ ଜିଲ୍ଲା ତଥା ଜିଲ୍ଲା ବାହାରେ ରହିଛି । ଏହି ପିଠା ତାଙ୍କୁ ରୋଜଗାର ସହ ପରିଚୟ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/arisa-pitha-2026-02-01-21-19-56.png)