କନକ ବ୍ୟୁରୋ: କିଏ ବିଲରୁ କାକୁଡ଼ି, କୋବି, ମୂଳା, ଝୁଡ଼ଙ୍ଗ ଭଳି ପରିବା ଅମଳ କରୁଛି । କେହି କେହି ବିଲରେ ପାଣି ମଡ଼ାଉଥିବା ବେଳେ ଆଉ କିଏ କୋଡ଼ି, କୋଦାଳ ଧରି ଚାଷ ଜମିରୁ ଘାସ ବଛାବଛି କରୁଛି । କେନ୍ଦୁଝର ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗାଁର ନିତି ଦିନିଆ ସକାଳର ଦୃଶ୍ୟ । ମାଟି ଖୋଳିବା ଠାରୁ ଆରମ୍ଭ କରି ଗଛ ଲଗାଇବା, କୋଡାଖୋସା କରିବା, ପାଣି ଦେବା ଆଦି ସମସ୍ତ କାମ କୌଣସି ଶ୍ରମିକ ଦ୍ବାର ନୁହେଁ ଖୋଦ ଚାଷ ଜମିର ମାଲିକ ଓ ପରିବାର ଲୋକ କରିଥାନ୍ତି । ବିଭିନ୍ନ ପ୍ରକାର ଶାଗ ସହ ବାଇଗଣ, ବିଲାତି, ଭେଣ୍ଡି, ଜହ୍ନି, କଲରା, କାକୁଡ଼ି, ଗାଜର, ପୋଟଳ, କୋବି ଭଳି ପନିପରିବା ଏଠାରେ ଚାଷ କରାଯାଇଥାଏ । ପାଖ ଜିଲ୍ଲା ଏଠାରେ ଉତ୍ପାଦିତ ପରିବା ନିକଟସ୍ଥ ଛେନାପଦି ବଜାରରେ ବିକ୍ରି ହେବା ସହ ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ରାଞ୍ଚି, କୋଲକାତା ଆଦି ଅଞ୍ଚଳକୁ ରପ୍ତାନୀ ହୋଇଥାଏ ।
ଏହା ବି ପଢ଼ନ୍ତୁ: ବାପା, ଜେଜେବାପା ଅମଳର ବ୍ୟବସାୟ: ଆରିସା ପିଠା ବିକିଲେ ଚଳୁଛି ପରିବାର
ଶିବନାରାୟଣପୁରର ୪ଟି ୱାର୍ଡରେ ପ୍ରାୟ ୭ଶହ ପରିବାର ବସବାସ କରନ୍ତି । ଗାଁର କାଁ ଭାଁ ଲୋକ ଚାକିରି କରିଥିବା ବେଳେ, ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଉଚ୍ଚଶିକ୍ଷିତ ଯୁବପୀଢି ମାନେ ଉନ୍ନତ ପ୍ରଣାଳୀରେ ପରିବା ଚାଷ କରି ଲାଭାନ୍ବିତ ମଧ୍ୟ ହେଉଛନ୍ତି । ସରକାରଙ୍କ ତରଫରୁ ଗାଁରେ ଏକ ପରିବା ମଣ୍ଡି ସହିତ ଶୀତଳ ଭଣ୍ଡାର ସ୍ଥାପନ ହୋଇପାରିଲେ ଚାଷୀମାନେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଆଜିକାଲିର ଯୁବପିଢ଼ି ଚାଷ ଠାରୁ ଧୀରେ ଧୀରେ ଦୂରେଇ ଯାଉଥିବା ବେଳେ ଶିବନାରାୟଣପୁର ଗାଁର ଚାଷୀ ଭାଇ ମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/punjipati-2026-02-01-21-31-13.png)