କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧୱନଙ୍କ ଘରେ ଦ୍ୱିତୀୟ ଥର ପାଇଁ ଶାହାନାଇ ବାଜିବାକୁ ଯାଉଛି । ଭାରତୀୟ କ୍ରିକେଟର 'ଗବ୍ବର' ଭାବେ ଜଣାଶୁଣା ଧୱନ ନିଜର ବାନ୍ଧବୀ ତଥା ଆୟରଲ୍ୟାଣ୍ଡର ମଡେଲ ସୋଫି ସାଇନ୍ଙ୍କୁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି।
ରିପୋର୍ଟ ଅନୁସାରେ, ଫେବୃଆରୀ ମାସରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ଫେବୃଆରୀ ତୃତୀୟ ସପ୍ତାହରେ ଦିଲ୍ଲୀ-ଏନସିଆରରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହେବ । ଯେଉଁଥିରେ କ୍ରିକେଟ୍ ଏବଂ ବଲିଉଡର ବଡ଼ ବଡ଼ ବ୍ୟକ୍ତିତ୍ୱ ସାମିଲ ହେବେ । ବିବାହ ପାଇଁ ପ୍ରସ୍ତୁତି ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି । ଏହା ଉଭୟଙ୍କ ପାଇଁ ଏକ ନୂତନ ଆରମ୍ଭ ଏବଂ ସେମାନେ ଏଥିପାଇଁ ବହୁତ ଖୁସି ଅଛନ୍ତି। ବିବାହ ପ୍ରସ୍ତୁତିରେ ଶିଖର ନିଜେ ସାମିଲ ହୋଇଛନ୍ତି ଯେପରି ତାଙ୍କ ଖୁସିରେ କୌଣସି ଅଭାବ ନ ରହୁ।"
ଉଭୟଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ଧରି ଚାଲିଥିବା ଚର୍ଚ୍ଚା ପରେ ଏହି ଖବର ସାମ୍ନାକୁ ଆସିଛି । ପ୍ରଥମେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଧୱନଙ୍କ ସହ ଷ୍ଟାଣ୍ଡରେ ସୋଫି ସାଇନ୍ଙ୍କୁ ଦେଖିବା ପରେ ଏହି ଗୁଜବ ଆରମ୍ଭ ହୋଇଥିଲା । ଅନେକ ଲୋକ ତାଙ୍କ ସହ ଥିବା 'ମିଷ୍ଟ୍ରି ଓମ୍ୟାନ'ଙ୍କ ବିଷୟରେ ଜାଣିବାକୁ ଚାହୁଥିଲେ। ସମୟ ଅତିବାହିତ ହେବା ସହ ସୋସିଆଲ ମିଡିଆରେ କିଛି ସଙ୍କେତ ଏବଂ ସର୍ବସାଧାରଣରେ ଦୁହିଁଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ସମ୍ପର୍କ ସ୍ପଷ୍ଟ ହୋଇଥିଲା।
ଆହୁରି ପଢ଼ନ୍ତୁ... କପିଳ ଦେବକୁ ଡରୁଥିଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍, ଜନ୍ମ ଦିନରେ ଜାଣନ୍ତୁ କିଛି ଖାସ୍ କଥା
ରିପୋର୍ଟ ଅନୁଯାୟୀ, ଶିଖର ଏବଂ ସୋଫିଙ୍କ ସାକ୍ଷାତ କିଛି ବର୍ଷ ପୂର୍ବେ ଦୁବାଇରେ ହୋଇଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏବଂ ପରେ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ଏହା ପରେ ଆଇପିଏଲ୍ ୨୦୨୪ ସମୟରେ ମଧ୍ୟ ସୋଫିଙ୍କୁ ଅନେକ ଥର ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଶିଖର ଅଷ୍ଟ୍ରେଲିଆରେ ରହୁଥିବା ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଜୋରାଭର ଧୱନ ନାମକ ଏକ ପୁଅ ଅଛି । ୨୦୧୨ ମସିହାରେ ଶିଖର ଏବଂ ଆୟେଶା ବିବାହ କରିଥିଲେ । କିନ୍ତୁ ୨୦୨୧ ମସିହାରେ ଆୟେଶା ଧୱନଙ୍କଠାରୁ ଅଲଗା ହେବା ନେଇ ସୂଚନା ଦେଇଥିଲେ ଏବଂ ୨୦୨୩ ମସିହାରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା ।
କିଏ ଏହି ସୋଫି ସାଇନ୍?
ସୋଫି ଜଣେ ଆଇରିଶ୍ ପ୍ରଡକ୍ଟ କନସଲଟାଣ୍ଟ, ତାଙ୍କର ବୃତ୍ତିଗତ ପୃଷ୍ଠଭୂମି ବହୁତ ଭ ଲ। ସେ ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ଆବୁଧାବିରେ ଅବସ୍ଥିତ ନର୍ଦନ ଟ୍ରଷ୍ଟ କର୍ପୋରେସନରେ ଦ୍ୱିତୀୟ ଉପ-ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି । ଲାଇମଲାଇଟ୍ରେ ଅଧିକ ନ ରହି ମଧ୍ୟ ସୋଫି ନିଜର ଗ୍ଲାମରସ ଲୁକ୍ ଏବଂ ଷ୍ଟାଇଲିସ୍ ଫଟୋ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/06/sikhar-dhawan-2026-01-06-10-42-35.jpg)