ଷ୍ଟାର କ୍ରିକେଟରଙ୍କ ଛାଡପତ୍ର । ଶିଖର ଧୱନ ଓ ପତ୍ନୀ ଆୟେଶାଙ୍କ ଛାଡପତ୍ରକୁୁ ମଂଜୁରୀ ଦେଲେ କୋର୍ଟ

1,363

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ପତ୍ନୀଙ୍କ ବିରୋଧରେ କରିଥିବା ଛାଡପତ୍ର ମାମଲାରେ ଶେଷରେ ତୁଟିଛି । ପଟିଆଲା ହାଉସ୍ କୋର୍ଟ ଶିଖର ଓ ପତ୍ନୀ ଆୟେଶାଙ୍କ ଛାଡପତ୍ରକୁ ମଂଜୁରୀ ଦେଇଛନ୍ତି । ପତ୍ନୀଙ୍କ ବିରୋଧରେ ଶିଖର କରିଥିବା ଅଭିଯୋଗକୁ ଗ୍ରହଣ କରି କୋର୍ଟ ଏହି ଛାଡପତ୍ରକୁ ମଂଜୁରୀ ଦେଇଛନ୍ତି । ତାଙ୍କର ଏକମାତ୍ର ପୁଅକୁ ତାଙ୍କଠାରୁ ଅଲଗା ରଖିବା ସହ ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବା ଅଭିଯୋଗ ଆଣିଥିଲେ ଶିଖର ଧୱନ, ଯାହାକୁ ଯଥାର୍ଥ ବୋଲି ମନେ କରିଛନ୍ତି କୋର୍ଟ ।

ଭାରତ ଓ ଅଷ୍ଟ୍ରେଲିଆରେ କିଛି ସମୟ ପାଇଁ ଭିଡିଓ କଲରେ ପୁଅକୁ ଭେଟିବା ସହ କଥା ହେବା ପାଇଁ କୋର୍ଟ ଶିଖର ଧୱନଙ୍କୁ ଅନୁମତି ଦେଇଛନ୍ତି । ବିଦ୍ୟାଳୟରୁ ଛୁଟି ମିଳିବା ଅବସରରେ ଧୱନ ଓ ତାଙ୍କ ପରିବାର ସହ ରହିବାକୁ କୋର୍ଟ ନିଦ୍ଦେଶ ଦେଇଛନ୍ତି ।