ଟିମଏମସି ନେତା ମୁକୁଲ ରାୟଙ୍କ ବିଧାୟକ ପଦ ରଦ୍ଦ କଲେ କୋଲକାତା ହାଇକୋର୍ଟ

ଦଳ ଅଦଳବଦଳ ବିରୋଧୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ।

Mukul roy

Mukul roy Photograph: (Kanak News)

କନକ ବ୍ୟୁରୋ;  କଲିକତା ହାଇକୋର୍ଟଙ୍କ ବଡ଼ ରାୟ । ମୁକୁଲ ରାୟଙ୍କ ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ ! ଦଳ ବଦଳ ବିରୋଧୀ ଆଇନ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ । ପଶ୍ଚିମବଙ୍ଗର ବରିଷ୍ଠ ରାଜନେତା ତଥା ତୃଣମୂଳ କଂଗ୍ରେସର ନେତା ମୁକୁଲ ରାୟଙ୍କୁ କଲିକତା ହାଇକୋର୍ଟଙ୍କ ବଡ଼ ଝଟକା । ଦଳ ପରିବର୍ତ୍ତନ ବିରୋଧୀ ଆଇନ ଉଲ୍ଲଂଘନ ଅଭିଯୋଗରେ କୋର୍ଟ ତାଙ୍କର ବିଧାୟକ ପଦ ରଦ୍ଦ କରିଛନ୍ତି । ୨୦୨୧ ବିଧାନସଭା ନିର୍ବାଚନରେ ମୁକୁଲ ରାୟ ବିଜେପି ଟିକେଟ୍‌ରେ କୃଷ୍ଣନଗର ଉତ୍ତର ଆସନରୁ ଜିତିଥିଲେ, ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।

‘୪ ସପ୍ତାହରେ ଜବାବ ଦିଅ’… ଲୋକସଭା-ବିଧାନସଭାରେ ମହିଳା ସଂରକ୍ଷଣ ନେଇ କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ

ରାୟଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ବିଜେପି ବିଧାୟକ ଅମ୍ବିକା ରାୟ ହାଇକୋର୍ଟରେ ଆବେଦନ କରିଥିଲେ । ଦୀର୍ଘ ଦିନର ଶୁଣାଣି ପରେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିଚାରପତି ଦେବାଂଶୁ ବାସକ ଓ ମହମ୍ମଦ ରସିନ୍ଧିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ବାଚସ୍ପତିଙ୍କ ପୂର୍ବ ନିଷ୍ପତ୍ତିକୁ ଖାରଜ କରିଛନ୍ତି । ତେବେ ମୁକୁଲ ରାୟଙ୍କ ବିଧାୟକ ପଦ ରଦ୍ଦ ହେବା ହାଇକୋର୍ଟ ଦ୍ୱାରା ଦଳ ବିରୋଧୀ ଆଇନରେ ପ୍ରଥମ ନିଷ୍ପତ୍ତି । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe