କନକ ବ୍ୟୁରୋ: ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ସୁପ୍ରିମ ଅଦାଲତ । ତେବେ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପାଇଁ ଦାବି କରାଯାଉଛି । ଆଉ ଏହି ପରିପ୍ରେକ୍ଷୀରେ, ସରକାର ଲୋକସଭା ଏବଂ ବିଧାନସଭାରେ ସଂରକ୍ଷଣ ପ୍ରଦାନ କରିବା ପାଇଁ ୨୦୨୩ ମସିହାରେ ୧୦୬ତମ ସମ୍ବିଧାନ ସଂଶୋଧନ କରିଥିଲେ। ହେଲେ ତା ପରେ ବି ନୂତନ ଜନଗଣନା ଏବଂ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ ସମାପ୍ତ ହେବା ପରେ ଏହି ସଂରକ୍ଷଣ କାର୍ଯ୍ୟକାରୀ ହେବ। ତେଣୁ ଏହି କାରଣରୁ ସରକାରଙ୍କ ଏହି ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଛି ।
ଚଳିତ ବର୍ଷ ଜୁଲାଇ ମାସରେ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ କାର୍ଯ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲା। ମନ୍ତ୍ରଣାଳୟ କହିଥିଲା ଯେ ସରକାର ‘ସମ୍ପୂର୍ଣ୍ଣ-ସରକାର ଏବଂ ସମଗ୍ର-ସମାଜର ଆଭିମୁଖ୍ୟ’ ଗ୍ରହଣ କରିଛନ୍ତି, ଯେଉଁଥିରେ ମହିଳା ରାଜନୈତିକ ସଶକ୍ତିକରଣ ମଧ୍ୟ ଅନ୍ତର୍ଭୁକ୍ତ ।
ଆହୁରି ପଢ଼ନ୍ତୁ : Abhijit Majumdar :ICU ରୁ ମେଡିସିନ୍ ୱାର୍ଡକୁ ଆସିଲେ ଅଭିଜିତ୍
ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ଦେଶରେ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମହିଳାଙ୍କ ସଂଖ୍ୟା ୧୯୫୭ ମସିହାରେ ମାତ୍ର ୩% ଥିଲା, ଯାହାକି ୨୦୨୪ ମସିହାରେ ୧୦%କୁ ବୃଦ୍ଧି ପାଇଛି। ପ୍ରଥମ ଲୋକସଭାକୁ ନିର୍ବାଚିତ ମହିଳାଙ୍କ ସଂଖ୍ୟା ୨୨ ଥିଲା। ଯାହାକି ସମୟ ସହିତ ବୃଦ୍ଧି ପାଇ ୧୭ତମ ଲୋକସଭାରେ ଏହି ସଂଖ୍ୟା ୭୮ ଏବଂ ୧୮ତମ ଲୋକସଭାରେ ଏହି ସଂଖ୍ୟା ୭୫କୁ ବୃଦ୍ଧି ପାଇଥିଲା, ଯାହାକି ମୋଟ ଲୋକସଭାର ପ୍ରାୟ ୧୪% ଥିଲା । ସେହିପରି ୧୯୫୨ ମସିହାରେ ରାଜ୍ୟସଭାରେ ମୋଟ ମହିଳା ସଦସ୍ୟଙ୍କ ସଂଖ୍ୟା ୧୫ ଥିଲା ଏବଂ ବର୍ତ୍ତମାନ ଏହି ସଂଖ୍ୟା ୪୨ ଅଛି, ଯାହାକି ମୋଟ ସଂଖ୍ୟାର ପ୍ରାୟ ୧୭%।
ନାରୀ ଶକ୍ତି ବନ୍ଦନ ଅଧିନିୟମ
ଜାଣିରଖିବା ଉଚିତ ଯେ, ୨୦୨୩ ମସିହାରେ ସରକାର ୧୦୬ତମ ସମ୍ବିଧାନ ସଂଶୋଧନ ଅଧୀନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାସ୍ କରିଥିଲେ , ଯାହା ରାଜନୀତିରେ ମହିଳାମାନଙ୍କ ଅଂଶଗ୍ରହଣ ପାଇଁ ଏକ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଥିଲା। ଏହି ଐତିହାସିକ ଆଇନ ସଂସଦର ନିମ୍ନ ସଦନ ଲୋକସଭା ଏବଂ ଦିଲ୍ଲୀ ବିଧାନସଭା ସମେତ ସମସ୍ତ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/22/supreme-court-2025-08-22-13-22-05.jpg)