କନକ ବ୍ୟୁରୋ : କେରଳ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର କମିଟିର ଉପାଧ୍ୟକ୍ଷ ଭାବେ ଦଳୀୟ ସାଂସଦ ଶଶୀ ଥରୁରଙ୍କୁ ନିଯୁକ୍ତି ଦିଆଯାଇଛି। ଲଗାତାର ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ ଥରୁର । ଦଳର ଉଚ୍ଚସ୍ତରରେ ଆପୋସ ଆଲୋଚନାର କିଛିଦିନ ପରେ ଥରୁରଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି।
ଏହି ନିଯୁକ୍ତି ଉଭୟ ପକ୍ଷଙ୍କ ପାଇଁ ଫାଇଦା ଆଣିବ ବୋଲି କୁହାଯାଉଛି। ତିରୁବନନ୍ତପୁରମରୁ ଲଗାତାର ୪ ଥର ସାଂସଦ ଜିତିଥିଲେ ମଧ୍ୟ ଦଳରେ କୌଣସି ଦାୟିତ୍ବ ଦିଆଯାଉ ନଥିବାରୁ ହାଇକମାଣ୍ଡଙ୍କ ଉପରେ ଖପ୍ପା ଥିଲେ ଥରୁର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଶଂସା କରିବା ସହିତ ଥରୁର କଂଗ୍ରେସ ବିରୋଧୀ ବୟାନ ଦେଉଥିଲେ। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଶଶୀ ଥରୁରଙ୍କ ଏଭଳି ଆଭିମୁଖ୍ୟ କଂଗ୍ରେସକୁ ଅପମାନଜନକ ପରିସ୍ଥିତିରେ ପକାଉଥିଲା। ଏବେ ନୂଆ ଦାୟିତ୍ବ ଦିଆଯିବା ପରେ ଶଶୀ ଥରୁର ଖୁସି ଅଛନ୍ତି।
ଅଧିକ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀଙ୍କୁ ପୁଣି ପ୍ରଂଶସାରେ ପୋତି ପକାଇଲେ ଶଶୀ ଥରୁର : କଂଗ୍ରେସର ଆପତ୍ତି
ଦେଶର ଯୁବବର୍ଗଙ୍କ ମଧ୍ୟରେ ଶଶୀ ଥରୁର ଜଣେ ମାର୍ଜିତ ଓ ଉଚ୍ଚଶିକ୍ଷିତ ରାଜନୈତିକ ବ୍ୟକ୍ତିତ୍ବ ଭାବରେ ଜଣାଶୁଣା । ଜଣେ ଭଲ ବକ୍ତା ଭାବେ ସହରାଞ୍ଚଳ ଭୋଟରଙ୍କୁ ପ୍ରଭାବିତ କରିବାରେ ଶଶୀ ଥରୁରଙ୍କର ବେଶ୍ ଦକ୍ଷତା ରହିଛି। ଏଥିରୁ କେରଳର ଯୁବ ଓ ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାରେ ଥରୁରଙ୍କୁ କଂଗ୍ରେସ ବ୍ୟବହାର କରପାରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/8a-2026-02-13-20-24-32.jpg)