କନକବ୍ୟୁରୋ : ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସଂଶା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶକ୍ତି, ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ଆଲୋଚନା ପାଇଁ ତତ୍ପରତା ବିଶ୍ୱ ସ୍ତରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଭାବରେ ବର୍ଣ୍ଣନା କରିଛନ୍ତି ।
ଶଶି ଥରୁର ଇଂରାଜୀ ଦୈନିକ 'ଦି ହିନ୍ଦୁ'ରେ ଏକ ଲେଖାରେ ଏହା କହିଛନ୍ତି । ଥରୁର ଏହାକୁ ଅଧିକ ସହଯୋଗ ଏବଂ ସମର୍ଥନ ଦେବା ବିଷୟରେ ମଧ୍ୟ କହିଥିଲେ। ତେବେ ଶଶୀଙ୍କ ଏହି ବୟାନ ପାଇଁ ପୁଣି ଥରେ କଂଗ୍ରେସ ଅକଳରେ ପଡ଼ିଯାଇଛି ।
ନିକଟରେ ଶଶି ଥରୁର ଭାରତୀୟ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳ ସହିତ ଆମେରିକା ସମେତ ଅନେକ ଦେଶ ଗସ୍ତ କରିଥିଲେ। ଏଠାରେ ସେ ଅପରେସନ ସିନ୍ଦୁର ସମ୍ପର୍କରେ ବିଶ୍ୱ ସମ୍ମୁଖରେ ଭାରତର ପକ୍ଷ ଉପସ୍ଥାପନ କରିଥିଲେ । ଥରୁରଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ଲଗାତାର ମୋଦୀ ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇ ଆସୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/06/23/sasi-2025-06-23-20-59-06.jpg)