କନକ ବ୍ୟୁରୋ : ସେୟାର ମାର୍କେଟ୍ କ୍ରାସ୍ । ଆଜି ବଜାର ଖୋଲୁ ଖୋଲୁ ଧରାଶାୟୀ ହୋଇଛି ଘରୋଇ ପୁଞ୍ଜି ବଜାର । କିଛି ସେକେଣ୍ଡରେ ବୁଡ଼ିଗଲା ନିବେଶକଙ୍କ ୧୩ ଲକ୍ଷ କୋଟି ଟଙ୍କା । ମଧ୍ୟପ୍ରାଚ୍ୟ ଯୁଦ୍ଧ, ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ବିଶ୍ବର ପ୍ରମୁଖ ପୁଞ୍ଜି ବଜାରରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଆଜି ମାର୍କେଟ୍ ଖୋଲିବା ସହ ବିଏସଇ ସେନସେକ୍ସ ୨୩ ଶହରୁ ଅଧିକ ପଏଣ୍ଟ ହ୍ରାସ ପାଇ କାରବାର କରୁଛି ।

Advertisment

ଅନ୍ୟପଟେ ନିଫ୍ଟି ମଧ୍ୟ ୭୦୦ ଅଙ୍କର ବଡ଼ ହ୍ରାସ ହୋଇଛି । ଯଦି ପ୍ରତିଶତରେ କହିବା ତେବେ ସେନସେକ୍ସ ୨.୩୫ ପ୍ରତିଶତ ଓ ନିଫ୍ଟି ୨.୪୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଆଜିର ହ୍ରାସ ଯୋଗୁ ନିବେଶକଙ୍କ ସମ୍ପତ୍ତି ୧୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ବିଏସଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ହ୍ରାସ ପାଇ ୪୩୫.୭୦ ଲକ୍ଷ କୋଟି ହୋଇଛି । ପୂର୍ବ କାରବାର ଦିନ ଏହା ୪୪୯.୬୮ ଲକ୍ଷ କୋଟି ଟଙ୍କା ଥିଲା । କେବଳ ଭାରତୀୟ ବଜାର ନୁହେଁ, ବିଶ୍ବର ଅନ୍ୟ ପ୍ରମୁଖ ବଜାରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଜାପାନ ନିକେଇ ୪ ହଜାର ପଏଣ୍ଟ, ହଂକଂର ହଂସେଙ୍ଗ ୭ ଶହ ପଏଣ୍ଟ ଖସିଛି । 

ଆହୁରି ପଢ଼ନ୍ତୁ:ଭାରତ ମହାସାଗରରେ ଇରାନ ଜାହାଜକୁ ଆଶ୍ରୟ ଦେଇଛି ଭାରତ, ରାଜ୍ୟସଭାରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ

ସେୟାର ମାର୍କେଟ୍ କ୍ରାସ୍
ବଜାର ଖୋଲୁ ଖୋଲୁ ଧରାଶାୟୀ ହେଲା ଘରୋଇ ପୁଞ୍ଜି ବଜାର
କିଛି ସେକେଣ୍ଡରେ ବୁଡ଼ିଗଲା ନିବେଶକଙ୍କ ୧୩ ଲକ୍ଷ କୋଟି ଟଙ୍କା
ମଧ୍ୟପ୍ରାଚ୍ୟ ଯୁଦ୍ଧ, ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଭୟରେ ନିବେଶକ
ବିଶ୍ବର ପ୍ରମୁଖ ପୁଞ୍ଜି ବଜାରରେ ବି ହାହାକାର ସ୍ଥିତି
ବିଏସ୍‌ଇ ସେନ୍‌ସେକ୍ସରେ ୨୩ ଶହରୁ ଅଧିକ ପଏଣ୍ଟ ହ୍ରାସ
ଏନ୍‌ଏସ୍‌ଇ ନିଫ୍ଟି-୫୦ରେ ୭୦୦ ପଏଣ୍ଟର ବଡ଼ ହ୍ରାସ