କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ:  କହିଲେ, ଧାର୍ମିକ ବ୍ୟବସ୍ଥାରେ ନିଷ୍ପତ୍ତି ନେବା ପୂର୍ବରୁ ନିଆଯାଉନି ମୋର ପରାମର୍ଶ

ଇସ୍କନର ଅଦିନିଆ ରଥଯାତ୍ରା ମନମାନି ପଛରେ କିଏ ପ୍ରଶ୍ନ ଉଠାଇଲେ ଜଗଦଗୁରୁ ।

ନିଆଯାଉନି ମୋର ପରାମର୍ଶ: ଶଙ୍କରାଚାର୍ଯ୍ୟ

ନିଆଯାଉନି ମୋର ପରାମର୍ଶ: ଶଙ୍କରାଚାର୍ଯ୍ୟ Photograph: (Kanak News)

କନକ ବ୍ୟୁରୋ: କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ । ନୀତିଗତ ନିଷ୍ପତି ତଥା ଧାର୍ମିକ ବ୍ୟବସ୍ଥାରେ ନିଷ୍ପତି ନେବାରେ କେନ୍ଦ୍ର ସରକାର ଅସଫଳ ବୋଲି ସେ କହିଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ନେତା ଭୟରେ ଆଶୀର୍ବାଦ ନେଇଥାନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ତାଙ୍କ ପରାମର୍ଶ ନେଉ ନଥିବା ସେ ଅଭିଯୋଗ କରିଛନ୍ତି  ।

ଇସ୍କନର ଅଦିନିଆ ରଥଯାତ୍ରା ନେଇ ମଧ୍ୟ ବର୍ଷିଛନ୍ତି ଶଙ୍କରାଚାର୍ଯ୍ୟ । ଇସ୍କନର ମନମାନି ପଛରେ କେଉଁ ମାନେ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ? ସେହିପରି ଦୀଘା ଜଗନ୍ନାଥ ଧାମ ନାମକରଣ ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି କହିଛନ୍ତି ଜଗତଗୁରୁ । କାଲି ରଥଯାତ୍ରାରେ ନିଜ ଶିଷ୍ୟ ଓ ଅନୁଗାମୀଙ୍କ ସହ ସାମିଲ ହେବେ ଶଙ୍କରାଚାର୍ଯ୍ୟ ।

କାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe